Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 9:19 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଏହି ଶଲ୍ଲୁମ୍‍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଏହି ଶଲ୍ଲୁମ୍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ଵୁଦ୍ଵାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶସ୍ଥାନର ରକ୍ଷକ ଥିଲେ।

Gade chapit la Kopi

ଓଡିଆ ବାଇବେଲ

19 ଏହି ଶଲ୍ଲୁମ୍‍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ବୁଦ୍ୱାରସବୁର ରକ୍ଷକ ଥିଲେ। ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶ ସ୍ଥାନର ରକ୍ଷକ ଥିଲେ।

Gade chapit la Kopi

ପବିତ୍ର ବାଇବଲ

19 ଶଲ୍ଲୁମ୍ କୋରହଙ୍କ ପୁତ୍ର ଥିଲେ। କୋରହ ଅବୀୟାସ‌ଫଙ୍କ ପୁତ୍ର ଥିଲେ। ଅବୀୟାସଫ୍ କୋରିଙ୍କ ପୁତ୍ର ଥିଲେ। ଶଲ୍ଲୁମ୍ ଓ ତାଙ୍କର ଭ୍ରାତାମାନେ ଦ୍ୱାରପାଳ ଥିଲେ। ସେମାନେ କୋରହ ପରିବାରବର୍ଗର ଥିଲେ। ସେମାନେ ମନ୍ଦିରର ସେବାକାର୍ଯ୍ୟ ଦାୟିତ୍ୱରେ ଥିଲେ। ସେମାନେ ପବିତ୍ର ତମ୍ବୁର ଦ୍ୱାର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ। ସେମାନେ ଠିକ୍ ସେହିପରି କଲେ, ଯେପରି ସେମାନଙ୍କର ପୂର୍ବପୁରୁଷମାନେ ପବିତ୍ର ତମ୍ବୁର ପ୍ରବେଶ ଦ୍ୱାର ଜଗିବା କାର୍ଯ୍ୟ କରୁଥିଲେ।

Gade chapit la Kopi




1 ବଂଶାବଳୀ 9:19
16 Referans Kwoze  

କାରଣ ସହସ୍ର ଦିନ ଅପେକ୍ଷା ତୁମ୍ଭ ପ୍ରାଙ୍ଗଣରେ ଏକ ଦିନ ଭଲ; ଦୁଷ୍ଟତାର ତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।


ହେ ଗୋଷ୍ଠୀସକଳ, ଏହା ଶୁଣ, ହେ ଜଗନ୍ନିବାସୀଗଣ,


ହେ ପରମେଶ୍ୱର, ତୁମ୍ଭେ ପୂର୍ବକାଳରେ ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟରେ ଯେଉଁ କର୍ମ କରିଥିଲ, ତାହା ଆମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛୁ ଓ ସେମାନେ ତାହା ଆମ୍ଭମାନଙ୍କୁ ଜଣାଇ ଅଛନ୍ତି।


ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ।


ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।”


ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ।


ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ୱାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ୱାରପାଳ।


ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍‍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ।


ପୁଣି, ପ୍ରହରୀବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ, ଆଉ ତିନି ଜଣ ଦ୍ୱାରପାଳକୁ ଧରିଲା।


ଏଥିଉତ୍ତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ, ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳୀରେ ରଖି ଗଣନା କଲେ।


ସେମାନଙ୍କୁ ସଦାପ୍ରଭୁଙ୍କ ଗୃହରେ, ପରମେଶ୍ୱରଙ୍କ ଲୋକ ଯିଗ୍‍ଦଲୀୟର ପୁତ୍ର ହାନନ୍‍ର ପୁତ୍ରମାନଙ୍କର କୋଠରିକୁ ନେଇଗଲି, ସେହି କୋଠରି ଶଲ୍ଲୁମ୍‍ର ପୁତ୍ର ମାସେୟ ନାମକ ଦ୍ୱାରପାଳର କୋଠରି ଉପରେ, ଅଧିପତିଗଣର କୋଠରି ନିକଟରେ ଥିଲା;


Swiv nou:

Piblisite


Piblisite