Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 2:13 - ଓଡିଆ ବାଇବେଲ

13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରି ଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରି ଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ଵରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣା-ମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କାରଣ ଆମ୍ଭର ଲୋକମାନେ ଦୁଇଟି ଦୋଷ କରିଅଛନ୍ତି; ସେମାନେ ଅମୃତ ଜଳର ନିର୍ଝର ସ୍ୱରୂପ ଯେ ଆମ୍ଭେ, ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଆପଣାମାନଙ୍କ ନିମନ୍ତେ ନାନା କୂପ ଖୋଳିଅଛନ୍ତି, ସେସବୁ ଭଗ୍ନ କୂପ, ଜଳଧାରଣ କରି ନ ପାରେ।

Faic an caibideil Dèan lethbhreac

ପବିତ୍ର ବାଇବଲ

13 “କାରଣ ଆମ୍ଭର ଲୋକମାନେ ଦୁଇଟି ପାପ କରିଅଛନ୍ତି। ପ୍ରଥମତଃ ସେମାନେ ମୋତେ ପରିତ୍ୟାଗ କରିଅଛନ୍ତି ଯଦିଓ ମୁଁ ଏକ ଜୀବନଦାୟୀନୀ ନିର୍ଝର ଅଟେ ଓ ଦ୍ୱିତୀୟରେ ନିଜ ପାଇଁ ସେମାନେ ବହୁ ଜଳକୁଣ୍ଡ ଖୋଳିଅଛନ୍ତି। ମାତ୍ର ସେହି ଭଙ୍ଗା ଜଳକୁଣ୍ଡ ସବୁ ଜଳ ରଖିପାରନ୍ତି ନାହିଁ।

Faic an caibideil Dèan lethbhreac




ଯିରିମୀୟ 2:13
49 Iomraidhean Croise  

କାରଣ ସେମାନେ ଆପଣାମାନଙ୍କ ହସ୍ତକୃତ ସମସ୍ତ କର୍ମ ଦ୍ୱାରା ଆମ୍ଭକୁ ବିରକ୍ତ କରିବା ପାଇଁ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇଅଛନ୍ତି। ଏହେତୁ ଏହି ସ୍ଥାନ ବିରୁଦ୍ଧରେ ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେବ ଓ ତାହା ନିର୍ବାଣ ହେବ ନାହିଁ।’”


କାରଣ ତୁମ୍ଭଠାରେ ଜୀବନର ନିର୍ଝର ଅଛି; ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।


ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି; ଆଉ ଦେଖ, ସବୁ ଅସାର, ବାୟୁର ପଶ୍ଚାଦ୍ଧାବନମାତ୍ର।


ଉପଦେଶକ କହୁଅଛନ୍ତି, “ଅସାରର ଅସାର, ଅସାରର ଅସାର, ସକଳ ହିଁ ଅସାର।


ଉପଦେଶକ କହନ୍ତି, “ଅସାରର ଅସାର, ସବୁ ହିଁ ଅସାର।”


ତହୁଁ ମୋହର ହସ୍ତ ଯେଉଁ ସମସ୍ତ କାର୍ଯ୍ୟ କରିଥିଲା ଓ ଯେଉଁ ଯେଉଁ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି; ଆଉ, ଦେଖ, ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର, ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନ ଥିଲା।


କାରଣ ଏକ ବ୍ୟକ୍ତି ଜ୍ଞାନ, ବିଦ୍ୟା ଓ ଦକ୍ଷତା ସହିତ ପରିଶ୍ରମ କରେ; ତଥାପି ଯେଉଁ ବ୍ୟକ୍ତି ତହିଁରେ ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ିଯିବ। ଏହା ହିଁ ଅସାର ଓ ଅତି ମନ୍ଦ।


ଯେହେତୁ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ତୁଷ୍ଟ କରେ, ସେ ତାହାକୁ ଜ୍ଞାନ, ବିଦ୍ୟା ଓ ଆନନ୍ଦ ଦିଅନ୍ତି; ମାତ୍ର ପରମେଶ୍ୱରଙ୍କ ତୁଷ୍ଟିକାରୀ ଲୋକକୁ ଦେବା ପାଇଁ ସଂଗ୍ରହ ଓ ସଞ୍ଚୟ କରଣାର୍ଥେ ପାପୀକୁ ସେ କାର୍ଯ୍ୟ ଦିଅନ୍ତି। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।


ତହୁଁ ମୁଁ ସମସ୍ତ ପରିଶ୍ରମ ଓ ପ୍ରତ୍ୟେକ ଦକ୍ଷ କାର୍ଯ୍ୟ ଦେଖିଲି ଯେ, ତହିଁ ସକାଶୁ ମନୁଷ୍ୟ ଆପଣା ପ୍ରତିବାସୀର ଈର୍ଷାପାତ୍ର ହୁଏ। ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର।


ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ଡକୁ ଚିହ୍ନେ; ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ।


ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।


ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ।


ଏଥିପାଇଁ ମୋହର ଲୋକମାନେ ଜ୍ଞାନ ଅଭାବରୁ ବନ୍ଦୀ ହୋଇ ଯାଇଅଛନ୍ତି; ପୁଣି, ସେମାନଙ୍କର ସମ୍ଭ୍ରାନ୍ତ ଲୋକମାନେ କ୍ଷୁଧାର୍ତ୍ତ ଓ ସେମାନଙ୍କର ଲୋକସମୂହ ତୃଷାରେ ଶୁଷ୍କ ହେଉଅଛନ୍ତି।


ଅଖାଦ୍ୟ ଦ୍ରବ୍ୟ ନିମନ୍ତେ ତୁମ୍ଭେମାନେ କାହିଁକି ରୂପା ବ୍ୟୟ କରୁଅଛ ? ଓ ଯାହା ତୃପ୍ତିକର ନୁହେଁ, ତହିଁ ପାଇଁ କାହିଁକି ତୁମ୍ଭେମାନେ ପରିଶ୍ରମ କରୁଅଛ ? ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ।


କାରଣ ସେ କହିଲେ, ନିଶ୍ଚୟ ସେମାନେ ଆମ୍ଭର ଲୋକ, ଯେଉଁମାନେ ଅସତ୍ୟ ବ୍ୟବହାର ନ କରିବେ, ଏପରି ସନ୍ତାନ ଅଟନ୍ତି; ଏଣୁ ସେ ସେମାନଙ୍କର ତ୍ରାଣକର୍ତ୍ତା ହେଲେ।


ତହିଁରେ ସେମାନେ ଆମ୍ଭକୁ ପରିତ୍ୟାଗ କରିବାରେ ଓ ଅନ୍ୟ ଦେବତାମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇବାରେ ଓ ଆପଣାମାନଙ୍କ ହସ୍ତକୃତ ବସ୍ତୁକୁ ପ୍ରଣାମ କରିବାରେ ଯେଉଁ ଯେଉଁ ଦୁଷ୍ଟତା କରିଅଛନ୍ତି; ସେସକଳର ବିରୁଦ୍ଧରେ ଆମ୍ଭେ ଆପଣା ବିଚାର ପ୍ରକାଶ କରିବା।


ପୁଣି, ସେମାନଙ୍କର କୁଳୀନମାନେ ଆପଣା ଆପଣା ଅଧୀନସ୍ଥ ଲୋକମାନଙ୍କୁ ଜଳ ପାଇଁ ପଠାନ୍ତି; ସେମାନେ ଗର୍ତ୍ତ ନିକଟକୁ ଆସି କିଛି ଜଳ ପାଆନ୍ତି ନାହିଁ; ସେମାନେ ଶୂନ୍ୟପାତ୍ର ଘେନି ଫେରି ଯାଆନ୍ତି; ସେମାନେ ଲଜ୍ଜିତ ଓ ଘାବରା ହୋଇ ଆପଣା ଆପଣା ମସ୍ତକ ଢାମ୍ପନ୍ତି।


ସଦାପ୍ରଭୁ କହନ୍ତି, “ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ; ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ; ଆମ୍ଭେ କ୍ଷମା କରି କରି କ୍ଳାନ୍ତ ହୋଇଅଛୁ।


ହେ ଇସ୍ରାଏଲର ପ୍ରତ୍ୟାଶାଭୂମି ସଦାପ୍ରଭୁ, ଯେଉଁମାନେ ତୁମ୍ଭଙ୍କୁ ପରିତ୍ୟାଗ କରନ୍ତି, ସେସମସ୍ତେ ଲଜ୍ଜିତ ହେବେ; ଯେଉଁମାନେ ମୋ’ ନିକଟରୁ ପ୍ରସ୍ଥାନ କରନ୍ତି, ସେମାନଙ୍କର ନାମ ଧୂଳିରେ ଲିଖିତ ହେବ, କାରଣ ସେମାନେ ଅମୃତ ଜଳର ନିର୍ଝରସ୍ୱରୂପ ସଦାପ୍ରଭୁଙ୍କୁ ତ୍ୟାଗ କରିଅଛନ୍ତି।


ଲିବାନୋନର ହିମ କି କ୍ଷେତ୍ରସ୍ଥ ଶୈଳରେ ଅଭାବ ହେବ ? କିଅବା ଦୂରରୁ ପ୍ରବାହିତ ସୁଶୀତଳ ଜଳସ୍ରୋତ କି ଶୁଷ୍କ ହେବ ?


କାରଣ ସେମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି ଓ ଏହି ସ୍ଥାନକୁ ପରର ସ୍ଥାନ ବୋଲି ଜ୍ଞାନ କରି ତହିଁ ମଧ୍ୟରେ ସେମାନେ ଓ ସେମାନଙ୍କର ପିତୃପୁରୁଷମାନେ ଓ ଯିହୁଦାର ରାଜାମାନେ ଯେଉଁ ଅନ୍ୟ ଦେବଗଣକୁ ଜାଣିଲେ ନାହିଁ, ସେମାନଙ୍କ ଉଦ୍ଦେଶ୍ୟରେ ଧୂପ ଜ୍ୱଳାଇ ଅଛନ୍ତି ଓ ଏହି ସ୍ଥାନକୁ ନିର୍ଦ୍ଦୋଷମାନଙ୍କ ରକ୍ତରେ ପରିପୂର୍ଣ୍ଣ କରିଅଛନ୍ତି।


ଦେବତାମାନେ ଈଶ୍ୱର ନୋହିଲେ ହେଁ କୌଣସି ଦେଶୀୟ ଲୋକେ କି ଆପଣା ଦେବତାମାନଙ୍କୁ ବଦଳ କରିଅଛନ୍ତି ? ମାତ୍ର ଆମ୍ଭର ଲୋକମାନେ ନିଷ୍ଫଳ ବସ୍ତୁ ନିମନ୍ତେ ଆପଣାମାନଙ୍କର ଗୌରବସ୍ୱରୂପଙ୍କୁ ବଦଳ କରିଅଛନ୍ତି।”


ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ପଥରେ କଢ଼ାଇ ଘେନି ଯିବା ସମୟରେ ତୁମ୍ଭେ ତାହାଙ୍କୁ ପରିତ୍ୟାଗ କରିବାରୁ ଏହା କି ଆପଣା ପ୍ରତି ଆପେ ଘଟାଇ ନାହଁ ?


ଚୋର ଧରା ପଡ଼ିଲେ ଯେପରି ଲଜ୍ଜିତ ହୁଏ, ସେପରି ଇସ୍ରାଏଲ ବଂଶ, ସେମାନଙ୍କର ରାଜାଗଣ, ସେମାନଙ୍କର ଅଧିପତିଗଣ, ସେମାନଙ୍କର ଯାଜକଗଣ ଓ ସେମାନଙ୍କର ଭବିଷ୍ୟଦ୍‍ବକ୍ତାଗଣ ସମସ୍ତେ ଲଜ୍ଜିତ ହୋଇଅଛନ୍ତି;


କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ନିପୁଣ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ଜ୍ଞାନ ନାହିଁ।


କାରଣ ଆମ୍ଭ ଲୋକମାନଙ୍କ ମଧ୍ୟରେ ଦୁଷ୍ଟ ଲୋକ ଦେଖା ଯାଆନ୍ତି; ସେମାନେ ବ୍ୟାଧ ତୁଲ୍ୟ ଛକି ବସି ଜଗନ୍ତି; ସେମାନେ ଫାନ୍ଦ ପାତି ମନୁଷ୍ୟ ଧରନ୍ତି।


ଭବିଷ୍ୟଦ୍‍ବକ୍ତାମାନେ ମିଥ୍ୟା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରନ୍ତି ଓ ସେମାନଙ୍କ ଦ୍ୱାରା ଯାଜକମାନେ କର୍ତ୍ତୃତ୍ୱ କରନ୍ତି; ପୁଣି, ଆମ୍ଭର ଲୋକମାନେ ଏପରି ହେବାର ଭଲ ପାଆନ୍ତି; ମାତ୍ର ତହିଁର ଶେଷରେ ତୁମ୍ଭେମାନେ କଅଣ କରିବ ?


ଏହିରୂପେ ଆମ୍ଭେ ଇସ୍ରାଏଲ ବଂଶକୁ ସେମାନଙ୍କର ହୃଦୟରୂପ ଫାନ୍ଦରେ ଧରିବା, କାରଣ ସେମାନେ ସମସ୍ତେ ଆପଣା ଆପଣା ଦେବଗଣ ଦ୍ୱାରା ଆମ୍ଭଠାରୁ ବିମୁଖ ହୋଇଅଛନ୍ତି।


ଏଥିଉତ୍ତାରେ ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ; ଆଉ ଦେଖ, ଗୃହ-ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା, କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା; ଆଉ, ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦିର ଦକ୍ଷିଣ ଦିଗରେ ବହିଲା।


ମାତ୍ର ଅଳ୍ପ କାଳ ହେଲା, ଆମ୍ଭର ଲୋକମାନେ ଶତ୍ରୁ ତୁଲ୍ୟ ହୋଇ ଉଠିଅଛନ୍ତି; ଯୁଦ୍ଧରୁ ବିମୁଖ ଲୋକମାନଙ୍କ ତୁଲ୍ୟ ନିଶ୍ଚିନ୍ତ ପଥିକମାନଙ୍କ ଗାତ୍ରୀୟ ବସ୍ତ୍ରରୁ ତୁମ୍ଭେମାନେ ଉତ୍ତରୀୟ ବସ୍ତ୍ର ଛଡ଼ାଇ ନେଉଅଛ।


ହେ ଆମ୍ଭର ଲୋକ, ତୁମ୍ଭ ପ୍ରତି ଆମ୍ଭେ କ’ଣ କରିଅଛୁ ? ଓ କାହିଁରେ ଆମ୍ଭେ ତୁମ୍ଭକୁ କ୍ଳାନ୍ତ କରିଅଛୁ ? ଆମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦିଅ।


ସେହି ଦିନ ପାପ ଓ ଅଶୁଚିତାର ନିମନ୍ତେ ଦାଉଦ-ବଂଶର ଓ ଯିରୂଶାଲମର ନିବାସୀଗଣର ପ୍ରତି ଏକ ନିର୍ଝର ଖୋଲାଯିବ।


ଯୀଶୁ ତାହାକୁ ଉତ୍ତର ଦେଲେ, ଈଶ୍ୱରଙ୍କ ଦାନ ଓ ମୋତେ ପିଇବାକୁ ଦିଅ ବୋଲି ଯେ ତୁମ୍ଭକୁ କହୁଅଛନ୍ତି, ସେ କିଏ, ଏହା ଯଦି ତୁମ୍ଭେ ଜାଣିଥାଆନ୍ତ, ତାହାହେଲେ ତୁମ୍ଭେ ତାହାଙ୍କୁ ମାଗିଥାଆନ୍ତ, ଆଉ ସେ ତୁମ୍ଭକୁ ଜୀବନ୍ତ ଜଳ ଦେଇଥାଆନ୍ତେ ।


ସେହି ସ୍ତ୍ରୀଲୋକ ତାହାଙ୍କୁ କହିଲା, ମହାଶୟ, ଜଳ କାଢ଼ିବା ନିମନ୍ତେ ଆପଣଙ୍କ ନିକଟରେ କୌଣସି ପାତ୍ର ନାହିଁ ପୁଣି, କୂଅ ତ ଗଭୀର; ତେବେ ଆପଣ କେଉଁଠାରୁ ସେହି ଜୀବନ୍ତ ଜଳ ପାଇଅଛନ୍ତି ?


କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।


ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, କେହି ଯଦି ତୃଷିତ ହୁଏ, ତେବେ ସେ ମୋ' ନିକଟକୁ ଆସି ପାନ କରୁ ।


ସେତେବେଳେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ, ତୁମ୍ଭେ ଆପଣା ପୂର୍ବପୁରୁଷମାନଙ୍କ ସହିତ ଶୟନ କରିବ; ତହିଁ ଉତ୍ତାରେ ଏହି ଲୋକମାନେ ଉଠିବେ, ପୁଣି ଯେଉଁ ଦେଶରେ ପ୍ରବେଶ କରିବାକୁ ଯାଉଅଛନ୍ତି, ସେହି ସ୍ଥାନର ବିଦେଶୀୟ ଦେବତାଗଣର ଅନୁଗାମୀ ହୋଇ ବ୍ୟଭିଚାର କରିବେ, ଆମ୍ଭକୁ ତ୍ୟାଗ କରିବେ ଓ ଆମ୍ଭେ ସେମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ଲଙ୍ଘନ କରିବେ।”


ସେମାନେ ନିର୍ଜଳର ନିର୍ଝର ଓ ପ୍ରଚଣ୍ଡ ବାୟୁରେ ଚାଳିତ ମେଘ ତୁଲ୍ୟ, ସେମାନଙ୍କ ନିମନ୍ତେ ଘୋର ଅନ୍ଧକାର ରକ୍ଷିତ ହୋଇଅଛି।


ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି । ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ । ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୁଲ୍ୟରେ ପାନ କରିବାକୁ ଦେବୁ ।


ପରେ ସେ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି ।


ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ । ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।


ତଥାପି ତୁମ୍ଭେମାନେ ଆମ୍ଭକୁ ପରିତ୍ୟାଗ କରିଅଛ ଓ ଅନ୍ୟ ଦେବଗଣର ସେବା କରିଅଛ; ଏହେତୁ ଆମ୍ଭେ ଆଉ ତୁମ୍ଭମାନଙ୍କୁ ଉଦ୍ଧାର କରିବା ନାହିଁ।


ସେତେବେଳେ ସେମାନେ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରି କହିଲେ, ଆମ୍ଭେମାନେ ପାପ କରିଅଛୁ, ଯେହେତୁ ଆମ୍ଭେମାନେ ସଦାପ୍ରଭୁଙ୍କୁ ତ୍ୟାଗ କରି ବାଲ୍‍ ଦେବଗଣର ଓ ଅଷ୍ଟାରୋତ୍‍ ଦେବୀଗଣର ପୂଜା କରିଅଛୁ; ମାତ୍ର ଏବେ ଆମ୍ଭମାନଙ୍କ ଶତ୍ରୁଗଣ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କର, ତହିଁରେ ଆମ୍ଭେମାନେ ତୁମ୍ଭର ସେବା କରିବା।


Lean sinn:

Sanasan


Sanasan