Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 5:8 - ଓଡିଆ ବାଇବେଲ

8 ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯେବେ ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ଛଡ଼ା ଯଦ୍ଦ୍ଵାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇ ପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯଦି ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ, ତାହା ଯାଜକର ହେବ; ତାହା ବ୍ୟତୀତ ଯଦ୍ଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ୍ତ କରାଯିବ, ସେହି ପ୍ରାୟଶ୍ଚିତ୍ତାର୍ଥକ ମେଷବଳି ହିଁ ଦେବାକୁ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ

8 ଦୋଷକର୍ତ୍ତା ଦୋଷ ପାଇଁ ଯାହାକୁ କ୍ଷତିପୂରଣ ଦେବା କଥା ସେ ଯଦି ମୃତ ହୋଇଥାଏ ଓ ତାହାର ଜ୍ଞାତିରେ କେହି ନ ଥା’ନ୍ତି, ତେବେ ସେ ସଦାପ୍ରଭୁଙ୍କୁ ପରିଶୋଧ କରିବ। ସଦାପ୍ରଭୁଙ୍କୁ କ୍ଷତିପୂରଣ ଦେବ, ତାହା ଯାଜକର ହେବ ଓ ତାହା ସହିତ ସେହି ମନୁଷ୍ୟ ତା'ର ପ୍ରାୟଶ୍ଚିତ ପାଇଁ ଏକ ମେଷ ବଳି ଉସର୍ଗ କରିବ।

Faic an caibideil Dèan lethbhreac




ଗଣନା ପୁସ୍ତକ 5:8
8 Iomraidhean Croise  

ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା।


ପୁଣି ପବିତ୍ର ବସ୍ତୁ ବିଷୟରେ ସେ ଯେଉଁ ତ୍ରୁଟି କରିଅଛି, ତହିଁର ପରିଶୋଧ କରିବ, ତାହା ବ୍ୟତୀତ ପଞ୍ଚମାଂଶର ଏକାଂଶ ମଧ୍ୟ ଯାଜକକୁ ଦେବ, ତହୁଁ ଯାଜକ ଦୋଷାର୍ଥକ ମେଷ ବଳି ଦ୍ୱାରା ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ।


ଅବା ଯେକୌଣସି ବିଷୟରେ ମିଥ୍ୟା ଶପଥ କରିଅଛି, ସେହି ସବୁ ଦ୍ରବ୍ୟ ଫେରାଇ ଦେବ; ମଧ୍ୟ ସେ ତାହା ସମ୍ପୂର୍ଣ୍ଣ ରୂପେ ଓ ତହିଁ ସଙ୍ଗେ ତହିଁର ପଞ୍ଚମାଂଶ ଅଧିକ ଫେରାଇ ଦେବ; ସେ ଦୋଷୀ ବୋଲି ନିଶ୍ଚିତ ହେବା ଦିନରେ ସେହି ଦ୍ରବ୍ୟର ମାଲିକକୁ ତାହା ଦେବ।


ଯେପରି ପାପାର୍ଥକ ବଳି, ସେପରି ଦୋଷାର୍ଥକ ବଳି; ଯେଉଁ ଯାଜକ ତଦ୍ଦ୍ୱାରା ପ୍ରାୟଶ୍ଚିତ୍ତ କରେ, ତାହା ତାହାରି ହେବ; ଦୁଇଟିର ବ୍ୟବସ୍ଥା ଏକ।


ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷ ସକାଶୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି, ତାହାକୁ ଦେବ।


ପୁଣି, ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନୀୟ ଉପହାର ଯାଜକ ନିକଟକୁ ଆଣନ୍ତି, ତାହାସବୁ ତାହାର ହେବ।


Lean sinn:

Sanasan


Sanasan