Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 15:18 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତ୍‍‍କୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ଵିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍, ଜିଖରୀୟକୁ, ବେନ୍କୁ ଓ ଯାସୀୟେଲକୁ ଓ ଶମୀରାମୋତକୁ ଓ ଯିହୀୟେଲକୁ ଓ ଉନ୍ନିକୁ ଓ ଇଲୀୟାବକୁ ଓ ବନାୟକୁ ଓ ମାସେୟକୁ ଓ ମତ୍ତଥୀୟକୁ ଓ ଇଲୀଫଲେହୁକୁ ଓ ମିକ୍ନେୟକୁ ଓ ଦ୍ଵାରପାଳ ଓବେଦ୍-ଇଦୋମକୁ ଓ ଯିୟୟେଲକୁ ନିଯୁକ୍ତ କଲେ।

Gade chapit la Kopi

ଓଡିଆ ବାଇବେଲ

18 ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ୱିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍‍, ଜିଖରୀୟକୁ, ବେନ୍‍କୁ, ଯାସୀୟେଲକୁ, ଶମୀରାମୋତକୁ, ଯିହୀୟେଲକୁ, ଉନ୍ନିକୁ, ଇଲୀୟାବ୍‍କୁ, ବନାୟକୁ, ମାସେୟକୁ, ମତ୍ତଥୀୟକୁ, ଇଲୀଫଲେହୁକୁ, ମିକ୍‍ନେୟକୁ, ଦ୍ୱାରପାଳ ଓବେଦ୍‍-ଇଦୋମକୁ ଓ ଯିୟୀୟେଲ୍‍କୁ ନିଯୁକ୍ତ କଲେ।

Gade chapit la Kopi

ପବିତ୍ର ବାଇବଲ

18 ସେହି ଲେବୀୟମାନଙ୍କର ଆଉ ଏକ ଦ୍ୱିତୀୟ ଦଳ ମଧ୍ୟ ଥିଲେ। ସେମାନେ ଥିଲେ ଯିଖରିୟ, ବେନ, ଯାସୀୟେଲ, ଶମୀରାମୋତ, ଯିହୀୟେଲ, ଉନ୍ନିକି, ଇଲୀୟାବ, ବନାୟ, ମାସେୟ, ମତ୍ତଥିୟ, ଇଲୀଫଲେହୁ, ମି‌କ୍‌ନେୟ, ଓବେଦ-ଇଦୋମ ଓ ଯିୟୂୟେଲ। ଏହିମାନେ ଦ୍ୱାରପାଳ ଥିଲେ।

Gade chapit la Kopi




1 ବଂଶାବଳୀ 15:18
15 Referans Kwoze  

ପୁଣି, ଓବେଦ୍‍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍‍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ;


ଦକ୍ଷିଣ ଦିଗ ଓବେଦ୍‍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା।


ଏସମସ୍ତେ ଓବେଦ୍‍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍‍-ଇଦୋମ ବଂଶଜାତ ବାଷଠି ଜଣ।


ଆଉ ଓବେଦ୍‍-ଇଦୋମ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍‍‍ର ପୁତ୍ର ଓବେଦ୍‍-ଇଦୋମ, ଆଉ ହୋଷା ଦ୍ୱାରପାଳ ହେଲେ


ତହିଁରେ ପରମେଶ୍ୱରଙ୍କ ସିନ୍ଦୁକ ଓବେଦ୍‍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି, ସଦାପ୍ରଭୁ ଓବେଦ୍‍-ଇଦୋମର ଗୃହକୁ ଓ ତାହାର ସର୍ବସ୍ୱକୁ ଆଶୀର୍ବାଦ କଲେ।


ତହୁଁ ସେମାନେ ଆସି ନଗରର ଦ୍ୱାରୀକୁ ଡାକିଲେ; ଆଉ ସେମାନଙ୍କୁ ଜଣାଇ କହିଲେ, “ଆମ୍ଭେମାନେ ଅରାମୀୟମାନଙ୍କ ଛାଉଣିକୁ ଯାଇଥିଲୁ, ଆଉ ଦେଖ, ସେଠାରେ କୌଣସି ମନୁଷ୍ୟ ନାହିଁ; କି ମନୁଷ୍ୟର ଶବ୍ଦ ନାହିଁ, ମାତ୍ର ଅଶ୍ୱ ଓ ଗର୍ଦ୍ଦଭଗଣ ବନ୍ଧା ହୋଇଅଛନ୍ତି, ଆଉ ତମ୍ବୁସବୁ ଯେପରି ଥିଲା, ସେପରି ଅଛି।”


ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନକୁ ନିଯୁକ୍ତ କଲେ, ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନ୍‍କୁ;


ଏହିରୂପେ ହେମନ, ଆସଫ ଓ ଏଥନ୍‍ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ୱନି କରିବା ପାଇଁ;


ଆଉ ଜିଖରୀୟ, ଅସୀୟେଲ, ଶମୀରାମୋତ୍‍, ଯିହୀୟେଲ, ଉନ୍ନି, ଇଲୀୟାବ୍‍, ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍‍ ସ୍ୱର ବଜାଇବା ପାଇଁ;


ପୁଣି, ମତ୍ତଥୀୟ, ଇଲୀଫଲେହୁ, ମିକ୍‍ନେୟ, ଓବେଦ୍‍-ଇଦୋମ, ଯିୟୀୟେଲ୍‍ ଓ ଅସସୀୟ ବୀଣା ବଜାଇ ଶିମିନୀତ୍‍ ସ୍ୱରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ।


ତହୁଁ ଦାଉଦ ସଦାପ୍ରଭୁଙ୍କ ସିନ୍ଦୁକ ଦାଉଦ-ନଗରକୁ ଆପଣା କତିକି ଆଣିବାକୁ ଅନିଚ୍ଛୁକ ହେଲେ; ମାତ୍ର ଦାଉଦ ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍‍-ଇଦୋମର ଗୃହରେ ରଖିଲେ,


ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ।


Swiv nou:

Piblisite


Piblisite