Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 7:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି? ସେ ସୁନ୍ନତି ନ ହେଉ।

Gade chapit la Kopi

ଓଡିଆ ବାଇବେଲ

18 କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଅଛି ? ସେ ସୁନ୍ନତି ନ ହେଉ ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

18 ସୁନ୍ନତ ହେବା ପରେ କେହି ଯଦି ଆହ୍ୱାନ ପାଏ, ସେ ସୁନ୍ନତର ଚିହ୍ନ ଲୋପ କରିବାକୁ ଚେଷ୍ଟା ନ କରୁ।

Gade chapit la Kopi

ପବିତ୍ର ବାଇବଲ

18 ପରମେଶ୍ୱରଙ୍କ ଆହ୍ୱାନ ପାଇବା ପୂର୍ବରୁ ଯଦି କାହାର ସୁନ୍ନତ ହୋଇ ଯାଇଛି, ସେ ତାହା ପରିବର୍ତ୍ତନ କରିବା ଉଚିତ୍ ନୁହେଁ। ଯଦି ଜଣେ ଆହ୍ୱାନ ପାଇବା ବେଳେ ସୁନ୍ନତ ହୋଇ ନାହିଁ, ତା'ର ମଧ୍ୟ ସୁନ୍ନତ ହେବା ଉଚିତ୍ ନୁହେଁ।

Gade chapit la Kopi




୧ କରିନ୍ଥୀୟ 7:18
8 Referans Kwoze  

କିନ୍ତୁ ଫାରୂଶୀ-ଦଳର କେତେକ ଜଣ ଯେଉଁମାନେ ବିଶ୍ୱାସ କରୁଥିଲେ ଉଠି କହିଲେ, ଅଣଯିହୁଦୀ ଶିଷ୍ୟମାନଙ୍କୁ ସୁନ୍ନତ କରିବା ଓ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ନିମନ୍ତେ ସେମାନଙ୍କୁ ଆଜ୍ଞା ଦେବା ଆବଶ୍ୟକ।


କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ, ରକ୍ତ, ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ଯୌନକ୍ରିୟାଠାରୁ ପୃଥକ୍ ରହିବା, ଏହି କେତୋଟି ଆବଶ୍ୟକୀୟ ବିଷୟ ବ୍ୟତୀତ ଆପଣମାନଙ୍କ ଉପରେ ଆଉ ଅଧିକ ଭାର ନ ଦେବାକୁ, ପବିତ୍ର ଆତ୍ମା ଓ ଆମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଦେଖାଗଲା;


ଆମ୍ଭେମାନେ ଶୁଣିଅଛୁ ଯେ, ଆମ୍ଭେମାନେ ଯେଉଁ ଲୋକମାନଙ୍କୁ କୌଣସି ଆଜ୍ଞା ଦେଇ ନାହୁଁ, ଆମ୍ଭମାନଙ୍କ ମଧ୍ୟରୁ ଏପ୍ରକାର କେତେକ ଲୋକ କଥା ଦ୍ୱାରା ଆପଣମାନଙ୍କର ମନକୁ ଅସ୍ଥିର କରି ଆପଣମାନଙ୍କୁ ବିଚଳିତ କରିଅଛନ୍ତି;


ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;


ଏପରି ସ୍ଥଳେ ଗ୍ରୀକ୍‍ ଓ ଯିହୁଦୀ, ସୁନ୍ନତି ଓ ଅସୁନ୍ନତି, ବର୍ବର, ସ୍କୁଥୀୟ, ଦାସ, ସ୍ୱାଧୀନ ବ୍ୟକ୍ତି, ଏମାନଙ୍କ ମଧ୍ୟରେ କିଛିର ହିଁ ପ୍ରଭେଦ ନାହିଁ, କିନ୍ତୁ ଖ୍ରୀଷ୍ଟ ସବୁରେ ସବୁ ଅଟନ୍ତି, ପୁଣି, ସମସ୍ତଙ୍କଠାରେ ବାସ କରନ୍ତି।


ପୁଣି, ଅଣଯିହୁଦୀମାନଙ୍କ ମଧ୍ୟରେ ବାସକାରୀ ସମସ୍ତ ଯିହୁଦୀଙ୍କ ନିଜ ନିଜ ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ବିଧିବିଧାନ ଅନୁସାରେ ନ ଚଳିବାକୁ କହି, ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ତୁମ୍ଭେ ଯେ ସେମାନଙ୍କୁ ଶିକ୍ଷା ଦେଇଥାଅ, ତୁମ୍ଭ ବିଷୟରେ ଏହି ସମ୍ବାଦ ସେମାନେ ପାଇଅଛନ୍ତି।


Swiv nou:

Piblisite


Piblisite