ଗୀତସଂହିତା 92 - ପବିତ୍ର ବାଇବଲବିଶ୍ରାମବାର ନିମିତ୍ତକ ଗୀତ। 1 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ। 2 ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ। 3 ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ ସୂ-ଗୀତ ଗାନ କରିବା ଭଲ। 4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି। ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି। 5 ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଗ୍ଭରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର। 6 ପଶୁବତ୍ ଲୋକମାନେ ଏହାକୁ ଜାଣନ୍ତି ନାହିଁ, କିଅବା ନିର୍ବୋଧମାନେ ବୁଝନ୍ତି ନାହିଁ। 7 ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି। ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ। 8 କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ। 9 ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହେବେ। ସେହି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହେବେ ଏବଂ ଛିନ୍ନ ବିଚ୍ଛିନ୍ନ ହୋଇଯିବେ। 10 କିନ୍ତୁ ତୁମ୍ଭେ ମୋତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ୟ ମୁଁ ଦୃଢ଼ ହେବି। ତୁମ୍ଭେ ମୋତେ ବିଶେଷ କାର୍ଯ୍ୟ ପାଇଁ ମନୋନୀତ କରିଛ। ତୁମ୍ଭେ ମୋତେ ନୂତନ ତୈଳରେ ଅଭିଷିକ୍ତ କରିଅଛ। 11 ମୋର ଶତ୍ରୁମାନେ ମୋତେ ଆକ୍ରମଣ କରିବାର ମୁଁ ଦେଖୁଅଛି। ସେମାନେ ମୋ’ ବିଷୟରେ ଯାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି। 12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନ୍ର ଏରସ ଗଛ ତୁଲ୍ୟ। 13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡାଳଗଛ ସ୍ୱରୂପ। 14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ। ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ। 15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ। ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ। |
Odia Holy Bible: Easy-to-Read Version (OERV)
@ 2004 Bible League International
Bible League International