Biblia Todo Logo
Bib sou entènèt

- Piblisite -




1 ରାଜାବଳୀ 1:21 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ନୋହିଲେ ମୋʼ ପ୍ରଭୁ ମହାରାଜ ଆପଣା ପିତୃ-ଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋʼ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।

Gade chapit la Kopi

ଓଡିଆ ବାଇବେଲ

21 ନୋହିଲେ ମୋ’ ପ୍ରଭୁ ମହାରାଜ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲା ଉତ୍ତାରେ ମୁଁ ଓ ମୋ’ ପୁତ୍ର ଶଲୋମନ ଦୋଷୀ ଗଣିତ ହେବୁ।

Gade chapit la Kopi

ପବିତ୍ର ବାଇବଲ

21 ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା'ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”

Gade chapit la Kopi




1 ରାଜାବଳୀ 1:21
11 Referans Kwoze  

ଏଥିଉତ୍ତାରେ ଦାଉଦ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ ଓ ଦାଉଦ-ନଗରରେ କବର ପାଇଲେ।


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।


ତହୁଁ ସେ କହିଲା, “ତୁମ୍ଭେ ଜାଣ ଯେ, ରାଜ୍ୟ ମୋହର ଥିଲା ଓ ମୁଁ ରାଜ୍ୟ କରିବି ବୋଲି ସମଗ୍ର ଇସ୍ରାଏଲ ମୋʼ ପ୍ରତି ଅନାଇଥିଲେ; ଯାହାହେଉ, ରାଜ୍ୟ ବଦଳି ଯାଇ ମୋʼ ଭାଇଙ୍କର ହୋଇଅଛି; କାରଣ, ତାହା ସଦାପ୍ରଭୁଙ୍କ ଆଡ଼ୁ ତାଙ୍କର ଥିଲା।


ତୁମ୍ଭର ଦିନ ପୂର୍ଣ୍ଣ ହେଲେ ଓ ତୁମ୍ଭେ ଆପଣା ପିତୃଲୋକମାନଙ୍କ ସଙ୍ଗରେ ଶୟନ କଲେ, ଆମ୍ଭେ ତୁମ୍ଭ ଔରସଜାତ ବଂଶକୁ ତୁମ୍ଭ ଉତ୍ତାରେ ସ୍ଥାପନ କରିବା ଓ ଆମ୍ଭେ ତାହାର ରାଜ୍ୟ ସ୍ଥିର କରିବା।


ମାତ୍ର ତୁମ୍ଭେ କୁଶଳରେ ଆପଣା ପୂର୍ବପୁରୁଷମାନଙ୍କ ନିକଟକୁ ଯିବ ଓ ଉତ୍ତମ ବୃଦ୍ଧାବସ୍ଥାରେ କବରପ୍ରାପ୍ତ ହେବ।


ପୁଣି, ହେ ମୋହର ପ୍ରଭୋ, ମହାରାଜ, ମୋହର ପ୍ରଭୁ ମହାରାଜଙ୍କ ସିଂହାସନରେ ତାଙ୍କ ଉତ୍ତାରେ କିଏ ବସିବ, ଏହା ଯେପରି ଆପଣ ସମଗ୍ର ଇସ୍ରାଏଲକୁ କହିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟି ଆପଣଙ୍କ ଉପରେ ଅଛି।


ଆଉ, ସେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ନାଥନ ଭବିଷ୍ୟଦ୍‍ବକ୍ତା ଉପସ୍ଥିତ ହେଲେ।


ତହୁଁ ସେ ଅଫ୍ରାସ୍ଥିତ ଆପଣା ପିତୃଗୃହକୁ ଯାଇ ଆପଣାର ସତୁରି ଭାଇ ଯିରୁବ୍ବାଲ୍‍ର ପୁତ୍ରମାନଙ୍କୁ ଏକ ପ୍ରସ୍ତର ଉପରେ ବଧ କଲା; ମାତ୍ର ଯିରୁବ୍ବାଲ୍‍ର କନିଷ୍ଠ ପୁତ୍ର ଯୋଥମ୍‍ ଆପଣାକୁ ଲୁଚାଇବାରୁ ଅବଶିଷ୍ଟ ରହିଲା।


ଏହେତୁ ବିନୟ କରୁଅଛି, ଏବେ ଆସ, ମୁଁ ତୁମ୍ଭକୁ ପରାମର୍ଶ ଦେବି; ତହିଁରେ ତୁମ୍ଭେ ଆପଣା ପ୍ରାଣ ଓ ଆପଣା ପୁତ୍ର ଶଲୋମନର ପ୍ରାଣ ରକ୍ଷା କରିବ।


ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ଯିହୁଦା-ଗୋଷ୍ଠୀର ସମସ୍ତ ରାଜବଂଶ ବିନାଶ କଲେ।


Swiv nou:

Piblisite


Piblisite