Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 16:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ବଂଶ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଯିହୁଦାର ଆସା ରାଜାଙ୍କର ଅଧିକାରର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ-ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।

Gade chapit la Kopi

ଓଡିଆ ବାଇବେଲ

8 ଯିହୁଦାର ଆସା ରାଜାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ-ବଂଶ ଉପରେ ରାଜତ୍ଵ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।

Gade chapit la Kopi

ପବିତ୍ର ବାଇବଲ

8 ଯିହୁଦାରେ ଆସାର ଛବିଶ୍ ବର୍ଷ ରାଜତ୍ୱ କାଳରେ ବାଶାର ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ଦୁଇ ବର୍ଷ ରାଜତ୍ୱ କଲେ।

Gade chapit la Kopi




1 ରାଜାବଳୀ 16:8
12 Referans Kwoze  

ପୁଣି, ଆସା ଓ ଇସ୍ରାଏଲର ରାଜା ବାଶାଙ୍କ ମଧ୍ୟରେ ସେମାନଙ୍କର ଯାବଜ୍ଜୀବନ ଯୁଦ୍ଧ ଚାଲିଲା।


ତଥାପି ବାଶା ଓ ତାଙ୍କର ବଂଶ ବିରୁଦ୍ଧରେ ହନାନିର ପୁତ୍ର ଯେହୂ ଭବିଷ୍ୟଦ୍‍ବକ୍ତାଙ୍କ ଦ୍ୱାରା ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯେହେତୁ ସେ ଆପଣା ହସ୍ତକୃତ କର୍ମ ଦ୍ୱାରା ସଦାପ୍ରଭୁଙ୍କୁ ବିରକ୍ତ କରିବା ପାଇଁ ତାହାଙ୍କ ଦୃଷ୍ଟିରେ ସବୁ କୁକର୍ମ କରି ଯାରବୀୟାମଙ୍କର ବଂଶ ତୁଲ୍ୟ ହୋଇଥିଲେ ଓ ତାହାକୁ ଉଚ୍ଛିନ୍ନ କରିଥିଲେ।


ତହିଁ ଉତ୍ତାରେ ତାଙ୍କର ରଥସମୂହର ଅର୍ଦ୍ଧେକର ଅଧିପତି ସିମ୍ରି ନାମକ ତାଙ୍କର ଦାସ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ଏଲା ତିର୍ସାରେ ଥାଇ ତିର୍ସାସ୍ଥିତ ଆପଣା ଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ପାନ କରି ମତ୍ତ ହେଉଥିଲେ;


ଦେଶର ଅଧର୍ମ ସକାଶୁ ତହିଁର ଅଧିପତି ଅନେକ ହୁଅନ୍ତି; ମାତ୍ର ବୁଦ୍ଧିମାନ ଓ ଜ୍ଞାନବାନ ଲୋକମାନଙ୍କ ଦ୍ୱାରା ତହିଁର ସ୍ଥିରତା ଦୀର୍ଘ ହୁଏ।


ଯିହୁଦାର ଆସା ରାଜାଙ୍କର ରାଜତ୍ଵର ତୃତୀୟ ବର୍ଷରେ ଅହୀୟର ପୁତ୍ର ବାଶା ତିର୍ସାରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଚବିଶ ବର୍ଷ ରାଜତ୍ୱ କଲେ।


ଏଥିଉତ୍ତାରେ ବାଶାଙ୍କ ମୃତ୍ୟୁ ପରେ, ସେ ତିର୍ସାରେ କବର ପାଇଲେ ଓ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜ୍ୟ କଲେ।


ଯିହୁଦା-ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ୱ କଲେ। ସେହି ସମୟରେ ଲୋକମାନେ ପଲେଷ୍ଟୀୟମାନଙ୍କ ଗିବ୍ବଥୋନ ବିରୁଦ୍ଧରେ ଛାଉଣି ସ୍ଥାପନ କରିଥିଲେ।


ସେସମୟରେ ଇସ୍ରାଏଲ ଲୋକମାନେ ଦୁଇ ଭାଗରେ ବିଭକ୍ତ ହେଲେ; ଅର୍ଦ୍ଧେକ ଲୋକ ଗୀନତର ପୁତ୍ର ତିବ୍ନିକୁ ରାଜା କରିବା ପାଇଁ ତାହାର ଅନୁଗାମୀ ହେଲେ ଓ ଅର୍ଦ୍ଧେକ ଅମ୍ରିଙ୍କର ଅନୁଗାମୀ ହେଲେ।


ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରିବାର ବର୍ଷ ରାଜ୍ୟ କଲେ; ତିର୍ସାରେ ସେ ଛଅ ବର୍ଷ ରାଜ୍ୟ କଲେ।


ଆଉ ଗାଦିର ପୁତ୍ର ମନହେମ୍‍ ତିର୍ସାରୁ ଯାଇ ଶମରୀୟାରେ ଉପସ୍ଥିତ ହେଲେ ଓ ଯାବେଶଙ୍କର ପୁତ୍ର ଶଲ୍ଲୁମ୍‍ଙ୍କୁ ଶମରୀୟାରେ ଆଘାତ କରି ବଧ କଲେ, ପୁଣି ତାଙ୍କ ପଦରେ ରାଜ୍ୟ କଲେ।


ଯିହୁଦାର ରାଜା ଅସରୀୟଙ୍କ ରାଜତ୍ଵର ପଚାଶ ବର୍ଷରେ ମନହେମ୍‍ଙ୍କର ପୁତ୍ର ପକହୀୟ ଶମରୀୟାରେ ଇସ୍ରାଏଲ ଉପରେ ରାଜତ୍ୱ କରିବାକୁ ଆରମ୍ଭ କରି ଦୁଇ ବର୍ଷ ରାଜ୍ୟ କଲେ।


ଆମୋନ୍‍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ଥିଲେ ଓ ସେ ଯିରୂଶାଲମରେ ଦୁଇ ବର୍ଷ ରାଜ୍ୟ କଲେ ତାଙ୍କର ମାତାର ନାମ ମଶୁଲ୍ଲେମତ୍‍, ସେ ଯଟ୍‍ବା ନିବାସୀ ହାରୁଷଙ୍କର କନ୍ୟା ଥିଲେ।


Swiv nou:

Piblisite


Piblisite