Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:29 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତି ଅଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 କିନ୍ତୁ ହେ ଭାଇମାନେ, ମୋʼ କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ।

Gade chapit la Kopi

ଓଡିଆ ବାଇବେଲ

29 କିନ୍ତୁ ହେ ଭାଇମାନେ, ମୋ' କଥାର ଭାବ ଏହି, ସମୟ ଅତ୍ୟଳ୍ପ, ଏଣୁ ଯେଉଁମାନଙ୍କର ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିଲା ପରି ହୁଅନ୍ତୁ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

29 ଭାଇମାନେ, ମୁଁ ଏହି କଥା କହିବାକୁ ଇଚ୍ଛା କରୁଛି ଯେ, କାଳ ସନ୍ନିକଟ। ଆଜିଠାରୁ ବିବାହିତମାନେ ଅବିବାହିତଙ୍କ ପରି ଜୀବନ ଯାପନ କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ

29 ଭାଇ ଓ ଭଉଣୀମାନେ! ମୋର କହିବା କଥା ଯେ, ସମୟ ବହୁତ କମ୍ ଅଛି। ଅତଏବ, ଏହା ପରେ, ଯେଉଁମାନଙ୍କର ପତ୍ନୀ ଅଛନ୍ତି ସେମାନେ ପ୍ରଭୁଙ୍କ ପାଇଁ ସମୟ ଦିଅନ୍ତୁ, ଯେପରି ସେମାନଙ୍କ ପତ୍ନୀ ନାହିଁ।

Gade chapit la Kopi




୧ କରିନ୍ଥୀୟ 7:29
23 Referans Kwoze  

ପୁଣି, ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ବରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ।


ଆଉ, ଯେଉଁମାନେ ଜଗତର ବିଷୟ ଭୋଗ କରନ୍ତି, ସେମାନେ ଭୋଗ ନ କରିବା ଲୋକ ପରି ହୁଅନ୍ତୁ; କାରଣ ଏହି ଜଗତର ରୂପ ପରିବର୍ତ୍ତିତ ହେଉଅଛି।


ମାତ୍ର ସମସ୍ତ ବିଷୟର ଅନ୍ତିମ ସମୟ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି, ପ୍ରାର୍ଥନା କରିବା ପାଇଁ ଜାଗ୍ରତ ଥାଅ,


କାରଣ ପବିତ୍ର ଶାସ୍ତ୍ରରେ ଯେପରି ଲେଖାଅଛି, “ସମସ୍ତ ମର୍ତ୍ତ୍ୟ ତୃଣ ତୁଲ୍ୟ, ତାହାର ସମସ୍ତ ଶୋଭା ତୃଣର ପୁଷ୍ପ ସଦୃଶ; ତୃଣ ଶୁଖିଯାଏ, ଆଉ ଫୁଲ ଝଡ଼ିପଡ଼େ,


ତୁମ୍ଭ ହସ୍ତ ଯେକୌଣସି କାର୍ଯ୍ୟ କରିବାକୁ ପାଏ, ତାହା ଆପଣା ଶକ୍ତିରେ କର; କାରଣ ତୁମ୍ଭେ ଯେଉଁ ସ୍ଥାନକୁ ଯାଉଅଛ, ସେହି କବରରେ କୌଣସି କାର୍ଯ୍ୟ, କି କଳ୍ପନା, କି ବିଦ୍ୟା, କି ଜ୍ଞାନ ନାହିଁ।


କାରଣ ମନୁଷ୍ୟ ଛାୟା ତୁଲ୍ୟ ଆପଣାର ଯେଉଁ ଅସାର ଜୀବନର ଦିନସବୁ କ୍ଷେପଣ କରେ, ସେହି ଜୀବନ କାଳରେ ତାହାର ମଙ୍ଗଳ କଅଣ, ଏହା କିଏ ଜାଣେ? ଆଉ, ମନୁଷ୍ୟର ମରଣାନ୍ତେ ସୂର୍ଯ୍ୟ ତଳେ ଯାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ?


ସମୟ ଉପସ୍ଥିତ ହେଲା, ଦିନ ନିକଟବର୍ତ୍ତୀ ହେଉଅଛି; କ୍ରୟକାରୀ ଆନନ୍ଦ ନ କରୁ ଓ ବିକ୍ରୟକାରୀ ଶୋକ ନ କରୁ; କାରଣ ସେହି ସ୍ଥାନର ସମସ୍ତ ଲୋକସମୂହ ଉପରେ କୋପ ଉପସ୍ଥିତ।


କିନ୍ତୁ ଯଦି ତୁମ୍ଭେ ବିବାହ କରିଅଛ, ତାହାହେଲେ ସୁଦ୍ଧା ପାପ କରି ନାହଁ; ଆଉ ଯଦି କୁମାରୀ ବିବାହ କରିଅଛି, ତାହାହେଲେ ସେ ପାପ କରି ନାହିଁ। ତଥାପି ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ଆଉ ତୁମ୍ଭେମାନେ ଯେପରି ସେଥିରୁ ରକ୍ଷା ପାଅ, ଏହା ମୋହର ଇଚ୍ଛା।


ଆଉ, ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି ହୁଅନ୍ତୁ; ପୁଣି, ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି ହୁଅନ୍ତୁ; ଯେଉଁମାନେ କ୍ରୟ କରନ୍ତି, ସେମାନେ ଅନଧିକାରୀ ଲୋକ ପରି ହୁଅନ୍ତୁ;


ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି?


ଅନ୍ୟ ଜଣେ କହିଲା, ‘ମୁଁ ବିବାହ କରିଅଛି, ତେଣୁ ଯାଇ ପାରୁ ନାହିଁ।’


Swiv nou:

Piblisite


Piblisite