Biblia Todo Logo
Bib sou entènèt

- Piblisite -

ଗୀତସଂହିତା 132 - ପବିତ୍ର ବାଇବଲ


ଆରୋହଣ ଗୀତ।

1 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।

2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ, ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।

3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।

4 ମୁଁ ଶୟନ କରିବି ନାହିଁ। ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।

5 ମୁଁ ମୋର ଗୃହକୁ ଯିବି ନାହିଁ ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”

6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ। ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।

7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା। ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।

8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ, ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।

9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।

10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।

11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ, “ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।

12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି, ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”

13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ। ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।

14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ। ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।

15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।

16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।

17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।

18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚ‌କ୍‌ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite