Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 20:1 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥିମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍ କଲା।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ, ଯୋୟାବ ସୈନ୍ୟଦଳ ନେଇ ଅମ୍ମୋନ-ସନ୍ତାନଗଣର ଦେଶ ଉଚ୍ଛିନ୍ନ କଲା ଓ ରବ୍ବାକୁ ଯାଇ ତାହା ଅବରୋଧ କଲା। ମାତ୍ର, ଦାଉଦ ଯିରୂଶାଲମରେ ରହିଲେ। ଏଥି ମଧ୍ୟରେ ଯୋୟାବ ରବ୍ବାକୁ ଆଘାତ କରି ଭୂମିସାତ୍‍ କଲା।

Gade chapit la Kopi

ପବିତ୍ର ବାଇବଲ

1 ବସନ୍ତକାଳରେ, ଯୋୟାବ ଇସ୍ରାଏଲର ସୈନ୍ୟବାହିନୀକୁ ଯୁଦ୍ଧ ନିମନ୍ତେ କଢ଼ାଇ ନେଲେ। ବର୍ଷର ସେହି ସମୟରେ ରାଜାମାନେ ଯୁଦ୍ଧ କରିବା ନିମନ୍ତେ ବାହାରି ଆସୁଥିଲେ, କିନ୍ତୁ ଦାଉଦ ଯିରୁଶାଲମରେ ରହିଲେ। ଇସ୍ରାଏଲର ସୈନ୍ୟବାହିନୀ ଅମ୍ମୋନ ଦେଶକୁ ଗଲେ ଓ ତାକୁ ବିନାଶ କଲେ। ସେମାନେ ରବ୍ବା ନଗରୀକୁ ଗଲେ ଓ ତା'ର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କଲେ। ନଗର ମଧ୍ୟରୁ ବାହାରକୁ କିଅବା ନଗର ମଧ୍ୟକୁ କାହାରିକୁ ଯିବାକୁ ଅନୁମତି ଦେଲେ ନାହିଁ। ଯୋୟାବ ଓ ଇସ୍ରାଏଲ ସୈନ୍ୟଗଣ ରବ୍ବା ନଗରୀକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କଲେ।

Gade chapit la Kopi




1 ବଂଶାବଳୀ 20:1
15 Referans Kwoze  

ଏଥିଉତ୍ତାରେ ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋୟାବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ; ତହିଁରେ ସେମାନେ ଅମ୍ମୋନ-ସନ୍ତାନମାନଙ୍କୁ ସଂହାର କରି ରବ୍ବା ନଗର ଅବରୋଧ କଲେ। ମାତ୍ର ଦାଉଦ ଯିରୂଶାଲମରେ ରହିଲେ।


ମାତ୍ର ଆମ୍ଭେ ରବ୍ବାର ପ୍ରାଚୀର ଉପରେ ଅଗ୍ନି ଜ୍ୱଳାଇବା ଓ ତାହା ଯୁଦ୍ଧ ଦିନରେ ମହାନାଦ ଓ ଘୂର୍ଣ୍ଣିବାୟୁର ଦିନରେ ପ୍ରଚଣ୍ଡ ତୋଫାନ ସହିତ ତହିଁର ଅଟ୍ଟାଳିକାସବୁ ଗ୍ରାସ କରିବ।


(ଅବଶିଷ୍ଟ ରଫାୟୀୟମାନଙ୍କ ମଧ୍ୟରୁ କେବଳ ବାଶନ-ରାଜା ଓଗ୍‍ ଅବଶିଷ୍ଟ ରହିଲା, ଦେଖ, ତାହାର ଖଟ ଲୌହମୟ ଖଟ; ତାହା କି ଅମ୍ମୋନ-ସନ୍ତାନଗଣର ରବ୍ବାରେ ନାହିଁ? ମନୁଷ୍ୟ ହସ୍ତର ପରିମାଣାନୁସାରେ ତାହା ଲମ୍ବାରେ ନଅ ହାତ ଓ ଓସାରରେ ଚାରି ହାତ)।


ଆଉ, ଆମ୍ଭେ ରବ୍ବାକୁ ଉଷ୍ଟ୍ରଶାଳା କରିବା ଓ ଅମ୍ମୋନ-ସନ୍ତାନଗଣର ଦେଶକୁ ମେଷାଦି ପଲର ଶୟନ ସ୍ଥାନ କରିବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।


ଅମ୍ମୋନ-ସନ୍ତାନଗଣର ରବ୍ବାକୁ ଓ ପ୍ରାଚୀର-ବେଷ୍ଟିତ ଯିରୂଶାଲମସ୍ଥ ଯିହୁଦାକୁ ଖଡ୍ଗ ଆସିବା ନିମନ୍ତେ ତୁମ୍ଭେ ପଥ ପ୍ରସ୍ତୁତ କର।


ଦେଖ, ଯେଉଁ ଲୌହକାର କୋଇଲାକୁ ଅଗ୍ନି ଦେଇ ତାତିରେ ଓ ଆପଣା କାର୍ଯ୍ୟ ନିମନ୍ତେ ଅସ୍ତ୍ର ନିର୍ମାଣ କରେ, ଆମ୍ଭେ ତାହାର ସୃଷ୍ଟି କରିଅଛୁ ଓ ବିନାଶକରଣାର୍ଥେ ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।


ତେବେ ମୁଁ ପଚାରିଲି, “ହେ ପ୍ରଭୋ, କେତେ କାଳ ଯାଏ?” ତହିଁରେ ସେ ଉତ୍ତର କଲେ, “ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନ ଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ,


ଏଥିଉତ୍ତାରେ ଇଲୀଶାୟଙ୍କ ମୃତ୍ୟୁୁ ହୁଅନ୍ତେ, ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ।


ଏଥିଉତ୍ତାରେ ପର ବର୍ଷ ଉପସ୍ଥିତ ହୁଅନ୍ତେ, ବିନ୍‍ହଦଦ୍‍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକକୁ ଗଲା।


ଏଉତ୍ତାରେ ସେହି ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜାଙ୍କ ନିକଟକୁ ଆସି ତାଙ୍କୁ କହିଲେ, “ଯାଅ, ଆପଣାକୁ ସବଳ କର ଓ ଯାହା କରୁଅଛ, ତାହା ବିଚାର କରି ଦେଖ; କାରଣ ଆସନ୍ତା ବର୍ଷ ଅରାମର ରାଜା ପୁନର୍ବାର ତୁମ୍ଭ ବିରୁଦ୍ଧରେ ଆସିବ।”


ଏଥିଉତ୍ତାରେ ଦାଉଦ ମହନୟିମରେ ଉପସ୍ଥିତ ହୁଅନ୍ତେ, ଅମ୍ମୋନ-ସନ୍ତାନଗଣର ରବ୍ବା ନିବାସୀ ନାହଶର ପୁତ୍ର ଶୋବି ଓ ଲୋ-ଦବାର ନିବାସୀ ଅମ୍ମୀୟେଲର ପୁତ୍ର ମାଖୀର, ଆଉ ରୋଗଲୀମ ନିବାସୀ ଗିଲୀୟଦୀୟ ବର୍ସିଲ୍ଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ


ତହୁଁ ହଦଦେଷରର ଦାସମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଦାଉଦଙ୍କ ସଙ୍ଗେ ସନ୍ଧି କରି ତାଙ୍କର ଦାସ ହେଲେ; ପୁଣି, ଅରାମୀୟମାନେ ଅମ୍ମୋନ-ସନ୍ତାନଗଣର ସାହାଯ୍ୟ କରିବାକୁ ଆଉ ସମ୍ମତ ହେଲେ ନାହିଁ।


Swiv nou:

Piblisite


Piblisite