Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 26:31 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କର ଅଧିକାରର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।

Gade chapit la Kopi

ଓଡିଆ ବାଇବେଲ

31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯା’ନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ।

Gade chapit la Kopi

ପବିତ୍ର ବାଇବଲ

31 ହିବ୍ରୋଣ ପରିବାରର ଇତିହାସ ଦର୍ଶାଏ ଯେ, ଯିରିୟ ସେମାନଙ୍କର ନେତା ଥିଲେ। ଦାଉଦ ଗ୍ଭଳିଶ୍ ବର୍ଷ ବ୍ୟାପି ରାଜା ଥିବା ସମୟରେ ପାରିବାରିକ ଇତିହାସଗୁଡ଼ିକୁ ଅନୁସନ୍ଧାନ କରି ବଳବାନ୍ ଓ ଦକ୍ଷ ଲୋକମାନଙ୍କୁ ଖୋଜି ବାହାର କରିବାକୁ ଆଦେଶ ଦେଇଥିଲେ। ଗିଲିୟଦର ଯାସେର ସହରରେ ବାସ କରୁଥିବା ହିବ୍ରୋଣ ପରିବାର ମଧ୍ୟରେ ଏହିପରି କେତେଜଣ ଲୋକ ମିଳିଲେ।

Gade chapit la Kopi




1 ବଂଶାବଳୀ 26:31
8 Referans Kwoze  

ହିବ୍ରୋଣର ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ଯିରୀୟ, ଦ୍ୱିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍‍ମୀୟାମ୍‍।


ହିଷ୍‍ବୋନ ଓ ତହିଁ ତଳିଭୂମି, ଯାସେର ଓ ତହିଁ ତଳିଭୂମି, ସର୍ବସୁଦ୍ଧା ଚାରି ନଗର ଦେଲେ।


ଏହେତୁ ଆମ୍ଭେ ଯାସେରର ରୋଦନ କାଳରେ ସିବ୍‍ମାର ଦ୍ରାକ୍ଷାଲତା ନିମନ୍ତେ ରୋଦନ କରିବା; ହେ ହିଷ୍‍ବୋନ, ହେ ଇଲୀୟାଲୀ ଆମ୍ଭେ ଆପଣା ଲୋତକ ଜଳରେ ତୁମ୍ଭକୁ ତିନ୍ତାଇବା; କାରଣ ତୁମ୍ଭର ଗ୍ରୀଷ୍ମକାଳରେ ଫଳ ଓ ତୁମ୍ଭର ଶସ୍ୟ ଉପରେ ଯୁଦ୍ଧଧ୍ୱନି ପଡ଼ିଅଛି।


ଇସ୍ରାଏଲ ଉପରେ ତାଙ୍କର ରାଜତ୍ଵର ସମୟ ଚାଳିଶ ବର୍ଷ; ସେ ସାତ ବର୍ଷ ହିବ୍ରୋଣରେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।


ତଳିଭୂମି ସହିତ ହିଷ୍‍ବୋନ ଓ ତଳିଭୂମି ସହିତ ଯାସେର ଦିଆଗଲା।


ଦାଉଦ ଇସ୍ରାଏଲ ଉପରେ ଚାଳିଶ ବର୍ଷ ରାଜ୍ୟ କଲେ; ସେ ସାତ ବର୍ଷ ହିବ୍ରୋଣରେ ରାଜ୍ୟ କଲେ ଓ ତେତିଶ ବର୍ଷ ଯିରୂଶାଲମରେ ରାଜ୍ୟ କଲେ।


ଯାସେର ଓ ଗିଲୀୟଦର ସମସ୍ତ ନଗର ଓ ରବ୍ବାର ସମ୍ମୁଖସ୍ଥ ଅରୋୟେର ପର୍ଯ୍ୟନ୍ତ ଅମ୍ମୋନ-ସନ୍ତାନଗଣର ଅର୍ଦ୍ଧ ଦେଶ ସେମାନଙ୍କର ସୀମା ହେଲା।


ଦାଉଦ ତିରିଶ ବର୍ଷ ବୟସରେ ରାଜତ୍ୱ କରିବାକୁ ଆରମ୍ଭ କଲେ ଓ ସେ ଚାଳିଶ ବର୍ଷ ରାଜତ୍ୱ କଲେ।


Swiv nou:

Piblisite


Piblisite