Biblia Todo Logo
Bib sou entènèt

- Piblisite -




1 ବଂଶାବଳୀ 11:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।

Gade chapit la Kopi

ଓଡିଆ ବାଇବେଲ

10 ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।

Gade chapit la Kopi

ପବିତ୍ର ବାଇବଲ

10 ଦାଉଦଙ୍କ ବିଶେଷ ସୈନ୍ୟଗଣଙ୍କର ନେତାମାନଙ୍କର ଏହା ଏକ ତାଲିକା ଅଟେ। ଦାଉଦଙ୍କ ସହିତ ତାଙ୍କ ରାଜ୍ୟରେ ଏହି ତିନି ବୀର ଅତ୍ୟନ୍ତ ପରାକ୍ରମୀ ହୋଇ ଉଠିଲେ। ସେମାନେ ଓ ଇସ୍ରାଏଲର ସମସ୍ତ ଲୋକ ଦାଉଦଙ୍କୁ ସମର୍ଥନ କଲେ ଓ ତାହାଙ୍କୁ ରାଜା କଲେ, ପରମେଶ୍ୱର ଯେପ୍ରକାର ପ୍ରତିଜ୍ଞା କରିଥିଲେ, ଠିକ୍ ସେ ପ୍ରକାରେ ଏ ସମସ୍ତ ଘଟିଲା।

Gade chapit la Kopi




1 ବଂଶାବଳୀ 11:10
13 Referans Kwoze  

ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।


ଯୁଦ୍ଧ ସଜାଇବାକୁ ସମର୍ଥ ଏହି ସକଳ ଯୋଦ୍ଧା ସମ୍ପୂର୍ଣ୍ଣ ଅନ୍ତଃକରଣ ସହିତ ଦାଉଦଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କରିବା ପାଇଁ ହିବ୍ରୋଣକୁ ଆସିଲେ; ମଧ୍ୟ ଇସ୍ରାଏଲର ଅବଶିଷ୍ଟ ସମସ୍ତେ ଦାଉଦଙ୍କୁ ରାଜା କରିବା ପାଇଁ ଏକଚିତ୍ତ ହେଲେ।


ଏଉତ୍ତାରେ ଅବ୍‍ନର ଦାଉଦଙ୍କୁ କହିଲା, “ମୁଁ ଉଠିଯାଇ ସମସ୍ତ ଇସ୍ରାଏଲକୁ ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସଂଗ୍ରହ କରିବି; ତହିଁରେ ସେମାନେ ଆପଣଙ୍କ ସହିତ ନିୟମ କରିବେ ଓ ଆପଣ ସମସ୍ତଙ୍କ ଉପରେ ନିଜ ପ୍ରାଣର ଇଚ୍ଛାମତେ ରାଜତ୍ୱ କରିବେ।” ତହୁଁ ଦାଉଦ ଅବ୍‍ନରକୁ ବିଦାୟ କରନ୍ତେ, ସେ କୁଶଳରେ ପ୍ରସ୍ଥାନ କଲା।


ଏଥିଉତ୍ତାରେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ତୁମ୍ଭେ କେତେ କାଳ ଶାଉଲ ପାଇଁ ଶୋକ କରିବ? ଆମ୍ଭେ ତ ତାହାକୁ ଇସ୍ରାଏଲ ଉପରେ ରାଜା ହୋଇଥିବା ପାଇଁ ତୁଚ୍ଛ କଲୁ, ତୁମ୍ଭେ ଆପଣା ଶୃଙ୍ଗ ତୈଳରେ ପୂର୍ଣ୍ଣ କରି ଚାଲ, ଆମ୍ଭେ ତୁମ୍ଭକୁ ବେଥଲିହିମୀୟ ଯିଶୀ ନିକଟକୁ ପଠାଇବା, କାରଣ ତାହାର ପୁତ୍ରମାନଙ୍କ ମଧ୍ୟରେ ଆମ୍ଭେ ଆପଣା ପାଇଁ ଏକ ରାଜା ଦେଖିଅଛୁ।”


ସଦାପ୍ରଭୁଙ୍କ ବାକ୍ୟାନୁସାରେ ଶାଉଲଙ୍କର ରାଜ୍ୟ ଦାଉଦଙ୍କୁ ସମର୍ପଣ କରିବା ପାଇଁ ଯୁଦ୍ଧାର୍ଥେ ସସଜ୍ଜ ଯେଉଁ ଲୋକମାନେ ହିବ୍ରୋଣକୁ ଦାଉଦଙ୍କ ନିକଟକୁ ଆସିଥିଲେ, ସେମାନଙ୍କ ସଂଖ୍ୟା ଏହି।


ଏଥିଉତ୍ତାରେ ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି, ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ।


ଆଉ ସେମାନେ ଲୁଟକାରୀ ଦଳ ବିରୁଦ୍ଧରେ ଦାଉଦଙ୍କର ସାହାଯ୍ୟ କଲେ; କାରଣ ସେମାନେ ସମସ୍ତେ ମହାବିକ୍ରମଶାଳୀ ପୁରୁଷ ଓ ସେନାପତି ଥିଲେ।


ଯିହୁଦା-ସନ୍ତାନଗଣ ମଧ୍ୟରୁ ଢାଲ ଓ ବର୍ଚ୍ଛାଧାରୀ, ଯୁଦ୍ଧାର୍ଥେ ସସଜ୍ଜ ଛଅ ହଜାର ଆଠ ଶହ ଜଣ।


ଆଉ ସେମାନେ ଦାଉଦଙ୍କ ସଙ୍ଗେ ତିନି ଦିନ ଭୋଜନପାନ କରି ସେଠାରେ ରହିଲେ; କାରଣ ସେମାନଙ୍କ ଭ୍ରାତୃଗଣ ସେମାନଙ୍କ ନିମନ୍ତେ ଆୟୋଜନ କରିଥିଲେ।


ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ-ସନ୍ତାନଗଣ, ଅର୍ଥାତ୍‍, ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ, ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ, ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ।


Swiv nou:

Piblisite


Piblisite