Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:36 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

36 କିନ୍ତୁ, ଯଦି କୌଣସି ଲୋକ ନିଜ କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହାପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

36 କିନ୍ତୁ, ଯଦି କୌଣସି ଲୋକ ବିବାହ ପାଇଁ ନିଜ ବାଗ୍‌ଦତ୍ତା କନ୍ୟାର ଯୌବନାବସ୍ଥା ଗତ ହୋଇଅଛି, ଆଉ ସେ ତାହା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ତେବେ ଆବଶ୍ୟକ ବୋଧ କଲେ ସେ ଯାହା ଇଚ୍ଛା, ତାହା କରୁ; ସେଥିରେ ପାପ ନାହିଁ; ସେମାନେ ବିବାହ କରନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

36 ବିବାହ ନିର୍ବନ୍ଧ ହୋଇଯିବା ପରେ, ପୁରୁଷ ଯଦି ମନେ କରେ ଯେ ତା’ର ବାଗ୍ଦତ୍ତା ସ୍ତ୍ରୀ ପ୍ରତି ସେ ସଂଯତ ଆଚରଣ କରିପାରୁ ନାହିଁ, ଯଦି ତା’ର କାମାଭିଳାଷ ପ୍ରବଳ ହୁଏ ଓ ତାହା ପକ୍ଷରେ ବିବାହ କରିବା ନିତାନ୍ତ ପ୍ରୟୋଜନ ହୋଇପଡ଼େ, ତେବେ ତା’ର ଇଚ୍ଛା ଅନୁଯାୟୀ ସେମାନେ ବିବାହ କରନ୍ତୁ। ଏଥିରେ କୌଣସି ପାପ ନାହିଁ।

Gade chapit la Kopi

ପବିତ୍ର ବାଇବଲ

36 ଯଦି କେହି ନିଜର କନ୍ୟା ଗତବୟସ୍କା ହେବାର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ୟା ପ୍ରତି ଉଚିତ୍ ବ୍ୟବହାର କରୁ ନାହିଁ, ଓ ଭାବେ ଯେ କନ୍ୟାର ବିବାହ ଆବଶ୍ୟକ, ତେବେ ସେ ଯେପରି ଗ୍ଭହେଁ ସେହିପରି କରିପାରେ। ସେମାନଙ୍କର ବିବାହ କରିଦେବା ଉଚିତ୍। ଏହା ପାପ ନୁହେଁ।

Gade chapit la Kopi




୧ କରିନ୍ଥୀୟ 7:36
7 Referans Kwoze  

କିନ୍ତୁ ଯେ ହୃଦୟରେ ସ୍ଥିର ଥାଏ, ଆଉ ଆବଶ୍ୟକତା ବୋଧ ନ କରେ, ପୁଣି, ଯାହାର ଆପଣା ଇଚ୍ଛାନୁସାରେ କରିବାକୁ ଅଧିକାର ଥାଏ, ଆଉ ଯେ ଆପଣା କନ୍ୟାକୁ କୁମାରୀ ରଖିବା ନିମନ୍ତେ ହୃଦୟରେ ସ୍ଥିର କରିଥାଏ, ସେ ଭଲ କରେ।


ମାତ୍ର ଯଦି ସେମାନେ ଇନ୍ଦ୍ରିୟ ଦମନ କରି ନ ପାରନ୍ତି, ତେବେ ବିବାହ କରନ୍ତୁ କାରଣ କାମାନଳରେ ଦଗ୍ଧ ହେବା ଅପେକ୍ଷା ବିବାହ କରିବା ଭଲ।


ଆଉ ତୁମ୍ଭର ଯେଉଁ ଲୋକକୁ ଆମ୍ଭେ ଆପଣା ଯଜ୍ଞବେଦିରୁ ଉଚ୍ଛିନ୍ନ ନ କରିବା, ସେ ତୁମ୍ଭ ଚକ୍ଷୁର କ୍ଷୟ ଓ ତୁମ୍ଭ ହୃଦୟର ଶୋକ ଜନ୍ମାଇବାକୁ ରହିବ; ପୁଣି, ତୁମ୍ଭ ବଂଶଜାତ ସମସ୍ତେ ଯୌବନାବସ୍ଥାରେ ମରିବେ।


ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।


ଆଉ କେହି ଯଦି ତୁମ୍ଭ ସହିତ ବିଚାରସ୍ଥାନରେ ବିବାଦ କରି ତୁମ୍ଭର ଅଙ୍ଗରଖା ନେବାକୁ ଇଚ୍ଛା କରେ, ତାହାକୁ ବସ୍ତ୍ର ମଧ୍ୟ ଦେଇଦିଅ।


ଏହି କଥା ମୁଁ ତୁମ୍ଭମାନଙ୍କ ନିଜ ହିତ ନିମନ୍ତେ କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ଆବଦ୍ଧ କରିବାକୁ କହୁ ନାହିଁ, ମାତ୍ର ତୁମ୍ଭେମାନେ ଯେପରି ଶିଷ୍ଟାଚରଣ କରି ଏକାଗ୍ର ମନରେ ପ୍ରଭୁଙ୍କଠାରେ ନିବିଷ୍ଟ ଥାଅ, ଏଥିପାଇଁ କହୁଅଛି।


ତୁମ୍ଭେମାନେ ଭାର୍ଯ୍ୟା ଗ୍ରହଣ କରି ପୁତ୍ରକନ୍ୟା ଜାତ କର, ଆଉ ତୁମ୍ଭମାନଙ୍କର ପୁତ୍ରଗଣକୁ ଭାର୍ଯ୍ୟା ଗ୍ରହଣ କରାଅ ଓ ତୁମ୍ଭମାନଙ୍କର କନ୍ୟାଗଣଙ୍କୁ ସ୍ୱାମୀ ଗ୍ରହଣ କରାଅ, ସେମାନେ ପୁତ୍ରକନ୍ୟା ଜାତ କରନ୍ତୁ; ଆଉ, ତୁମ୍ଭେମାନେ ସେଠାରେ ବର୍ଦ୍ଧିତ ହୋଇ ଊଣା ହୁଅ ନାହିଁ।


Swiv nou:

Piblisite


Piblisite