Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 43:4 - ଓଡିଆ ବାଇବେଲ

4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ଏହିରୂପେ କାରେହର ପୁତ୍ର ଯୋହାନନ୍ ଓ ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏହିରୂପେ କାରେହର ପୁତ୍ର ଯୋହାନନ୍‍, ସେନାପତିସକଳ ଓ ଲୋକ ସମସ୍ତେ ଯିହୁଦା ଦେଶରେ ବାସ କରିବା ବିଷୟରେ ସଦାପ୍ରଭୁଙ୍କ ରବରେ ମନୋଯୋଗ କଲେ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ

4 ଏହିରୂପେ କାରେହର ପୁତ୍ର ଯୋହାନନ୍, ତାହାର ସେନାପତି ସକଳ ଓ ସମସ୍ତ ଲୋକ ଯିହୁଦାରେ ବାସ କରିବାକୁ ସଦାପ୍ରଭୁଙ୍କ ବାକ୍ୟରେ ଅବଧାନ କଲେ ନାହିଁ।

Faic an caibideil Dèan lethbhreac




ଯିରିମୀୟ 43:4
10 Iomraidhean Croise  

ଏଥିଉତ୍ତାରେ ସାନ ବଡ଼ ସମସ୍ତ ଲୋକ ଓ ସେନାପତିଗଣ ଉଠି ମିସରକୁ ଗଲେ; କାରଣ ସେମାନେ କଲ୍‍ଦୀୟମାନଙ୍କ ଲାଗି ଭୀତ ହେଲେ।


ସେ ତାଙ୍କୁ ଏହି କଥା କହିବା ବେଳେ, ରାଜା ତାହାକୁ କହିଲେ, ଆମ୍ଭେମାନେ କ’ଣ ତୁମ୍ଭକୁ ରାଜମନ୍ତ୍ରୀ କରିଅଛୁ ? କ୍ଷାନ୍ତ ହୁଅ ! କାହିଁକି ମାଡ଼ ଖାଇବ ? ଏଥିରେ ଭବିଷ୍ୟଦ୍‍ବକ୍ତା କ୍ଷାନ୍ତ ହୋଇ କହିଲା, ମୁଁ ଜାଣେ, ପରମେଶ୍ୱର ଆପଣଙ୍କୁ ବିନାଶ କରିବା ପାଇଁ ସ୍ଥିର କରିଅଛନ୍ତି, କାରଣ ଆପଣ ଏହା କରିଅଛନ୍ତି ଓ ମୋ’ ପରାମର୍ଶରେ କର୍ଣ୍ଣପାତ କରି ନାହାନ୍ତି।


ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ।


ତେବେ ମୁଁ କହିଲି, “ବଳ ଅପେକ୍ଷା ଜ୍ଞାନ ଉତ୍ତମ; ତଥାପି ଦରିଦ୍ର ଲୋକର ଜ୍ଞାନ ତୁଚ୍ଛୀକୃତ ହୁଏ ଓ ତାହାର ବାକ୍ୟ ଶୁଣାଯାଏ ନାହିଁ।


ତହୁଁ ନଥନୀୟର ପୁତ୍ର ଇଶ୍ମାୟେଲ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବଧ କଲା ଉତ୍ତାରେ କାରେହର ପୁତ୍ର ଯୋହାନନ୍‍ ଆପଣା ସଙ୍ଗୀ ସେନାପତିଗଣ ସହିତ ଯେସମସ୍ତ ଅବଶିଷ୍ଟ ଲୋକଙ୍କୁ ତାହା ହସ୍ତରୁ ଉଦ୍ଧାର କରି ମିସ୍ପାରୁ ଆଣିଥିଲା, ସେମାନଙ୍କୁ, ଅର୍ଥାତ୍‍, ଗିବୀୟୋନ୍‍ରୁ ଆଣିଥିବା ଯୋଦ୍ଧା ପୁରୁଷମାନଙ୍କୁ ଓ ସ୍ତ୍ରୀଲୋକ, ବାଳକ ବାଳିକା ଓ ନପୁଂସକମାନଙ୍କୁ ସେ ସଙ୍ଗେ ନେଲା।


ପୁଣି, ଆଜି ମୁଁ ତୁମ୍ଭମାନଙ୍କୁ ତାହା ଜଣାଇଲି; ମାତ୍ର ଯେଉଁ ବିଷୟରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ନିକଟକୁ ମୋତେ ପଠାଇଲେ, ତହିଁର କୌଣସି ବିଷୟରେ ତୁମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କଲ ନାହିଁ।


ତହିଁରେ ସେ କାରେହର ପୁତ୍ର ଯୋହାନନ୍‍କୁ ଓ ତାହାର ସଙ୍ଗୀ ସେନାପତି ସମସ୍ତଙ୍କୁ ଓ କ୍ଷୁଦ୍ରଠାରୁ ମହାନ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କୁ ଡାକି ସେମାନଙ୍କୁ କହିଲେ,


ମାତ୍ର ସେମାନେ ମନୋଯୋଗ କଲେ ନାହିଁ, କିଅବା ଆପଣା ଆପଣା ଦୁଷ୍ଟତାରୁ ଫେରିବା ପାଇଁ, ଅନ୍ୟ ଦେବଗଣର ଉଦ୍ଦେଶ୍ୟରେ ଆଉ ଧୂପ ନ ଜ୍ୱଳାଇବା ପାଇଁ କର୍ଣ୍ଣପାତ କଲେ ନାହିଁ।


Lean sinn:

Sanasan


Sanasan