Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 28:12 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆହୁରି, ସେ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ୱରଙ୍କ ଗୃହର ଭଣ୍ଡାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ଡାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ;

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆହୁରି, ସେ ଆତ୍ମାଙ୍କ ଦ୍ଵାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ଵରଙ୍କ ଗୃହର ଭଣ୍ତାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ତାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ;

Gade chapit la Kopi

ଓଡିଆ ବାଇବେଲ

12 ଆହୁରି, ସେ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ୱରଙ୍କ ଗୃହର ଭଣ୍ଡାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ଡାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ;

Gade chapit la Kopi

ପବିତ୍ର ବାଇବଲ

12 ଦାଉଦ ମନ୍ଦିରର ସମସ୍ତ ବିଭାଗ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲେ। ଦାଉଦ ଶଲୋମନଙ୍କୁ ସେହି ଯୋଜନାଗୁଡ଼ିକୁ ଦେଲେ। ଦାଉଦ ତାହାଙ୍କୁ ସଦାପ୍ରଭୁଙ୍କ ମନ୍ଦିରର ଚତୁର୍ଦ୍ଦିଗସ୍ଥ ଅଗଣା ଓ ତାହାର ଚତୁର୍ଦ୍ଦିଗସ୍ଥ କୋଠରୀ ସମସ୍ତର ଯୋଜନା ପ୍ରଦାନ କଲେ। ଦାଉଦ ତାହାଙ୍କୁ ମନ୍ଦିରର ଭଣ୍ଡାର ଘର ଓ ମନ୍ଦିର ମଧ୍ୟରେ ବ୍ୟବହୃତ ହେଉଥିବା ପବିତ୍ର ସାମଗ୍ରୀ ଗୁଡ଼ିକର ଭଣ୍ଡାରଘର ଗୁଡ଼ିକର ଯୋଜନା ପ୍ରଦାନ କଲେ।

Gade chapit la Kopi




1 ବଂଶାବଳୀ 28:12
16 Referans Kwoze  

ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା।


ସେମାନେ ଯାହାର ସେବା କରନ୍ତି, ତାହା ସ୍ୱର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ବୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶପ୍ରାପ୍ତ ହୋଇଥିଲେ; କାରଣ ଈଶ୍ବର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କର।


ତହିଁରେ ହିଜକୀୟ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରମାନରେ ପ୍ରାପ୍ତ ସମସ୍ତ ରୂପା ତାହାକୁ ଦେଲେ।


ପୁଣି ଆହସ୍‌ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରରେ ପ୍ରାପ୍ତ ସୁନା ଓ ରୂପା ନେଇ ଅଶୂରର ରାଜା ନିକଟକୁ ଦର୍ଶନୀ ରୂପେ ପଠାଇଲେ।


ତହିଁରେ ଆସା ସଦାପ୍ରଭୁଙ୍କ ଗୃହର ଭଣ୍ଡାରରୁ, ରାଜଗୃହର ଭଣ୍ଡାରରୁ ଅବଶିଷ୍ଟ ସବୁ ରୂପା ଓ ସୁନା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ ଓ ଆସା ରାଜା ହିଷୀୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍‍ହଦଦ୍‍ ନାମକ ଦମ୍ମେଶକ ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ,


ପୁଣି, ସେ ଆପଣା ପିତାଙ୍କର ପ୍ରତିଷ୍ଠିତ, ଆପଣାର ପ୍ରତିଷ୍ଠିତ ରୂପା, ସୁନା ଓ ପାତ୍ରସବୁ ସଦାପ୍ରଭୁଙ୍କ ଗୃହକୁ ଆଣିଲେ।


ପୁଣି, ସେ ସଦାପ୍ରଭୁଙ୍କ ଗୃହର ଧନ ଓ ରାଜଗୃହର ଧନ ନେଇଗଲା; ସେ ସମସ୍ତ ପଦାର୍ଥ ନେଇଗଲା; ଆହୁରି ଶଲୋମନଙ୍କର ନିର୍ମିତ ସୁବର୍ଣ୍ଣ-ଢାଲ ନେଇଗଲା।


“ଦେଖ, ଆମ୍ଭେ ଯିହୁଦା ବଂଶୀୟ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲକୁ ନାମ ଧରି ଆହ୍ୱାନ କରିଅଛୁ


ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେଉଁ ଯେଉଁ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହିରୂପେ ସମସ୍ତ କର।


ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ;


ଦାଉଦ କହିଲେ, “ଏହିସବୁ, ଅର୍ଥାତ୍‍, ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତ-ଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି।”


ଈଶ୍ୱରୀୟ ଦର୍ଶନରେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ, ତହିଁ ଉପରେ, ଦକ୍ଷିଣ ଦିଗରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା।


ପୁଣି, ଦ୍ୱାରମାନର ନିକଟସ୍ଥ ଉପସ୍ତମ୍ଭସକଳର ପାଖରେ ଦ୍ୱାରବିଶିଷ୍ଟ ଏକ କୋଠରି ଥିଲା; ସେଠାରେ ସେମାନେ ହୋମବଳି ଧୌତ କଲେ


ଏହିରୂପେ ସଦାପ୍ରଭୁଙ୍କ ଗୃହରେ ଶଲୋମନ ରାଜା ଯେସକଳ କାର୍ଯ୍ୟରେ ପ୍ରବୃତ୍ତ ହେଲେ, ତାହା ସମାପ୍ତ କଲେ। ପୁଣି, ଶଲୋମନ ଆପଣା ପିତା ଦାଉଦଙ୍କର ପବିତ୍ରୀକୃତ ସାମଗ୍ରୀ, ଅର୍ଥାତ୍‍, ରୂପା, ସୁନା ଓ ପାତ୍ରସବୁ ଆଣି ସଦାପ୍ରଭୁଙ୍କ ଗୃହସ୍ଥିତ ଭଣ୍ଡାରରେ ରଖିଲେ।


“ତୁମ୍ଭେ ରେଖବୀୟ ବଂଶ ନିକଟକୁ ଯାଇ ସେମାନଙ୍କ ସଙ୍ଗେ ଆଳାପ କର ଓ ସଦାପ୍ରଭୁଙ୍କ ଗୃହର ଏକ କୋଠରିକୁ ଆଣି ସେମାନଙ୍କୁ ଦ୍ରାକ୍ଷାରସ ପାନ କରିବାକୁ ଦିଅ।”


Swiv nou:

Piblisite


Piblisite