Biblia Todo Logo
Bib sou entènèt

- Piblisite -




୧ କରିନ୍ଥୀୟ 11:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି।

Gade chapit la Kopi

ଓଡିଆ ବାଇବେଲ

17 କିନ୍ତୁ ତୁମ୍ଭମାନଙ୍କର ସମାଗମ ଯେ ହିତକର ନ ହୋଇ ବରଂ ଅହିତକର ହେଉଅଛି, ଏଥିରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରି ନ ପାରି ଏହି ଆଦେଶ ଦେଉଅଛି ।

Gade chapit la Kopi

ପବିତ୍ର ବାଇବଲ (CL) NT (BSI)

17 ନିମ୍ନରେ ତୁମ୍ଭମାନଙ୍କୁ ଆଉ କେତୋଟି ନିର୍ଦ୍ଦେଶ ଦେବାବେଳେ ମୁଁ ତୁମର ପ୍ରଶଂସା କରି କିଛି କହି ପାରିବି ନାହିଁ। ତୁମ୍ଭେମାନେ ଉପାସନା ପାଇଁ ଏକତ୍ରିତ ହେବା ସମୟରେ, ଏହା ତୁମ ପକ୍ଷରେ ହିତକର ନ ହୋଇ ଅନିଷ୍ଟଜନକ ହେଉଛି।

Gade chapit la Kopi

ପବିତ୍ର ବାଇବଲ

17 ବର୍ତ୍ତମାନ ମୁଁ ଯେଉଁ ବିଷୟରେ ତୁମ୍ଭମାନଙ୍କୁ କହୁଛି, ସେଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ। ତୁମ୍ଭମାନଙ୍କର ସମବେତ ସଭାଗୁଡ଼ିକ ତୁମ୍ଭମାନଙ୍କ ମଙ୍ଗଳ କରିବା ପରିବର୍ତ୍ତେ କ୍ଷତିକାରକ ହେଉଛି।

Gade chapit la Kopi




୧ କରିନ୍ଥୀୟ 11:17
14 Referans Kwoze  

ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ୱାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ।


ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାଆନ୍ତି, ଆମ୍ଭେମାନେ ସେପରି ନ କରୁ; ବରଂ ପରସ୍ପରକୁ ଉତ୍ସାହ କରିବା, ବିଶେଷ ଭାବରେ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଆଗମନର ଦିନ ନିକଟବର୍ତ୍ତୀ ହୋଇ ଆସୁଅଛି ବୋଲି ଦେଖୁଅଛ।


ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?


କଅଣ? ତୁମ୍ଭମାନଙ୍କର କି ଭୋଜନପାନ କରିବା ନିମନ୍ତେ ଘର ନାହିଁ? କିମ୍ବା ତୁମ୍ଭେମାନେ କଅଣ ଈଶ୍ବରଙ୍କ ମଣ୍ଡଳୀକୁ ଅବଜ୍ଞା କରୁଅଛ, ପୁଣି, ଯେଉଁମାନଙ୍କର ନାହିଁ, ସେମାନଙ୍କୁ ଲଜ୍ଜା ଦେଉଅଛ? ମୁଁ ତୁମ୍ଭମାନଙ୍କୁ କଅଣ କହିବି? କଅଣ ତୁମ୍ଭମାନଙ୍କର ପ୍ରଶଂସା କରିବି? ଏହି ବିଷୟରେ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁ ନାହିଁ।


ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।


ତୁମ୍ଭେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମ୍ଭମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି, ସେହିସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମ୍ଭମାନଙ୍କର ପ୍ରଶଂସା କରୁଅଛି।


ତୁମ୍ଭେ ମନେ ମନେ ଆପଣା ଭାଇକୁ ଘୃଣା କରିବ ନାହିଁ; ତୁମ୍ଭେ ନିତାନ୍ତ ଆପଣା ପ୍ରତିବାସୀକୁ ଅନୁଯୋଗ କରିବ, ତହିଁରେ ତୁମ୍ଭେ ତାହାର ଅପରାଧ ବୋହିବ ନାହିଁ।


ତୁମ୍ଭମାନଙ୍କ ସମାଗମ ଯେପରି ଦଣ୍ଡ ନିମନ୍ତେ ନ ହୁଏ, ଏଥିପାଇଁ ଯଦି କେହି କ୍ଷୁଧିତ, ତେବେ ସେ ଘରେ ଭୋଜନ କରୁ, ଅବଶିଷ୍ଟ ସମସ୍ତ ବିଷୟ ମୁଁ ଗଲେ ବୁଝିବି।


ତୁମ୍ଭମାନଙ୍କର ସମାଗମ ହେବା ସମୟରେ ତୁମ୍ଭେମାନେ ପ୍ରଭୁଭୋଜ ପାଳନ କରି ନ ଥାଅ;


ଗୁପ୍ତ ପ୍ରେମଠାରୁ ପ୍ରକାଶିତ ଅନୁଯୋଗ ଭଲ।


କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,


Swiv nou:

Piblisite


Piblisite