Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 2:44 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ରାଜା ଆହୁରି ଶିମୀୟିକି କହିଲେ, ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।

Gade chapit la Kopi

ଓଡିଆ ବାଇବେଲ

44 ରାଜା ଆହୁରି ଶିମୀୟିକୁ କହିଲେ, “ମୋହର ପିତା ଦାଉଦଙ୍କ ପ୍ରତି ତୁମ୍ଭର କୃତ ଯେସକଳ ଦୁଷ୍ଟତା ବିଷୟ ତୁମ୍ଭ ମନ ପ୍ରମାଣ ଦିଏ, ତାହା ତୁମ୍ଭେ ଜାଣୁଅଛ; ଏହେତୁ ସଦାପ୍ରଭୁ ତୁମ୍ଭ ଦୁଷ୍ଟତା ତୁମ୍ଭ ନିଜ ମସ୍ତକରେ ବର୍ତ୍ତାଇବେ।

Gade chapit la Kopi

ପବିତ୍ର ବାଇବଲ

44 ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।

Gade chapit la Kopi




1 ରାଜାବଳୀ 2:44
14 Referans Kwoze  

ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ସେ ଆମ୍ଭର ଯେଉଁ ଶପଥ ତୁଚ୍ଛ କରିଅଛି ଓ ଆମ୍ଭର ଯେଉଁ ନିୟମ ଭଙ୍ଗ କରିଅଛି, ଆମ୍ଭେ ଜୀବିତ ଥିବା ପ୍ରମାଣେ ନିଶ୍ଚୟ ତହିଁର ପ୍ରତିଫଳ ତାହାର ମସ୍ତକରେ ବର୍ତ୍ତାଇବା।


ତାହାର ଉପଦ୍ରବ ତାହାର ନିଜ ମସ୍ତକରେ ବର୍ତ୍ତିବ ଓ ତାହାର ଦୌରାତ୍ମ୍ୟ ତାହାର ନିଜ ମୁଣ୍ଡରେ ପଡ଼ିବ।


ଏଉତ୍ତାରେ ନାବଲ ମରିଅଛି, ଏହା ଦାଉଦ ଶୁଣି କହିଲେ, “ନାବଲ ହସ୍ତରୁ ମୋହର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ, ସେ ଧନ୍ୟ ହେଉନ୍ତୁ; ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି।” ଏଉତ୍ତାରେ ଦାଉଦ ଅବୀଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ।


ପୁଣି, ଯେକୌଣସି ବିଷୟରେ ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷୀ କରେ, ସେ ବିଷୟରେ ତଦ୍ୱାରା ତାହାଙ୍କ ଛାମୁରେ ଆପଣାମାନଙ୍କର ହୃଦୟ ସୁସ୍ଥିର କରିପାରିବା; କାରଣ ଈଶ୍ବର ଆମ୍ଭମାନଙ୍କ ହୃଦୟଠାରୁ ମହାନ ଓ ସେ ସବୁ ଜାଣନ୍ତି।


କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;


ତାହା ଶୁଣି ସେମାନେ ବଡ଼ଠାରୁ ଆରମ୍ଭ କରି ଜଣ ଜଣ ହୋଇ ବାହାରିଯିବାକୁ ଲାଗିଲେ, ଆଉ କେବଳ ଯୀଶୁ ଓ ମଧ୍ୟସ୍ଥଳରେ ସେହି ସ୍ତ୍ରୀଲୋକ ଅବଶିଷ୍ଟ ରହିଲେ।


ଏଣୁ ଯେପରି ଲୋକମାନଙ୍କ ଉପରେ ସେହିପରି ଯାଜକମାନଙ୍କ ଉପରେ ବର୍ତ୍ତିବ; ପୁଣି, ଆମ୍ଭେ ସେମାନଙ୍କ ଆଚରଣ ଅନୁଯାୟୀ ସେମାନଙ୍କୁ ଦଣ୍ଡ ଦେବା ଓ ସେମାନଙ୍କ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବା।


ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୂପ ଦୌଡ଼ିରେ ବନ୍ଧା ହେବ।


ତେବେ ତୁମ୍ଭେ ସଦାପ୍ରଭୁଙ୍କ ଶପଥ ଓ ତୁମ୍ଭକୁ ଦତ୍ତ ମୋହର ଆଜ୍ଞା କାହିଁକି ପାଳନ ନ କଲ?”


ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା।


ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।”


ସଦାପ୍ରଭୁଙ୍କଠାରୁ ଆମ୍ଭ ବିପକ୍ଷଗଣର ଓ ଆମ୍ଭ ପ୍ରାଣ ବିରୁଦ୍ଧରେ ଦୁର୍ବାକ୍ୟବାଦୀମାନଙ୍କର ଏହି ଫଳ।


Swiv nou:

Piblisite


Piblisite