Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 13:8 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ,

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏଥିରେ ପରମେଶ୍ଵରଙ୍କ ଲୋକ ରାଜାଙ୍କୁ କହିଲା, ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ;

Gade chapit la Kopi

ଓଡିଆ ବାଇବେଲ

8 ଏଥିରେ ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲା, “ଯେବେ ତୁମ୍ଭେ ଆପଣା ଗୃହର ଅର୍ଦ୍ଧେକ ମୋତେ ଦେବ, ତେବେ ହେଁ ମୁଁ ତୁମ୍ଭ ସଙ୍ଗେ ଯିବି ନାହିଁ କିଅବା ଏହି ସ୍ଥାନରେ ଅନ୍ନ ଭୋଜନ କି ଜଳ ପାନ କରିବି ନାହିଁ,”

Gade chapit la Kopi

ପବିତ୍ର ବାଇବଲ

8 ମାତ୍ର ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲେ, “ତୁମ୍ଭେ ଆପଣା ରାଜ୍ୟର ଅର୍ଦ୍ଧେକ ଅଂଶ ଦେଲେ ମଧ୍ୟ ମୁଁ ତୁମ୍ଭ ସହିତ ଯିବି ନାହିଁ। ଆଉ ମଧ୍ୟ ମୁଁ ଏ ସ୍ଥାନରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।

Gade chapit la Kopi




1 ରାଜାବଳୀ 13:8
14 Referans Kwoze  

‘ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।’


ଏଥିରେ ବିଲୀୟମ୍‍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, “ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଊଣା କି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ।


ପୁଣି, ସେ ତାହା ନିକଟରେ ଶପଥ କଲେ, ତୁମ୍ଭେ ଆମ୍ଭକୁ ଯାହା କିଛି ମାଗିବ, ରାଜ୍ୟର ଅର୍ଦ୍ଧେକ ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଦେବା।


ମାତ୍ର ଯେକୌଣସି ସ୍ଥାନରେ ଲୋକମାନେ ତୁମ୍ଭମାନଙ୍କୁ ଗ୍ରହଣ କରିବେ ନାହିଁ, ବା ତୁମ୍ଭମାନଙ୍କ କଥା ଶୁଣିବେ ନାହିଁ, ସେ ସ୍ଥାନରୁ ପ୍ରସ୍ଥାନ ସମୟରେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ତୁମ୍ଭମାନଙ୍କ ପାଦଧୂଳି ଝାଡି଼ଦିଅ।”


ମାତ୍ର ଇଲୀଶାୟ କହିଲେ, “ମୁଁ ଯେଉଁ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଉଅଛି, ସେ ଜୀବିତ ଥିବା ପ୍ରମାଣେ ମୁଁ କିଛି ଗ୍ରହଣ କରିବି ନାହିଁ।” ତହୁଁ ନାମାନ୍‍ ତାହା ଗ୍ରହଣ କରିବା ପାଇଁ ଇଲୀଶାୟଙ୍କୁ ବହୁତ ପ୍ରବର୍ତ୍ତାଇଲା, ମାତ୍ର ସେ ମନା କଲେ।


ଆମ୍ଭେ ତୁମ୍ଭକୁ ଯାହା ଯାହା ଆଜ୍ଞା କରିବା, ତାହାସବୁ ତୁମ୍ଭେ କହିବ; ପୁଣି, ତୁମ୍ଭ ଭ୍ରାତା ହାରୋଣ ଇସ୍ରାଏଲ-ସନ୍ତାନଗଣକୁ ଆପଣା ଦେଶରୁ ଛାଡ଼ି ଯିବାକୁ ଫାରୋଙ୍କୁ କହିବ।


ଆଉ ଫାରୋ ସେହି ଦିନ ଲୋକମାନଙ୍କ କାର୍ଯ୍ୟଶାସକ ଓ ଅଧ୍ୟକ୍ଷମାନଙ୍କୁ ଏହି ଆଜ୍ଞା ଦେଲେ,


ସେମାନେ କହିଲେ, “ଏବ୍ରୀୟମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଦର୍ଶନ ଦେଇଅଛନ୍ତି; ଏଣୁ ଆମ୍ଭେମାନେ ବିନୟ କରୁଅଛୁ, ସଦାପ୍ରଭୁ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ପ୍ରାନ୍ତରରେ ତିନି ଦିନର ପଥ ଯିବାକୁ ଦେଉନ୍ତୁ; ନୋହିଲେ ସେ ଆମ୍ଭମାନଙ୍କୁ ମହାମାରୀରେ କିମ୍ବା ଖଡ୍ଗ ଦ୍ୱାରା ଆକ୍ରମଣ କରିବେ।”


କାରଣ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ମୋତେ ଏହି ଆଜ୍ଞା ଦିଆଯାଇଅଛି ଯେ, ତୁମ୍ଭେ ଅନ୍ନ ଭୋଜନ କରିବ ନାହିଁ, କି ଜଳ ପାନ କରିବ ନାହିଁ, କିଅବା ଯେଉଁ ପଥରେ ଯାଉଅଛ, ସେହି ପଥରେ ଫେରି ଆସିବ ନାହିଁ।”


ତହୁଁ ସେ ସେମାନଙ୍କୁ କହିଲା, “ତୁମ୍ଭେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ, ତାହା ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଜଣାଇବି,” ତହିଁରେ ମୋୟାବର ଅଧିପତିମାନେ ବିଲୀୟମ୍‍ ସଙ୍ଗରେ ରହିଲେ।


ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।


Swiv nou:

Piblisite


Piblisite