Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 17:27 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତକାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୋ, ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନ; କାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ ହେ ସଦାପ୍ରଭୋଣ! ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନ; କାଳ ଆଶୀର୍ବାଦଯୁକ୍ତ ଅଟେ।

Gade chapit la Kopi

ଓଡିଆ ବାଇବେଲ

27 ତୁମ୍ଭ ଦାସର ବଂଶ ତୁମ୍ଭ ସମ୍ମୁଖରେ ଅନନ୍ତ କାଳସ୍ଥାୟୀ ହେବା ପାଇଁ ତୁମ୍ଭେ ଅନୁଗ୍ରହ କରି ତାହାକୁ ଆଶୀର୍ବାଦ କରିଅଛ; କାରଣ, ହେ ସଦାପ୍ରଭୁ ! ତୁମ୍ଭେ ଆଶୀର୍ବାଦ କରିଅଛ, ଏଣୁ ତାହା ଅନନ୍ତକାଳ ଆଶୀର୍ବାଦଯୁକ୍ତ ଅଟେ।”

Gade chapit la Kopi

ପବିତ୍ର ବାଇବଲ

27 ହେ ସଦାପ୍ରଭୁ, ତୁମ୍ଭେ ସ୍ୱୟଂ ମୋର ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମୋର ପରିବାର ପ୍ରକୃତରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହେବ।”

Gade chapit la Kopi




1 ବଂଶାବଳୀ 17:27
12 Referans Kwoze  

ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ବର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି,


କାରଣ, ଈଶ୍ବରଙ୍କ ଦାନସମୂହ ଓ ଆହ୍ୱାନ ଅନ୍ୟଥା ହୁଏ ନାହିଁ।


ତାହାଙ୍କ ନାମ ଅନନ୍ତକାଳ ରହିବ; ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ।


ସେତେବେଳେ ଇସ୍‌ହାକ ଅତିଶୟ କମ୍ପିତ ହୋଇ କହିଲେ, “ତେବେ ଯେ ମୋʼ ନିକଟକୁ ମୃଗୟା ମାଂସ ଆଣିଥିଲା, ସେ କିଏ? ତୁମ୍ଭ ଆସିବା ପୂର୍ବେ ମୁଁ ତାହା ଭୋଜନ କରି ତାକୁ ଆଶୀର୍ବାଦ କଲି, ଆହୁରି ସେ ଆଶୀର୍ବାଦ ପ୍ରାପ୍ତ ହେବ।”


ଏବେ ହେ ସଦାପ୍ରଭୋ! ତୁମ୍ଭେ ହିଁ ପରମେଶ୍ୱର, ପୁଣି, ତୁମ୍ଭେ ଆପଣା ଦାସ ପ୍ରତି ଏହି ମଙ୍ଗଳ ପ୍ରତିଜ୍ଞା କରିଅଛ।


ଏଥିଉତ୍ତାରେ ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ; ଆଉ ପଲେଷ୍ଟୀୟମାନଙ୍କ ହସ୍ତରୁ ଗାଥ୍‍ ଓ ତହିଁର ଉପନଗରସକଳ ହରଣ କଲେ।


ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼ ଠାରେ ସନ୍ତୁଷ୍ଟ ହେଲେ;


କାରଣ ତୁମ୍ଭେ ତାଙ୍କୁ ସଦାକାଳ ଆଶୀର୍ବାଦଯୁକ୍ତ କରୁଅଛ; ତୁମ୍ଭେ ଆପଣା ଶ୍ରୀଛାମୁର ଆନନ୍ଦରେ ତାଙ୍କୁ ଉଲ୍ଲସିତ କରୁଅଛ।


ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି; ପୁଣି, ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନ ପାରେ।


ପୁଣି ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ କରିବ ନାହିଁ; ଆଉ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କ ଉପରେ କର୍ତ୍ତୃତ୍ୱ କରିବ, ମାତ୍ର ସେମାନେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବେ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପ୍ରତି ଆପଣା ପ୍ରତିଜ୍ଞାନୁସାରେ ତୁମ୍ଭକୁ ଆଶୀର୍ବାଦ କରିବେ।


ତହୁଁ ସେମାନଙ୍କ ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ସଦାକାଳ ତାହାର ବଂଶର ମସ୍ତକରେ ବର୍ତ୍ତିବ; ମାତ୍ର ଦାଉଦଙ୍କ ପ୍ରତି ଓ ତାଙ୍କ ବଂଶ ପ୍ରତି ଓ ତାଙ୍କ ଗୃହ ପ୍ରତି ଓ ତାଙ୍କ ସିଂହାସନ ପ୍ରତି, ସଦାପ୍ରଭୁଙ୍କଠାରୁ ସଦାକାଳ ଶାନ୍ତି ବର୍ତ୍ତିବ।”


ମାତ୍ର, ଶଲୋମନ ରାଜା ଆଶୀର୍ବାଦ ପ୍ରାପ୍ତ ହେବ ଓ ସଦାପ୍ରଭୁଙ୍କ ସମ୍ମୁଖରେ ଦାଉଦଙ୍କ ସିଂହାସନ ଅନନ୍ତକାଳ ସ୍ଥିରୀକୃତ ହେବ।”


Swiv nou:

Piblisite


Piblisite