Biblia Todo Logo
Bib sou entènèt

- Piblisite -

ଗୀତସଂହିତା 71 - ପବିତ୍ର ବାଇବଲ

1 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି। ମୋତେ ନିରାଶ ହେବାକୁ ଦିଅ ନାହିଁ।

2 କାରଣ ତୁମ୍ଭେ ଯଥାର୍ଥ ଅଟ। ମୋତେ ଉଦ୍ଧାର କର ଓ ବଞ୍ଚାଅ। ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।

3 ମୋର ଦୁର୍ଗ ହୁଅ। ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି। ମୋର ନିରାପଦର ସ୍ଥାନ, ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।

4 ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର। ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।

5 ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା। ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।

6 ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି। ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ। ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।

7 ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ, ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।

8 ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।

9 ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ। ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।

10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି। ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।

11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ। ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଛନ୍ତି। ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”

12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ, ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।

13 ମୋର ଶତ୍ରୁମାନଙ୍କୁ ପରାସ୍ତ କର! ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର। ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସେମାନେ ଅପମାନିତ ହୁଅନ୍ତୁ।

14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି। ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।

15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ, ଯେପରିକି କେତେଥର ଗଣତି କରି ପାରିବ ନାହିଁ।

16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି। ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।

17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି। ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।

18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି। ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର। ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।

19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ। ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ। ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।

20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ। ମୋ’ ଜୀବନକୁ ପୁନଃସ୍ଥାପନ କର। ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।

21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।

22 ତା'ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମ୍ଭେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।

23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ। ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।

24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ, କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ ପରାସ୍ତ ଓ ଅପମାନିତ ହେବେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite