Biblia Todo Logo
Bib sou entènèt

- Piblisite -

ଯିଶାଇୟ 26 - ପବିତ୍ର ବାଇବଲ


ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସାଗୀତି

1 ସେଦିନ, ଯିହୁଦା ଦେଶରେ ଏହି ଗୀତ ଗାନ କରାଯିବ। ଆମ୍ଭମାନଙ୍କର ଏକ ସୁଦୃଢ଼ ନଗର ଅଛି। ସଦାପ୍ରଭୁ ଆମ୍ଭମାନଙ୍କର ମୁକ୍ତିଦାତା। ସଦାପ୍ରଭୁ ଆମ୍ଭମାନଙ୍କ ଏକ ବଡ଼, ଉଚ୍ଚ ପ୍ରାଚୀର ଓ ଗୋଟିଏ ଦୃଢ଼ ନଗର ତିଆରି କରିବେ।

2 ସେହି ଦ୍ୱାର ଉନ୍ମୁକ୍ତ କର ଯେପରି ଧାର୍ମିକ ଓ ପରମେଶ୍ୱରଙ୍କ ଶିକ୍ଷାସମୂହ ପାଳନକାରୀ ପ୍ରବେଶ କରି ପାରିବେ।

3 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ।

4 ତେଣୁ ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ସଦାକାଳ ନିର୍ଭର ରଖ, କାରଣ ସଦାପ୍ରଭୁଙ୍କ ସହିତ ଅନନ୍ତକାଳୀନ ଶୈଳ ଅଛି।

5 ମାତ୍ର ସେ ଉନ୍ନତ ନଗରକୁ ଅବନତ କରିବେ ଓ ଊର୍ଦ୍ଧ୍ୱସ୍ଥିତ ସେହି ଲୋକମାନଙ୍କୁ ଦଣ୍ଡ ଦେବେ। ସେମାନଙ୍କୁ ଭୂମିସାତ୍ କରି ଧୂଳିରେ ମିଶାଇ ଦେବେ।

6 ତା'ପରେ ଦରିଦ୍ର ଓ ନମ୍ର ଲୋକମାନେ ସେହି ଧ୍ୱଂସ ସ୍ଥାନ ଉପରେ ବିଚରଣ କରିବେ।

7 ସାଧୁତା ଧାର୍ମିକମାନଙ୍କର ଜୀବନ ଧାରଣର ମାର୍ଗ। ସେମାନେ ସରଳ ଓ ସତ୍ୟପଥ ଅନୁସରଣ କରନ୍ତି। ପୁଣି ହେ ପରମେଶ୍ୱର, ତୁମ୍ଭେ ସେହି ପଥକୁ ଅନୁସରଣ ପାଇଁ ଅଧିକ ସୁଗମ ଓ ସରଳ କର।

8 ମାତ୍ର ହେ ସଦାପ୍ରଭୁ, ଆମ୍ଭେମାନେ ତୁମ୍ଭ ଶାସନ ମାର୍ଗର ନ୍ୟାୟକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।

9 ରାତ୍ରିକାଳରେ ମୋର ପ୍ରାଣ ତୁମ୍ଭକୁ ଇଚ୍ଛା କରୁଛି ଏବଂ ଅନ୍ତରାତ୍ମା ପ୍ରତି ନୂତନ ପ୍ରଭାତରେ ତୁମ୍ଭକୁ ଅନ୍ୱେଷଣ କରିବ। ଯେତେବେଳେ ତୁମ୍ଭର ଶାସନ ସକଳ ଓ ନ୍ୟାୟ ପ୍ରତିଷ୍ଠିତ ହେବ, ଜଗତବାସୀ ଧର୍ମ ଶିକ୍ଷା କରିବେ।

10 ମନ୍ଦାଗ୍ଭରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ୟ ସେମାନେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ୟାୟପୂର୍ଣ୍ଣ ଦେଶରେ ମଧ୍ୟ ସେମାନେ ଅନ୍ୟାୟ କରିବେ। ଏପରିକି ସେମାନେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।

11 ମାତ୍ର ହେ ସଦପ୍ରଭୁ! ସେମାନଙ୍କୁ ଦଣ୍ଡ ଦେବାକୁ ତୁମ୍ଭର ହସ୍ତ ଉ‌‌‌ତ୍‌‌‌ଥିତ ହେବ, ତଥାପି ସେମାନେ ତାହା ଦେଖିବେ ନାହିଁ। ମାତ୍ର ଲୋକମାନଙ୍କ ପକ୍ଷରେ ତୁମ୍ଭର ଅତିଶୟ ପ୍ରେମକୁ ଦେଖି ସେମାନେ ଲଜ୍ଜିତ ହେବେ ଓ ତୁମ୍ଭର ଶତ୍ରୁଗଣ ଅଗ୍ନିରେ ଦ‌ଗ୍‌ଧିଭୂତ ହେବେ।

12 ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପାଇଁ ସକଳ କାର୍ଯ୍ୟ ସାଧନ କରିଅଛ। ତେଣୁ ଆମ୍ଭମାନଙ୍କୁ ଶାନ୍ତି ପ୍ରଦାନ କର।


ପରମେଶ୍ୱର ତାଙ୍କ ସେବକଙ୍କୁ ନୂତନ ଜୀବନ ଦେବେ

13 ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭକୁ ଛାଡ଼ି ଆମ୍ଭେ ଅନ୍ୟ ପ୍ରଭୁଙ୍କୁ ଅନୁସରଣ କରୁଥିଲୁ ଓ ଅନ୍ୟ ପ୍ରଭୁ ଆମ୍ଭମାନଙ୍କ ଉପରେ ରାଜତ୍ୱ କରୁଥିଲେ। ମାତ୍ର ଆମ୍ଭେମାନେ ତୁମ୍ଭର ନାମକୁ କେବଳ ସ୍ମରଣ କରିବୁ ଓ କୀର୍ତ୍ତନ କରିବୁ।

14 ସେମାନେ ମୃତ, ସେମାନେ ଜୀବନ ଫେରି ପାଇବେ ନାହିଁ। ସେମାନେ ଭୂତପରି ଯେଉଁମାନେ କେବେହେଲେ ଉଠିବେ ନାହିଁ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟକୁ ବିବେଚନା କରି ତୁମ୍ଭେ ସଂହାର କରିଅଛ ଏବଂ କେହି ସେମାନଙ୍କୁ ମନେ ରଖିବେ ନାହିଁ।

15 ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ହେ ସଦାପ୍ରଭୁ, ତୁମ୍ଭେ ଏ ଦେଶୀୟ ଲୋକଙ୍କୁ ବୃଦ୍ଧି କରିଅଛ। ତୁମ୍ଭେ ଗୌରବାନ୍ୱିତ ହୋଇଅଛ। ତୁମ୍ଭେ ଯେପରି ସୀମା ସକଳ ବିସ୍ତାର କରିଅଛ।

16 ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।

17 ଅନ୍ତଃସତ୍ତ୍ୱା ନାରୀ ଗର୍ଭବେଦନାରେ ବ୍ୟଥିତ ହୋଇ ଯେପରି କ୍ରନ୍ଦନ କରେ, ଆମ୍ଭେମାନେ ସେହିପରି ତୁମ୍ଭ ସହିତ ନ ଥିଲା ବେଳେ ହୋଇଅଛୁ।

18 ଆମ୍ଭେମାନେ ଗର୍ଭବେଦନା ପାଇଅଛୁ, କିନ୍ତୁ ବ୍ୟଥିତା ହୋଇ ବାୟୁ ଜନ୍ମ ଦେଇଛୁ। ଆମ୍ଭେମାନେ ଦେଶର ଉଦ୍ଧାର ସାଧନ କରି ନାହୁଁ କି ନଗରବାସୀ ଭୂମିଷ୍ଠ ହୋଇ ନାହାନ୍ତି।

19 ମାତ୍ର ସଦାପ୍ରଭୁ କୁହନ୍ତି: “ତୁମ୍ଭର ମୃତମାନେ ଜୀବିତ ହେବେ। ମୃତ ଶବଗୁଡ଼ିକ ପୁଣି ନିଃଶ୍ୱାସ ନେବା ଆରମ୍ଭ କରିବେ। ହେ ଧୂଳିନିବାସୀଗଣ ଉଠ, ଆନନ୍ଦ କର, କାରଣ ତୁମ୍ଭେମାନେ ପ୍ରଭାତରେ ତୃଣ ଉପର ଶିଶିର ତୁଲ୍ୟ ଭୂମି ମୃତମାନଙ୍କୁ ଜନ୍ମ ଦେବ।”


ବିଗ୍ଭର: ପୁରସ୍କାର କିମ୍ବା ଦଣ୍ଡ

20 ହେ ମୋର ଲୋକମାନେ, ତୁମ୍ଭେମାନେ ଅନ୍ତରାଳୟରେ ପ୍ରବେଶ କରି ଦ୍ୱାର ରୁଦ୍ଧ କର। ପରମେଶ୍ୱରଙ୍କ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ ଅଳ୍ପସମୟ ନିଜକୁ ଲୁଗ୍ଭଅ।

21 ଦେଖ, ସଦାପ୍ରଭୁ ପୃଥିବୀବାସୀଙ୍କୁ ସେମାନଙ୍କର ଅପରାଧ ଲାଗି ଶାସ୍ତି ଦେବାକୁ ନିଜ ସ୍ଥାନ ପରିତ୍ୟାଗ କରିଛନ୍ତି। ପୃଥିବୀ ନିଜର ଶକ୍ତି ପ୍ରକାଶ କରିବ। ସେ ଆଉ ନିହତ ଲୋକମାନଙ୍କୁ ଆଚ୍ଛାଦନ କରି ରଖିବ ନାହିଁ।

Odia Holy Bible: Easy-to-Read Version (OERV)

@ 2004 Bible League International

Bible League International
Swiv nou:



Piblisite