Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 11:34 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ତ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।

Gade chapit la Kopi

ଓଡିଆ ବାଇବେଲ

34 ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

34 ତୁମ୍ଭମାନଙ୍କର ସମାବେଶ ଯେପରି ଦଣ୍ଡର କାରଣ ନ ହୁଏ, ସେଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରି ଆସୁ। ଅନ୍ୟାନ୍ୟ ବିଷୟ ସବୁ ମୁଁ ଗଲେ ବୁଝାଇ ଦେବି।

Gade chapit la Kopi

ପବିତ୍ର ବାଇବଲ

34 ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘରେ ଖାଇଦେବା ଉଚିତ୍, ଯଦ୍ଦ୍ୱାରା ପ୍ରଭୁଭୋଜ ସଭାରେ ତୁମ୍ଭମାନଙ୍କ ଆଚରଣ ହେତୁ ପ୍ରଭୁଙ୍କ ଦ୍ୱାରା ବିଗ୍ଭରିତ ହେବ ନାହିଁ। ମୁଁ ଯେବେ ଆସିବି, ଅବଶିଷ୍ଟ ବିଷୟରେ କ’ଣ କରିବାକୁ ହେବ କହିବି।

Gade chapit la Kopi




୧ କରିନ୍ଥୀୟ 11:34
9 Referans Kwoze  

କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ବର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏହି ପ୍ରକାର ଆଦେଶ ଦିଏ।


କିନ୍ତୁ ଯଦି ପ୍ରଭୁ ଇଚ୍ଛା କରନ୍ତି, ମୁଁ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ଆସିବି; ପୁଣି, ଯେଉଁମାନେ ଗର୍ବ କରୁଅଛନ୍ତି, ସେମାନଙ୍କର ବାକ୍ୟ ନୁହେଁ, କିନ୍ତୁ ଶକ୍ତି ବୁଝିନେବି!


ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;


ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।


କିନ୍ତୁ ମୁଁ ମାକିଦନିଆ ଅଞ୍ଚଳ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,


ଏଥିସକାଶେ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ପଠାଇଅଛି, ସେ ପ୍ରଭୁଙ୍କଠାରେ ମୋହର ପ୍ରିୟ ଓ ବିଶ୍ୱସ୍ତ ସନ୍ତାନ; ଯେପରି ମୁଁ ସର୍ବତ୍ର ସମସ୍ତ ମଣ୍ଡଳୀରେ ଶିକ୍ଷା ଦେଇଥାଏ, ସେହିପରି ସେ ତୁମ୍ଭମାନଙ୍କୁ ମୋହର ଖ୍ରୀଷ୍ଟୀୟ ଆଚରଣ ସମସ୍ତ ସ୍ମରଣ କରାଇବେ।


ଅତଏବ, ମୋହର ଭାଇମାନେ, ତୁମ୍ଭେମାନେ ଭୋଜନ କରିବା ନିମନ୍ତେ ସମବେତ ହେବା ସମୟରେ ପରସ୍ପର ପାଇଁ ଅପେକ୍ଷା କର।


ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତୀୟ ମଣ୍ଡଳୀ-ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।


Swiv nou:

Piblisite


Piblisite