Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 2:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ? ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।

Gade chapit la Kopi

ଓଡିଆ ବାଇବେଲ

22 ତହୁଁ ଶଲୋମନ ରାଜା ଉତ୍ତର କରି ଆପଣା ମାତାଙ୍କୁ କହିଲେ, “ତୁମ୍ଭେ ଅଦୋନୀୟ ନିମନ୍ତେ ଶୁନେମୀୟା ଅବୀଶଗକୁ କାହିଁକି ମାଗୁଅଛ ?” ତାହା ପାଇଁ ରାଜ୍ୟ ମଧ୍ୟ ମାଗ, କାରଣ, ସେ ତ ମୋହର ବଡ଼ ଭାଇ; ହଁ ତାହା ପାଇଁ, ପୁଣି, ଅବୀୟାଥର ଯାଜକ ଓ ସରୁୟାର ପୁତ୍ର ଯୋୟାବ ପାଇଁ ମଧ୍ୟ ମାଗ।

Gade chapit la Kopi

ପବିତ୍ର ବାଇବଲ

22 ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”

Gade chapit la Kopi




1 ରାଜାବଳୀ 2:22
11 Referans Kwoze  

ତୃତୀୟ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାର ପୁତ୍ର; ଚତୁର୍ଥ ଅଦୋନୀୟ, ସେ ହଗୀତର ପୁତ୍ର;


ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।


କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରୁଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର? ଅବା ମୁଁ ଯେଉଁ ବାପ୍ତିସ୍ମରେ ବାପ୍ତିଜିତ ହେଉଅଛି, ସେଥିରେ କି ତୁମ୍ଭେମାନେ ବାପ୍ତିଜିତ ହୋଇପାର?”


କିନ୍ତୁ ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର?”


ଯିରୂଶାଲମରେ ତାଙ୍କର ଏହି ପୁତ୍ରମାନେ ଜାତ ହୋଇଥିଲେ, ଯଥା, ଶିମୀୟ, ଶୋବବ୍‍, ନାଥନ ଓ ଶଲୋମନ, ଏହି ଚାରି ଜଣ ଅମ୍ମୀୟେଲର କନ୍ୟା ବତ୍‍ଶୂୟାଠାରୁ ଜାତ;


ଏଥିରେ ନାଥନ ଶଲୋମନଙ୍କର ମାତା ବତ୍‍ଶେବାକୁ କହିଲେ, “ଆମ୍ଭମାନଙ୍କ ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତର ପୁତ୍ର ଅଦୋନୀୟ ରାଜା ହୋଇଅଛି, ଏହା କʼଣ ତୁମ୍ଭେ ଶୁଣି ନାହଁ?


ପୁଣି ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ରଭୁର ଗୃହ ଓ ତୁମ୍ଭ କୋଳରେ ତୁମ୍ଭ ପ୍ରଭୁର ଭାର୍ଯ୍ୟାମାନଙ୍କୁ ଦେଲୁ, ପୁଣି ଇସ୍ରାଏଲ ଓ ଯିହୁଦା ବଂଶ ମଧ୍ୟ ତୁମ୍ଭକୁ ଦେଲୁ; ଆଉ ଯଦି ଏହା ଅଳ୍ପ ହୋଇଥାʼନ୍ତା, ତେବେ ଆମ୍ଭେ ତୁମ୍ଭକୁ ଆହୁରି ଅନ୍ୟାନ୍ୟ ବିଷୟ ଦେଇଥାʼନ୍ତୁ।


ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।


ତହିଁରେ ଅହୀଥୋଫଲ ଅବଶାଲୋମଙ୍କୁ କହିଲା, “ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣାର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ି ଯାଇଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର; ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ; ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ।”


Swiv nou:

Piblisite


Piblisite