Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 9:5 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କେଫାଙ୍କ ପରି ବିଶ୍ଵାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କଅଣ ଆମ୍ଭମାନଙ୍କର ଅଧିକାର ନାହିଁ?

Gade chapit la Kopi

ଓଡିଆ ବାଇବେଲ

5 ଅନ୍ୟ ସମସ୍ତ ପ୍ରେରିତ, ପ୍ରଭୁଙ୍କ ଭ୍ରାତୃବର୍ଗ ଓ କୈଫାଙ୍କ ପରି ବିଶ୍ୱାସିନୀ ସ୍ତ୍ରୀ ବିବାହ କରି ସଙ୍ଗରେ ଘେନି ଭ୍ରମଣ କରିବାକୁ କ'ଣ ଆମ୍ଭମାନଙ୍କର ଅଧିକାର ନାହିଁ ?

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

5 ଅନ୍ୟାନ୍ୟ ପ୍ରେରିତ ଶିଷ୍ୟ, ପିତର ଓ ପ୍ରଭୁଙ୍କ ଭାଇମାନଙ୍କ ପରି ବିଶ୍ୱାସୀ ସମାଜର ଜଣେ ମହିଳାଙ୍କୁ ବିବାହ କରି ତାଙ୍କ ସହିତ ଭ୍ରମଣ କରିବା ପାଇଁ ମୋର କ’ଣ ଅଧିକାର ନାହିଁ?

Gade chapit la Kopi

ପବିତ୍ର ବାଇବଲ

5 ଜଣେ ବିଶ୍ୱାସିନୀ ପତ୍ନୀକୁ ଯାତ୍ରା ବେଳେ ସଙ୍ଗରେ ନେଇ ଯିବା ପାଇଁ କ’ଣ ଆମ୍ଭର ଅଧିକାର ନାହିଁ? ଅନ୍ୟ ପ୍ରେରିତମାନେ, ପ୍ରଭୁଙ୍କର ଭାଇମାନେ ଓ କେଫାତ ଏପରି କରୁଛନ୍ତି।

Gade chapit la Kopi




୧ କରିନ୍ଥୀୟ 9:5
25 Referans Kwoze  

ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କୈଫା (ଅର୍ଥାତ୍‍ ପିତର) ନାମରେ ଖ୍ୟାତ ହେବ।”


ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;


ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ଶୁଚି ଥାଉ, କାରଣ ଈଶ୍ବର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ।


କିନ୍ତୁ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।


ସ୍ୱାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ଆବଦ୍ଧ ଥାଏ; କିନ୍ତୁ ଯଦି ସ୍ୱାମୀ ମୃତ, ତେବେ ଭାର୍ଯ୍ୟା ପ୍ରଭୁଙ୍କଠାରେ ବିଶ୍ୱାସୀ ଯାହାକୁ ଇଚ୍ଛା, ତାହାକୁ ବିବାହ କରିବା ପାଇଁ ସ୍ୱାଧୀନ।


ତଥାପି, ଯେପରି ସବୁ ଲୋକ ମୋହରି ପରି ହୁଅନ୍ତି, ଏହା ମୋହର ଇଚ୍ଛା। ମାତ୍ର କେହି ଏପ୍ରକାର, କେହି ସେପ୍ରକାର, ପ୍ରତ୍ୟେକ ଜଣ ଈଶ୍ବରଙ୍କଠାରୁ ଦାନ ପାଇଅଛି।


ଏମାନେ ସମସ୍ତେ ସ୍ତ୍ରୀଲୋକମାନଙ୍କ ସହିତ ଏବଂ ଯୀଶୁଙ୍କ ମାତା ମରୀୟମ ଓ ତାହାଙ୍କ ଭାଇମାନଙ୍କ ସହିତ ଏକ ମନରେ ପ୍ରାର୍ଥନାରେ ଲାଗି ରହିଲେ।


ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।


ବୃଦ୍ଧା ସ୍ତ୍ରୀମାନଙ୍କୁ ମାଆ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଉଣୀ ବୋଲି ଭାବି ସେହି ପ୍ରକାର କର।


ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ୱାମୀ, ଆତ୍ମସଞ୍ଜମ, ଉତ୍ତମ ବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ,


ତଥାପି ଯଦି ଅବିଶ୍ୱାସୀ ପୃଥକ୍ ହେବାକୁ ଇଚ୍ଛା କରେ, ତେବେ ସେ ପୃଥକ୍ ହେଉ; ଏପରି ସ୍ଥଳେ ସେହି ଭାଇ ବା ଭଉଣୀ ଆବଦ୍ଧ ନୁହଁନ୍ତି; ଈଶ୍ବର ତୁମ୍ଭମାନଙ୍କୁ ଶାନ୍ତିରେ ଆଚରଣ କରିବାକୁ ଆହ୍ୱାନ କରିଅଛନ୍ତି।


ମୋʼ କଥାର ଭାବ ଏହି, ତୁମ୍ଭମାନଙ୍କ ମଧ୍ୟରୁ କେହି କେହି କହନ୍ତି, ମୁଁ ପାଉଲଙ୍କର, କେହି କେହି କହନ୍ତି, ମୁଁ ଆପଲ୍ଲଙ୍କର, କେହି କେହି କହନ୍ତି, ମୁଁ କୈଫାଙ୍କର, ଆଉ କେହି କେହି କହନ୍ତି, ମୁଁ ଖ୍ରୀଷ୍ଟଙ୍କର।


କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,


ଏଥିଉତ୍ତାରେ ସେ ଆପଣା ମାତା, ଭାଇବୃନ୍ଦ ଓ ଶିଷ୍ୟମାନଙ୍କ ସହିତ କଫର୍ନାହୂମକୁ ଗଲେ; ପୁଣି, ସେମାନେ ସେଠାରେ ଅଧିକ ଦିନ ରହିଲେ ନାହିଁ।


ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍‌ଯୋଗୀ ବୋଲି କହନ୍ତି,


ଏ କି ସେହି ବଢ଼େଇ ନୁହେଁ? ଏ କି ମରୀୟମର ପୁଅ, ଆଉ ଯାକୁବ, ଯୋସି, ଯିହୂଦା ଓ ଶିମୋନର ଭାଇ ନୁହେଁ? ପୁଣି, ଏହାର ଭଉଣୀମାନେ କି ଏଠାରେ ଆମ୍ଭମାନଙ୍କ ସାଙ୍ଗରେ ନାହାନ୍ତି? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ।


ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।


ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମାଆ ନାମ କଅଣ ମରୀୟମ ନୁହେଁ? ପୁଣି, ଏହାର ଭାଇମାନଙ୍କ ନାମ କଅଣ ଯାକୁବ, ଯୋଷେଫ, ଶିମୋନ ଓ ଯିହୂଦା ନୁହେଁ?


ମୋହର ପ୍ରିୟେ, ମୋହର କନ୍ୟା ଏକ ରୁଦ୍ଧ ଉଦ୍ୟାନ; ଏକ ରୁଦ୍ଧ ନିର୍ଝର, ଏକ ମୁଦ୍ରାଙ୍କିତ ଜଳାକାର ସଦୃଶ୍ୟ।


ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି, ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ବର ଏସବୁ ତ ସୃଷ୍ଟି କରିଅଛନ୍ତି।


କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।


ସେଥିରେ ତାହାଙ୍କୁ ଏହି ଖବର ଦିଆଗଲା, ଆପଣଙ୍କର ମାଆ ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଚ୍ଛା କରି ବାହାରେ ଠିଆ ହୋଇଅଛନ୍ତି।


Swiv nou:

Piblisite


Piblisite