Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 9:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କଅଣ ଆହୁରି ଅଧିକ ନୋହୁଁ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟକରୁଅଛୁ।

Gade chapit la Kopi

ଓଡିଆ ବାଇବେଲ

12 ଯଦି ଅନ୍ୟମାନେ ତୁମ୍ଭମାନଙ୍କ ଅଂଶାଧିକାରୀ ଅଟନ୍ତି, ତେବେ ଆମ୍ଭେମାନେ କ'ଣ ଆହୁରି ଅଧିକ ନୋହୁଁ ? ତଥାପି ଆମ୍ଭେମାନେ ସେହି ଅଧିକାର ବ୍ୟବହାର କରି ନାହୁଁ; କିନ୍ତୁ ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ସୁସମାଚାରର କୌଣସି ବାଧା ନ ଜନ୍ମାଉ, ଏଥିପାଇଁ ସମସ୍ତ ସହ୍ୟ କରୁଅଛୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

12 ତୁମ୍ଭମାନଙ୍କଠାରୁ ଏପରି ଆଶା କରିବା ପାଇଁ ଅନ୍ୟମାନଙ୍କର ଅଧିକାର ଅଛି। ତେବେ ଆମ ଅଧିକାର କ’ଣ ସେମାନଙ୍କଠାରୁ ଅଧିକ ନୁହେଁ? ଆମେ ଏହି ଅଧିକାରକୁ ପ୍ରୟୋଗ କରି ନାହୁଁ। କିନ୍ତୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାରରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ଆମେ ସବୁ ସହ୍ୟ କରି ଯାଉଛୁ।

Gade chapit la Kopi

ପବିତ୍ର ବାଇବଲ

12 ଯଦି ଅନ୍ୟମାନଙ୍କର ତୁମ୍ଭଠାରେ ଏହି ଦାବୀ ଅଛି, ତେବେ ଆମ୍ଭର କ’ଣ ଏଥିରେ ଅଧିକ ଦାବୀ ନାହିଁ? କିନ୍ତୁ ଆମ୍ଭେ ଏହି ଅଧିକାର ପ୍ରୟୋଗ କରି ନାହୁଁ। ବରଂ ଖ୍ରୀଷ୍ଟଙ୍କର ସୁସମାଗ୍ଭର କାର୍ଯ୍ୟ କାଳେ ବାଧାପ୍ରାପ୍ତ ହେବ, ଏଥିପାଇଁ ଆମ୍ଭେ ସହ୍ୟ କରିଅଛୁ।

Gade chapit la Kopi




୧ କରିନ୍ଥୀୟ 9:12
23 Referans Kwoze  

କିନ୍ତୁ ଦର୍ପର ବିଷୟରେ ଆମ୍ଭମାନଙ୍କ ପରି ଦେଖାଯିବା ନିମନ୍ତେ ଯେଉଁମାନେ ସୁଯୋଗ ଅନ୍ୱେଷଣ କରନ୍ତି, ମୁଁ ଯେପରି ସେମାନଙ୍କୁ ସୁଯୋଗ ନ ଦିଏ, ଏଥିନିମନ୍ତେ ମୁଁ ଯାହା କରୁଅଛି, ତାହା କରୁଥିବି।


ତେବେ ମୋହର ପୁରସ୍କାର କଅଣ? ତାହା ଏହି ଯେ, ଯେପରି ମୁଁ ସୁସମାଚାରରେ ଥିବା ମୋହର ଅଧିକାର ବ୍ୟବହାର ନ କରି ସୁସମାଚାର ପ୍ରଚାର କରୁ କରୁ ସେହି ସୁସମାଚାରକୁ ବିନାମୂଲ୍ୟର ପ୍ରଚାର କରେ।


କିନ୍ତୁ ମୁଁ ଏହିସବୁ ବିଷୟ କିଛି ବ୍ୟବହାର କରି ନାହିଁ, ଆଉ ମୋʼ ପ୍ରତି ଯେ ଏହିପରି କରାଯିବ, ଏଥିପାଇଁ ମୁଁ ଏହିସବୁ ଲେଖୁ ନାହିଁ; କାରଣ କେହି ମୋହର ଏହି ଦର୍ପ ବ୍ୟର୍ଥ କରିବା ଅପେକ୍ଷା ବରଂ ମୋହର ମରିବା ଭଲ।


ଯଦ୍ୟପି ମୁଁ ଅନ୍ୟମାନଙ୍କ ନିକଟରେ ଜଣେ ପ୍ରେରିତ ନୁହେଁ, ତଥାପି ତୁମ୍ଭମାନଙ୍କ ନିକଟରେ ଅବଶ୍ୟ ଜଣେ ପ୍ରେରିତ, କାରଣ ପ୍ରଭୁଙ୍କଠାରେ ତୁମ୍ଭେମାନେ ମୋହର ପ୍ରେରିତପଦର ମୁଦ୍ରାଙ୍କ ସ୍ୱରୂପ।


ଯେଣୁ ଯଦି କେହି ତୁମ୍ଭମାନଙ୍କୁ ଦାସ କରି ରଖେ, ତୁମ୍ଭମାନଙ୍କ ସମ୍ପତ୍ତି ଗ୍ରାସ କରେ, ତୁମ୍ଭମାନଙ୍କୁ ଫାନ୍ଦରେ ପକାଇ ଧରେ, ଅହଙ୍କାର କରେ ବା ତୁମ୍ଭମାନଙ୍କ ମୁହଁରେ ଚାପୁଡ଼ା ମାରେ, ତେବେ ତୁମ୍ଭେମାନେ ତାହା ସହିଥାଅ।


ଯେପରି ଆମ୍ଭମାନଙ୍କ ସେବକପଦ ନିନ୍ଦିତ ନ ହୁଏ, ସେଥିପାଇଁ ଆମ୍ଭେମାନେ କୌଣସି ବିଷୟରେ ବାଧା ନ ଦେଉ,


ତୁମ୍ଭେମାନେ ଯେ ପରସ୍ପର ବିରୁଦ୍ଧରେ ବିଚାରାଳୟରେ ଅଭିଯୋଗ କରୁଅଛ, ସେଥିରେ ତୁମ୍ଭେମାନେ ନିତାନ୍ତ ଦୋଷୀ। ବରଂ କାହିଁକି ଅନ୍ୟାୟ ସହୁ ନାହଁ? ବରଂ କାହିଁକି କ୍ଷତି ଅଙ୍ଗୀକାର କରୁ ନାହଁ?


ଏହି କାରଣରୁ ମଧ୍ୟ ମୁଁ ତୁମ୍ଭମାନଙ୍କ ନିକଟକୁ ଯିବା ନିମନ୍ତେ ଅନେକ ଥର ରୋକାଯାଇଅଛି;


ପୁଣି, ସମବ୍ୟବସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ, ଆଉ ସେମାନେ କର୍ମ କରିବାକୁ ଲାଗିଲେ, କାରଣ ବ୍ୟବସାୟରେ ସେମାନେ ତମ୍ୱୁ ନିର୍ମାଣକାରୀ ଥିଲେ।


ହାୟ ଦଣ୍ଡର ପାତ୍ର ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ, କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ; ତୁମ୍ଭେମାନେ ନିଜେ ନିଜେ ପ୍ରବେଶ କଲ ନାହିଁ, ଆଉ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଲୋକମାନଙ୍କୁ ବାଧା ଦେଲ।”


ପୁଣି, ସେସମସ୍ତେ ଯିରୂଶାଲମକୁ ଯାଇ ତହିଁ ବିରୁଦ୍ଧରେ ଯୁଦ୍ଧ କରିବାକୁ ଓ ତହିଁ ମଧ୍ୟରେ ଗଣ୍ଡଗୋଳ କରିବାକୁ ଏକତ୍ର ଚକ୍ରାନ୍ତ କଲେ।


ମାତ୍ର ସେ ସେମାନଙ୍କୁ କହିଲା, “ମୋତେ ବିଳମ୍ବ କରାଅ ନାହିଁ, ଯେହେତୁ ସଦାପ୍ରଭୁ ମୋହର ଯାତ୍ରା ସଫଳ କଲେ; ଏବେ ନିଜ କର୍ତ୍ତାଙ୍କ ନିକଟକୁ ଯିବା ପାଇଁ ମୋତେ ବିଦାୟ କର।”


ସେହି ପ୍ରକାରେ ଯେଉଁମାନେ ସୁସମାଚାର ପ୍ରଚାର କରନ୍ତି, ସେମାନେ ଯେ ସୁସମାଚାର ଦ୍ୱାରା ଜୀବନ ନିର୍ବାହ କରିବେ, ଏହା ପ୍ରଭୁ ଆଦେଶ ଦେଇଅଛନ୍ତି।


କାରଣ ମୁଁ ଯଦି ସୁସମାଚାର ପ୍ରଚାର କରେ, ସେଥିରେ ମୋହର ଦର୍ପ କରିବାର କିଛି ନାହିଁ, ଯେଣୁ ତାହା କରିବା ନିମନ୍ତେ ମୁଁ ବାଧ୍ୟ; ଆଉ ଯଦି ମୁଁ ସୁସମାଚାର ପ୍ରଚାର ନ କରେ, ତେବେ ହାୟ, ମୁଁ ଦଣ୍ଡର ପାତ୍ର।


ସମସ୍ତ ସହ୍ୟ କରେ, ସମସ୍ତ ବିଶ୍ୱାସ କରେ, ସମସ୍ତ ଭରସା କରେ, ସମସ୍ତ ବିଷୟରେ ଧୈର୍ଯ୍ୟ ଧରି ରହେ।


ପୁଣି, ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ତ୍ରୋୟାକୁ ଆସିଲା ଉତ୍ତାରେ ପ୍ରଭୁଙ୍କ କାର୍ଯ୍ୟ ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲେ ହେଁ,


Swiv nou:

Piblisite


Piblisite