Biblia Todo Logo
Bib sou entènèt

- Piblisite -

ଗୀତସଂହିତା 66 - ପବିତ୍ର ବାଇବଲ


ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

1 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!

2 ତାହାଙ୍କ ନାମର ମହିମା ଗାନ କର। ସ୍ତୁତି ଗାନ କରି ଗୌରବାନ୍ୱିତ କର।

3 ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ। ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି। ସେମାନେ ତୁମ୍ଭକୁ ଭୟ କରନ୍ତି।

4 ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ। ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା

5 ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି। ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।

6 ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ। ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।

7 ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି। ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି। ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା

8 ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର। ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।

9 ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।

10 ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ଯେପରି ଅଗ୍ନିରେ ଲୋକମାନେ ରୂପାକୁ ପରୀକ୍ଷା କରନ୍ତି।

11 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଜାଲରେ ପକାଇଅଛ। ତୁମ୍ଭେ ଆମ୍ଭକୁ ଭାରୀ ବୋଝ ଦେଇଅଛ।

12 ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ସେମାନଙ୍କର ଘୋଡ଼ାରେ ଚଢ଼ି ଆମ୍ଭମାନଙ୍କ ମସ୍ତକ ଉପରେ ଯିବାକୁ ଦେଇଛ। ତୁମ୍ଭେ ଅଗ୍ନି ଓ ଜଳ ମଧ୍ୟଦେଇ ଗ୍ଭଲିବାକୁ କହିଛ। କିନ୍ତୁ ତୁମ୍ଭେ ଆମ୍ଭମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛ।

13-14 ତେଣୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହୋମବଳି ନେଇ ଆସିବି। ଯେତେବେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାଯ୍ୟ ପାଇଁ ଅନୁରୋଧ କରିଥିଲି। ମୁଁ ତୁମ୍ଭ ଆଗରେ ଶପଥ କରିଛି। ବର୍ତ୍ତମାନ ମୁଁ କରିଥିବା ଶପଥ ତୁମ୍ଭକୁ ସମର୍ପଣ କରୁଛି।

15 ମୁଁ ତୁମ୍ଭକୁ ମାଂସାଳ ପଶୁମାନଙ୍କୁ ପାପାର୍ଥକବଳି ଆକାରରେ ପ୍ରଦାନ କରିବି। ମୁଁ ମେଷ ସହିତ ସେମାନଙ୍କର ସୁଗନ୍ଧି ପ୍ରଦାନ କରିବି। ମୁଁ ଛାଗ ସଙ୍ଗେ ବୃଷ ବଳିଦାନ କରିବି। ସେଲା

16 ହେ ସମସ୍ତ ଲୋକ, ଯେଉଁମାନେ ପରମେଶ୍ୱରଙ୍କୁ ଉପାସନା କର, ଆସ ଏବଂ ମୁଁ ତୁମ୍ଭମାନଙ୍କୁ କହିବି ପରମେଶ୍ୱର ମୋ’ ପାଇଁ କ’ଣ ସବୁ କରିଛନ୍ତି।

17 ମୁଁ ତାଙ୍କୁ ପ୍ରାର୍ଥନା କରିଥିଲି। ମୁଁ ତାଙ୍କର ପ୍ରଶଂସା କରିଥିଲି।

18 ମୁଁ ଯେବେ ମୋର ମନ ମଧ୍ୟରେ ଅଧର୍ମକୁ ଆଦର କରେ। ତେବେ ମୋର ପ୍ରଭୁ ମୋର କଥା ଶୁଣିବେ ନାହିଁ।

19 ପରମେଶ୍ୱର ମୋର କଥା ଶୁଣିଅଛନ୍ତି। ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି।

20 ପରମେଶ୍ୱରଙ୍କର ପ୍ରଶଂସା କର! ପରମେଶ୍ୱର ମୋ’ ପାଖରୁ ମୁହଁ ଫେରାଇ ନାହାନ୍ତି। ସେ ମୋର ପ୍ରାର୍ଥନା ଶୁଣିଛନ୍ତି। ପରମେଶ୍ୱର ତାଙ୍କର ପ୍ରେମ ମୋତେ ଦେଖାଇଛନ୍ତି।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite