Biblia Todo Logo
Bib sou entènèt

- Piblisite -

ଯିଶାଇୟ 61 - ପବିତ୍ର ବାଇବଲ


ସଦାପ୍ରଭୁଙ୍କର ମୁକ୍ତିର ବାର୍ତ୍ତା

1 ସଦାପ୍ରଭୁଙ୍କର ସେବକ କୁହନ୍ତି, “ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ'ଠାରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଗ୍ଭର ପ୍ରଗ୍ଭର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦେବାକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଗ୍ଭର କରିବା ନିମନ୍ତେ ମୋତେ ପ୍ରେରଣ କରିଛନ୍ତି।

2 କେତେବେଳେ ସଦାପ୍ରଭୁ ତାଙ୍କର କରୁଣା ପ୍ରଦର୍ଶନ କରିବେ ଓ କେଉଁ ସମୟରେ ପରମେଶ୍ୱର ଦୁଷ୍ଟାଗ୍ଭରୀଙ୍କ ଉପରେ ପ୍ରତିଶୋଧ ନେବେ ଓ ଶୋକାର୍ତ୍ତମାନଙ୍କୁ ସାନ୍ତ୍ୱନା କରିବେ। ସେ ସବୁ ପ୍ରଗ୍ଭର କରିବାକୁ ପରମେଶ୍ୱର ମୋତେ ପ୍ରେରଣ କରିଛନ୍ତି।

3 ସିୟୋନର ଶୋକାର୍ତ୍ତ ଲୋକମାନଙ୍କୁ ଯୋଗାଇ ଦେବାକୁ ଓ ଭସ୍ମ ପରିବର୍ତ୍ତେ ଭୂଷଣ, ଦୁଃଖ ପରିବର୍ତ୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତ୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି। ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ‘ଧର୍ମରୂପ ବୃକ୍ଷ’ ଓ ‘ତାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।’

4 “ସେମାନେ ପୁରାତନ ଧ୍ୱସ୍ତ ବିଧ୍ୱସ୍ତ ସ୍ଥାନଗୁଡ଼ିକୁ ପୁନଃନିର୍ମାଣ କରିବେ। ପୂର୍ବକାଳର ନଷ୍ଟ ସ୍ଥାନସବୁ ଉଠାଇବେ, ଆଉ ସେମାନେ ବିନଷ୍ଟ ଓ ଅନେକ ପୁରୁଷ ପରମ୍ପରାର ନଷ୍ଟ ନଗର ସବୁକୁ ନୂତନ କରି ଗଢ଼ିବେ।

5 “ବିଦେଶୀୟମାନେ ତୁମ୍ଭ ମେଷପଲ ଚରାଇବା ପାଇଁ ଛିଡ଼ା ହେବେ ଓ ସେମାନଙ୍କର ସନ୍ତାନମାନେ ତୁମ୍ଭ ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରରେ କାର୍ଯ୍ୟ କରିବେ।

6 ମାତ୍ର ତୁମ୍ଭେମାନେ ‘ସଦାପ୍ରଭୁଙ୍କର ଯାଜକ’ ବୋଲି ଖ୍ୟାତ ହେବ। ଲୋକମାନେ ତୁମ୍ଭମାନଙ୍କୁ ‘ଆମ୍ଭମାନଙ୍କର ପରିଗ୍ଭଳକ’ ବୋଲି ଡାକିବେ। ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସେମାନଙ୍କ ଐଶ୍ୱର୍ଯ୍ୟରେ ତୁମ୍ଭେମାନେ ଗର୍ବିତ ହେବ।

7 “ଲଜ୍ଜା ପରିବର୍ତ୍ତେ ସେମାନେ ଦୁଇଗୁଣ ସମ୍ମାନ ପାଇବେ। ପୁଣି ଅପମାନ ପରିବର୍ତ୍ତେ ସେମାନେ ନିଜ ନିଜ ଅଧିକାରରେ ଆନନ୍ଦ କରିବେ। ଏଥିପାଇଁ ସେମାନେ ନିଜ ଦେଶରେ ଦୁଇଗୁଣ ଅଂଶ ପାଇବେ ଓ ସେମାନଙ୍କର ଅନନ୍ତକାଳସ୍ଥାୟୀ ଆହ୍ଲାଦ ହେବ।

8 କାରଣ ଆମ୍ଭେ ସଦାପ୍ରଭୁ ନ୍ୟାୟ ବିଗ୍ଭରକୁ ଭଲ ପାଉ। ଆମ୍ଭେ ଅଧର୍ମ ଓ ଅପହରଣକୁ ଘୃଣା କରୁ। ଆଉ ଆମ୍ଭେ ସତ୍ୟରେ ସେମାନଙ୍କୁ ପ୍ରତିଫଳ ଦେବା ଓ ସେମାନଙ୍କ ସହିତ ଅନନ୍ତକାଳସ୍ଥାୟୀ ଏକ ଚୁକ୍ତି କରିବା।

9 ପୁଣି ସେମାନଙ୍କ ବଂଶ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଓ ସେମାନଙ୍କ ସନ୍ତାନଗଣ ଗୋଷ୍ଠୀମାନଙ୍କ ମଧ୍ୟରେ ବିଖ୍ୟାତ ହେବେ। ସେମାନେ ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ ବଂଶ ବୋଲି ସେମାନଙ୍କୁ ଦେଖିବା ଲୋକ ସମସ୍ତେ ସ୍ୱୀକାର କରିବେ।”


ପରମେଶ୍ୱରଙ୍କ ସେବକ ପରିତ୍ରାଣ ଆଣିବେ

10 “ମୁଁ ସଦାପ୍ରଭୁଙ୍କଠାରେ ଅତିଶୟ ଆନନ୍ଦ କରିବି, ମୋର ପ୍ରାଣ ମୋର ପରମେଶ୍ୱରଙ୍କଠାରେ ଉଲ୍ଲସିତ ହେବ; କାରଣ ବର ଯେପରି ଭୂଷଣରେ ନିଜକୁ ଭୂଷିତ କରେ ଓ କନ୍ୟା ଯେପରି ନିଜକୁ ରତ୍ନରେ ଭୂଷିତା କରେ ସେହିପରି ସେ ପରିତ୍ରାଣରୂପ ବସ୍ତ୍ରରେ ମୋତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ରରେ ମୋତେ ଆବୃତ କରିଅଛନ୍ତି।

11 କାରଣ ଭୂମି ଯେପରି ବୀଜକୁ ଅଙ୍କୁରିତ କରାଏ ଓ ଉଦ୍ୟାନରେ ବୁଣା ଯାଇଥିବା ମଞ୍ଜି ଯେପରି ଅଙ୍କୁରିତ ହୋଇ ବଢ଼େ, ସେହିପରି ସଦାପ୍ରଭୁ ସମଗ୍ର ଜାତିଗଣଙ୍କ ମଧ୍ୟରେ ଧର୍ମ ଓ ପ୍ରଶଂସା ଅଙ୍କୁରିତ କରିବେ।”

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite