Biblia Todo Logo
Bib sou entènèt

- Piblisite -

ଯିଶାଇୟ 62 - ପବିତ୍ର ବାଇବଲ


ନୂତନ ଯିରୁଶାଲମ-ଏକ ଧର୍ମପୂର୍ଣ୍ଣ ନଗରୀ

1 ମୁଁ ସିୟୋନକୁ ଭଲ ପାଏ, ଧର୍ମ ଦୀପ୍ତିର ନ୍ୟାୟ ଓ ତାହାର ପରିତ୍ରାଣ ଜ୍ୱଳନ୍ତ ପ୍ରଦୀପର ନ୍ୟାୟ ଯିରୁଶାଲମରେ ପ୍ରକଟ ନ ହୋଇଛି, ସେ ପର୍ଯ୍ୟନ୍ତ ଆମ୍ଭେ ତା’ ନିମନ୍ତେ ବିଶ୍ରାମ ନେବା ନାହିଁ। ପ୍ରଭାତରେ ଦୀପ୍ତି ଲାଭ କରିବା ପରି ମୁଁ ଯିରୁଶାଲମରେ ବିଜୟ ଗ୍ଭହେଁ।

2 ସେତେବେଳେ ଅନ୍ୟ ଦେଶୀୟମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖରେ ଏକ ନୂତନ ନାମରେ ଖ୍ୟାତ ହେବ।

3 ଆଉ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ସୁନ୍ଦର ମୁକୁଟ ସ୍ୱରୂପ ଓ ତୁମ୍ଭେ ସଦାପ୍ରଭୁଙ୍କ ହସ୍ତରେ ଗୋଟିଏ ରାଜକିରୀଟ ସ୍ୱରୂପ ହେବ।

4 ତୁମ୍ଭର ‘ଦେଶ ପରିତ୍ୟକ୍ତା ବୋଲି’ ନାମିତ ହେବ ନାହିଁ; କିମ୍ବା ତୁମ୍ଭର ଦେଶକୁ କେହି ‘ଅନାଥିନୀ’ ବୋଲି ଜାଣିବେ ନାହିଁ। ମାତ୍ର ତୁମ୍ଭର ଦେଶ ବରଂ ‘ପରମେଶ୍ୱରଙ୍କ କନ୍ୟା’ ରୂପେ ବିବେଚିତ ହେବ ଏବଂ ‘ମୋର ଉଲ୍ଲାସ ତାହାର ମଧ୍ୟ ହୋଇଅଛି’ କାରଣ ସଦାପ୍ରଭୁ ତୁମ୍ଭ ଉପରେ ସନ୍ତୋଷ ଅଛନ୍ତି।

5 ଜଣେ ଯୁବକ ଯେପରି ଜଣେ କନ୍ୟାକୁ ପ୍ରେମ କରେ, ସେହିପରି ତୁମ୍ଭର ପୁତ୍ରମାନେ ତୁମ୍ଭକୁ ବିବାହ କରିବେ। ପୁଣି ବର ଯେପରି ତା'ର କନ୍ୟାଠାରେ ଆନନ୍ଦ କରେ, ସେହିପରି ତୁମ୍ଭର ପରମେଶ୍ୱର ତୁମ୍ଭଠାରେ ଆନନ୍ଦ କରିବେ।

6 “ହେ ଯିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ କି ଦିନ କି ରାତି ନୀରବ ରହିବେ ନାହିଁ।” ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭେମାନେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।

7 ହେ ସଦାପ୍ରଭୁଙ୍କ ସ୍ମରଣକାରୀ ଲୋକମାନେ, କ୍ଷାନ୍ତ ହୁଅ ନାହିଁ, ଯେପର୍ଯ୍ୟନ୍ତ ସଦାପ୍ରଭୁ ଶାନ୍ତି ପ୍ରତିଷ୍ଠା କରନ୍ତି ଏବଂ ଏହାର ପ୍ରଶଂସା ବିଗ୍ଭର ଚକ୍ଷୁରେ ଅନୁକୂଳ ସର୍ବୋଚ୍ଚ ସ୍ଥିତ ହେବା ପର୍ଯ୍ୟନ୍ତ ଯିରୁଶାଲମରେ ଆନନ୍ଦ ଉଠାଅ।

8 ସଦାପ୍ରଭୁ ନିଜର ଦକ୍ଷିଣ ହସ୍ତ ଓ ବଳବାନ୍ ବାହୁଦ୍ୱାରା ଶପଥ କରିଛନ୍ତି, “ଆମ୍ଭେ ତୁମ୍ଭର ଶସ୍ୟ ତୁମ୍ଭର ଶତ୍ରୁଗଣଙ୍କୁ ଖାଦ୍ୟ ନିମନ୍ତେ ନିଶ୍ଚୟ ଦେବା ନାହିଁ ଓ ଯେଉଁ ଦ୍ରାକ୍ଷାରସ ପାଇଁ ତୁମ୍ଭେ ପରିଶ୍ରମ କରିଅଛ, ସେହି ନୂତନ ଦ୍ରାକ୍ଷାରସ ବିଦେଶୀମାନେ ଆଉ ପାନ କରିବେ ନାହିଁ।

9 ମାତ୍ର ଯେଉଁମାନେ କଠିନ ପରିଶ୍ରମ କଲେ ସେମାନଙ୍କୁ, ସେମାନଙ୍କ ଖାଇ ପାରିବେ ଏବଂ ସେମାନଙ୍କର ରସ ପାନ କରିବେ ଏବଂ ସଦାପ୍ରଭୁ ପ୍ରଶଂସା ଗାନ କରିବେ। ଯେଉଁମାନେ ତାହାକୁ ଅମଳ କରିଛନ୍ତି, ସେମାନେ ମୋ’ ପବିତ୍ର ଅଗଣାରେ ପାନ କରିବେ।”

10 ତୁମ୍ଭେମାନେ ଅଗ୍ରସର ହୁଅ, ନଗରଦ୍ୱାର ମଧ୍ୟଦେଇ ଆଗେଇ ଆସ। ଲୋକମାନଙ୍କ ପାଇଁ ପଥ ପ୍ରସ୍ତୁତ କର। ରାଜପଥ ଉଚ୍ଚକର। ପଥରୁ ପଥରଗୁଡ଼ିକୁ ବାହାର କରିଦିଅ ଓ ଗୋଷ୍ଠୀ ସମୂହଙ୍କ ପାଇଁ ଏକ ଧ୍ୱଜା ଉଡ଼ାଅ।

11 ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’”

12 ଲୋକମାନେ ସେମାନଙ୍କୁ ଡାକିବେ, “ପବିତ୍ର ସଦାପ୍ରଭୁଙ୍କର ଲୋକ,” “ମୁକ୍ତି ହୋଇଥିବା ଲୋକମାନେ।” ତୁମ୍ଭେ ପରିଣତ ହେବ ଗୋଟିଏ “ପରମେଶ୍ୱରଙ୍କର ଅପରିତ୍ୟକ୍ତା ନଗରୀ,” ଏବଂ “ଅନ୍ୱେଷଣ” ବୋଲି ଡାକିଲେ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite