Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ବରଙ୍କ ଆଜ୍ଞା ପାଳନ ହିଁ ସାର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସୁନ୍ନତ କିଛି ନୁହେଁ, ପୁଣି ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ଵରଙ୍କ ଆଜ୍ଞା ପାଳନ ହିଁ ସାର।

Gade chapit la Kopi

ଓଡିଆ ବାଇବେଲ

19 ସୁନ୍ନତ କିଛି ନୁହେଁ, ପୁଣି, ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କ ଆଜ୍ଞା ପାଳନ ହିଁ ସାର ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

19 ଅସୁନ୍ନତ ଲୋକ ଯଦି ଈଶ୍ୱରଙ୍କ ଆହ୍ୱାନ ପାଏ, ସେ ଆଉ ସୁନ୍ନତ ନ ହେଉ, କାରଣ ସୁନ୍ନତ ହେବା ବା ନ ହେବାରେ କିଛି ମୂଲ୍ୟ ନାହିଁ। ମୁଖ୍ୟ ବିଷୟ ହେଉଛି, ଈଶ୍ୱରଙ୍କ ଆଦେଶ ପାଳନ କରିବା।

Gade chapit la Kopi

ପବିତ୍ର ବାଇବଲ

19 ଜଣେ ସୁନ୍ନତ ହୋଇଛି ବା ନାହିଁ, ତାହା ବଡ଼ ବିଷୟ ନୁହେଁ, ମାତ୍ର ପରମେଶ୍ୱରଙ୍କର ଆତ୍ମାଙ୍କୁ ମାନିବା ବଡ଼ ବିଷୟ।

Gade chapit la Kopi




୧ କରିନ୍ଥୀୟ 7:19
16 Referans Kwoze  

କାରଣ ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, କିନ୍ତୁ ନୂତନ ସୃଷ୍ଟି ହିଁ ସାର।


ଯେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧକ ବିଶ୍ୱାସ ହିଁ ସାର।


ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।


ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।


ଯିହୁଦୀ କି ଗ୍ରୀକ୍‍, ଦାସ କି ସ୍ୱାଧୀନ, ପୁରୁଷ କି ସ୍ତ୍ରୀ, ତୁମ୍ଭମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭେମାନେ ଏକ।


କିନ୍ତୁ ଖାଦ୍ୟଦ୍ରବ୍ୟ ଆମ୍ଭମାନଙ୍କୁ ଈଶ୍ବରଙ୍କ ନିକଟରେ ଗ୍ରାହ୍ୟ କି ଅଗ୍ରାହ୍ୟ କରାଏ ନାହିଁ; ଭୋଜନ ନ କଲେ ଆମ୍ଭମାନଙ୍କର କ୍ଷତି ହୁଏ ନାହିଁ, କିମ୍ବା ଭୋଜନ କଲେ ଆମ୍ଭମାନଙ୍କର ଲାଭ ହୁଏ ନାହିଁ।


କାରଣ ଈଶ୍ବର ତ ଏକ, ଆଉ ସେ ବିଶ୍ୱାସ ହେତୁ ସୁନ୍ନତିକୁ ଓ ବିଶ୍ୱାସ ଦ୍ୱାରା ଅସୁନ୍ନତିକୁ ଧାର୍ମିକ ଗଣିବେ।


ମୁଁ ତୁମ୍ଭମାନଙ୍କୁ ଯେଉଁ ଆଜ୍ଞା ଦେଉଅଛି, ତାହା ଯଦି ପାଳନ କର, ତେବେ ତୁମ୍ଭେମାନେ ମୋହର ବନ୍ଧୁ।


ଅତଏବ ଯେ କେହି ଏହି ସମସ୍ତ କ୍ଷୁଦ୍ରତମ ଆଜ୍ଞା ମଧ୍ୟରୁ କୌଣସି ଗୋଟିଏ ଆଜ୍ଞା ଅମାନ୍ୟ କରେ ଓ ଲୋକଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ କ୍ଷୁଦ୍ରତମ ବୋଲି ପରିଚିତ ହେବ; କିନ୍ତୁ ଯେକେହି ସେହି ସମସ୍ତ ପାଳନ କରେ ଓ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ପରିଚିତ ହେବ।


ତହିଁରେ ଶାମୁୟେଲ କହିଲେ, “ଯେପରି ସଦାପ୍ରଭୁଙ୍କ ରବ ଶୁଣିବାରେ, ସେପରି କି ହୋମ ଓ ବଳିଦାନରେ ସଦାପ୍ରଭୁଙ୍କର ସନ୍ତୋଷ ହୁଏ? ଦେଖ, ଶୁଣିବା ବଳିଦାନଠାରୁ ଓ ମନୋଯୋଗୀ ହେବା ମେଷମେଦଠାରୁ ଉତ୍ତମ।


ବାହାରି ଆସିଥିବା ସମସ୍ତ ଲୋକ ସୁନ୍ନତ ହୋଇଥିଲେ; ମାତ୍ର ମିସରରୁ ବାହାରି ଆସୁ ଆସୁ ଯେତେ ଲୋକ ବାଟରେ ପ୍ରାନ୍ତର ମଧ୍ୟରେ ଜନ୍ମିଥିଲେ, ସେମାନଙ୍କର ସୁନ୍ନତ ହୋଇ ନ ଥିଲା।


Swiv nou:

Piblisite


Piblisite