Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:40 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

40 କିନ୍ତୁ ସେ ଅବିବାହିତ ହୋଇ ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ବରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

40 କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ଵରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।

Gade chapit la Kopi

ଓଡିଆ ବାଇବେଲ

40 କିନ୍ତୁ ସେ ସେହିପରି ରହିଲେ ଅଧିକ ସୁଖୀ ହେବ, ଏହା ମୋହର ମତ, ଆଉ ମୁଁ ମଧ୍ୟ ଈଶ୍ୱରଙ୍କ ଆତ୍ମା ପାଇଅଛି ବୋଲି ମନେ କରେ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

40 ମୋ’ ମତରେ, ସେ ଯେଉଁ ଅବସ୍ଥାରେ ଅଛି, ସେହି ଅବସ୍ଥାରେ ରହିଲେ ଅଧିକ ଖୁସି ହେବ। ଏହା ମଧ୍ୟ ଈଶ୍ୱରଙ୍କ ପବିତ୍ରଆତ୍ମାଙ୍କ ଅଭିମତ ବୋଲି ମୁଁ ଭାବୁଛି।

Gade chapit la Kopi

ପବିତ୍ର ବାଇବଲ

40 ଏକ ସ୍ତ୍ରୀ ଯଦି ପୁନଃ ବିବାହ ନ କରେ, ତା'ହେଲେ ସେ ଅଧିକ ସୁଖୀ ରହିବ। ଏହା ହେଉଛି ମୋର ମତ। ମୁଁ ବିଶ୍ୱାସ କରେ ଯେ ମୋ’ ପାଖରେ ମଧ୍ୟ ପରମେଶ୍ୱରଙ୍କ ଆତ୍ମା ଅଛି।

Gade chapit la Kopi




୧ କରିନ୍ଥୀୟ 7:40
13 Referans Kwoze  

ଅତଏବ, ଯେ ଏହା ଅଗ୍ରାହ୍ୟ କରେ, ସେ ମନୁଷ୍ୟକୁ ଅଗ୍ରାହ୍ୟ କରେ ନାହିଁ, ମାତ୍ର ଯେଉଁ ଈଶ୍ବର ତୁମ୍ଭମାନଙ୍କ ଅନ୍ତରରେ ଆପଣା ପବିତ୍ର ଆତ୍ମା ପ୍ରଦାନ କରନ୍ତି, ତାହାଙ୍କୁ ଅଗ୍ରାହ୍ୟ କରେ।


ମୁଁ ନିର୍ବୋଧ ହୋଇଅଛି, ତୁମ୍ଭେମାନେ ମୋତେ ବାଧ୍ୟ କଲ, କାରଣ ମୋହର ପ୍ରଶଂସା କରିବା ତୁମ୍ଭମାନଙ୍କର ଉଚିତ୍ ଥିଲା; ଯେଣୁ ଯଦ୍ୟପି ମୁଁ କିଛି ନୁହେଁ, ତଥାପି କୌଣସି ବିଷୟରେ ସେହି ଶ୍ରେଷ୍ଠତମ ପ୍ରେରିତମାନଙ୍କ ଅପେକ୍ଷା ଊଣା ନୁହେଁ।


ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।


କିନ୍ତୁ ମୁଁ ଅବିବାହିତ ଓ ବିଧବାମାନଙ୍କୁ କହେ, ସେମାନେ ମୋʼ ପରି ରହିଲେ ସେମାନଙ୍କ ପକ୍ଷରେ ଭଲ।


କିନ୍ତୁ ମୁଁ ଆଜ୍ଞା ଦେଲା ପରି ନ କହି ପରାମର୍ଶ ଦେଲା ପରି ଏହା କହେ।


ତୁମ୍ଭେମାନେ ଯେଉଁ ସବୁ ବିଷୟ ଲେଖିଅଛ, ସେହି ସବୁର ଉତ୍ତର ଏହି, ସ୍ତ୍ରୀଲୋକକୁ ସ୍ପର୍ଶ ନ କରିବା ପୁରୁଷ ପକ୍ଷରେ ଭଲ;


ଏ ସମ୍ବନ୍ଧରେ ମୋହର ମତ ଏହି, ତାହା ତ ତୁମ୍ଭମାନଙ୍କ ନିମନ୍ତେ ହିତଜନକ, ଯେଣୁ ଗତ ବର୍ଷରୁ ତୁମ୍ଭେମାନେ ଯେ ପ୍ରଥମ କରି କାର୍ଯ୍ୟ କରିବାକୁ ଆରମ୍ଭ କଲ, ତାହା ନୁହେଁ, ମାତ୍ର ଏହା କରିବା ନିମନ୍ତେ ପ୍ରଥମରେ ଇଚ୍ଛା ସୁଦ୍ଧା କରିଥିଲ;


ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;


Swiv nou:

Piblisite


Piblisite