Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 21:22 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତେବେ ଦାଉଦ ଅରଣନକୁ କହିଲେ, ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।

Gade chapit la Kopi

ଓଡିଆ ବାଇବେଲ

22 ତେବେ ଦାଉଦ ଅରଣନକୁ କହିଲେ, “ମୋତେ ଏହି ଶସ୍ୟମର୍ଦ୍ଦନ ସ୍ଥାନ ଦିଅ, ମୁଁ ତହିଁରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବି; ସମ୍ପୂର୍ଣ୍ଣ ମୂଲ୍ୟ ନେଇ ତାହା ମୋତେ ଦିଅ; ତହିଁରେ ଲୋକମାନଙ୍କ ମଧ୍ୟରୁ ମହାମାରୀ ନିବୃତ୍ତ ହେବ।”

Gade chapit la Kopi

ପବିତ୍ର ବାଇବଲ

22 ଦାଉଦ ଅରଣ‌ନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହେବ।”

Gade chapit la Kopi




1 ବଂଶାବଳୀ 21:22
8 Referans Kwoze  

ଏଣୁ ଆହାବ ନାବୋତକୁ କହିଲେ, “ମୋତେ ତୁମ୍ଭ ଦ୍ରାକ୍ଷାକ୍ଷେତ୍ର ଦିଅ, ମୁଁ ତାହା ଶାକକ୍ଷେତ୍ର କରିବି, କାରଣ ତାହା ମୋʼ ଗୃହ ନିକଟରେ ଅଛି; ଆଉ ମୁଁ ତହିଁ ବଦଳେ ତୁମ୍ଭକୁ ତହିଁରୁ ଉତ୍ତମ ଏକ ଦ୍ରାକ୍ଷାକ୍ଷେତ୍ର ଦେବି; ଯଦି ତୁମ୍ଭକୁ ଭଲ ଦେଖାଯାଏ, ମୁଁ ରୂପା-ମୁଦ୍ରାରେ ତହିଁର ମୂଲ୍ୟ ତୁମ୍ଭକୁ ଦେବି।”


ପୁଣି ଅରୌଣା ପଚାରିଲା, “ମୋʼ ପ୍ରଭୁ ମହାରାଜ ଆପଣା ଦାସ ନିକଟକୁ କି ନିମନ୍ତେ ଆସିଲେ?” ତହିଁରେ ଦାଉଦ କହିଲେ, “ଲୋକମାନଙ୍କ ମଧ୍ୟରୁ ଯେପରି ମହାମାରୀ ନିବୃତ୍ତ ହେବ, ଏଥିପାଇଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିବା, ତେଣୁ ତୁମ୍ଭଠାରୁ ଶସ୍ୟମର୍ଦ୍ଦନ ସ୍ଥାନ କିଣିବାକୁ ଆସିଲି।”


ପୁଣି, ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍‍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଠାରୁ ମାରୀ ନିବୃତ୍ତ ହେଲା।


ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା।


ଏଥିଉତ୍ତାରେ ସେମାନେ ଯର୍ଦ୍ଦନ ପାରସ୍ଥ ଆଟଦର ଖଳାରେ ଉପସ୍ଥିତ ହୁଅନ୍ତେ, ସେଠାରେ ମହା ବିଳାପ କରି ରୋଦନ କଲେ; ଯୋଷେଫ ସେଠାରେ ଆପଣା ପିତାଙ୍କ ଲାଗି ସାତ ଦିନ ପର୍ଯ୍ୟନ୍ତ ଶୋକ କଲେ।


ଆଉ ଦାଉଦ ଅରଣନ ନିକଟକୁ ଆସୁ ଆସୁ ଅରଣନ ଅନାଇ ଦାଉଦଙ୍କୁ ଦେଖନ୍ତେ, ଶସ୍ୟମର୍ଦ୍ଦନ ସ୍ଥାନରୁ ବାହାରି ଆସି ଦାଉଦଙ୍କ ନିକଟରେ ମୁହଁ ମାଡ଼ି ଭୂମିଷ୍ଠ ପ୍ରଣାମ କଲା।


ତହୁଁ ଅରଣନ ଦାଉଦଙ୍କୁ କହିଲା, “ନିଅନ୍ତୁ, ମୋʼ ପ୍ରଭୁ ମହାରାଜଙ୍କୁ ଯାହା ଭଲ ଦିଶେ, ତାହା କରନ୍ତୁ; ଦେଖନ୍ତୁ, ମୁଁ ହୋମବଳି ନିମନ୍ତେ ଏହି ବୃଷସବୁ ଓ କାଷ୍ଠ ନିମନ୍ତେ ଏହି ମର୍ଦ୍ଦନ ଯନ୍ତ୍ର ଓ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ଏହି ଗହମ ଦେଉଅଛି; ମୁଁ ସବୁ ଦେଉଅଛି।”


ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍‍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।”


Swiv nou:

Piblisite


Piblisite