Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 13:4 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ପରମେଶ୍ଵରଙ୍କ ଲୋକ ବୈଥେଲସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, ତାହାକୁ ଧର। ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ପରମେଶ୍ୱରଙ୍କ ଲୋକ ବେଥେଲ୍‍ସ୍ଥିତ ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚ ସ୍ୱର କରି ଯେଉଁ କଥା କହିଲା, ଯାରବୀୟାମ ରାଜା ତାହା ଶୁଣି ଯଜ୍ଞବେଦିଠାରୁ ହସ୍ତ ବଢ଼ାଇ କହିଲେ, “ତାହାକୁ ଧର।” ଏଥିରେ ସେ ତାହା ବିରୁଦ୍ଧରେ ଯେଉଁ ହସ୍ତ ବଢ଼ାଇ ଥିଲେ; ତାହା ଶୁଷ୍କ ହୋଇଗଲା, ତେଣୁ ସେ ତାହା ଆଉ ଫେରାଇ ପାରିଲେ ନାହିଁ।

Gade chapit la Kopi

ପବିତ୍ର ବାଇବଲ

4 ବୈଥେ‌ଲ୍‌ରେ ଯଜ୍ଞବେଦି ବିଷୟରେ ପରମେଶ୍ୱରଙ୍କ ଲୋକଙ୍କ ମୁହଁରୁ ରାଜା ଯାରବିୟାମ ଏହି ବାର୍ତ୍ତା ଶୁଣିଲେ। ସେ ସେହି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, “ତାକୁ ବନ୍ଦୀ କର!” ମାତ୍ର ରାଜା ତାହା ବିରୁଦ୍ଧରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତ‌ତ୍‌କ୍ଷଣାତ୍ ପକ୍ଷାଘାତ ହୋଇଗଲା।

Gade chapit la Kopi




1 ରାଜାବଳୀ 13:4
26 Referans Kwoze  

କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ।


ଯୀଶୁ ଯେତେବେଳେ ସେମାନଙ୍କୁ କହିଲେ, ମୁଁ ସେହି, ସେତେବେଳେ ସେମାନେ ପଛକୁ ହଟିଯାଇ ଭୂମିରେ ପଡ଼ିଗଲେ।


ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।”


ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାକୁ କହିଲେ, “ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି, ଭଲ ହୋଇଗଲା।


ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ।


ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ।


“ଆମ୍ଭ ଅଭିଷିକ୍ତମାନଙ୍କୁ ସ୍ପର୍ଶ କର ନାହିଁ ଓ ଆମ୍ଭ ଭବିଷ୍ୟଦ୍‍ବକ୍ତାଗଣର କୌଣସି କ୍ଷତି କର ନାହିଁ।”


ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ୱିତ ହୋଇଥିଲେ। ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଅତ୍ୟାଚାର କଲେ।


ପୁଣି, ଦ୍ୱାର ନିକଟବର୍ତ୍ତୀ ସାନ ଓ ବଡ଼ ସମସ୍ତଙ୍କୁ ଅନ୍ଧ କରାଇଲେ; ତହିଁରେ ସେମାନେ ଦ୍ୱାର ଖୋଜୁ ଖୋଜୁ ପରିଶ୍ରାନ୍ତ ହେଲେ।


ଆହୁରି ସେ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲା, “ସଦାପ୍ରଭୁଙ୍କ କଥିତ ଚିହ୍ନ ଏହି; ଦେଖ, ଏହି ବେଦି ଫାଟିଯିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।”


ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ଚିହ୍ନ ଦେଇଥିଲା, ତଦନୁସାରେ ଯଜ୍ଞବେଦି ଫାଟିଗଲା ଓ ଯଜ୍ଞବେଦିରୁ ଭସ୍ମ ଅଜାଡ଼ି ହୋଇ ପଡ଼ିଲା।


ତହୁଁ ସେ ଗୋଟିକୁ ବେଥେଲ୍‍ରେ ଓ ଅନ୍ୟଟିକୁ ଦାନ୍‍ରେ ସ୍ଥାପନ କଲେ।


ପୁଣି, କୁହ, ‘ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରି ଆସିବା ପର୍ଯ୍ୟନ୍ତ ତାକୁ କେବଳ ଅଳ୍ପ ଅନ୍ନ ଓ ଅଳ୍ପ ଜଳ ଖୁଆଅ।’”


Swiv nou:

Piblisite


Piblisite