Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 19:2 - ଓଡିଆ ବାଇବେଲ

2 ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ହାର୍ଶିତ୍ ଦ୍ଵାରର ପ୍ରବେଶ-ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ହାର୍ଶିତ୍‍ ଦ୍ୱାରର ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରି ଯାଅ, ଆଉ ଆମ୍ଭେ ତୁମ୍ଭକୁ ଯେଉଁ କଥା କହିବା, ତାହା ସେ ସ୍ଥାନରେ ପ୍ରଚାର କର;

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଆଉ ଲୋକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଲୋକଙ୍କୁ ଓ ଯାଜକମାନଙ୍କ ମଧ୍ୟରୁ କେତେକ ପ୍ରାଚୀନ ଯାଜକଗଣଙ୍କୁ ନିଅ, ଏବଂ ସେମାନଙ୍କୁ ନେଇ ହାର୍ଶିତ୍ ଫାଟକ ପ୍ରବେଶ ସ୍ଥାନର ନିକଟସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକାକୁ ବାହାରିଯାଅ। ଆଉ ଆମ୍ଭେ ତୁମ୍ଭକୁ ଯାହା କହିବା, ତୁମ୍ଭେ ସେହି ସ୍ଥାନରେ ପ୍ରଗ୍ଭର କର।

Faic an caibideil Dèan lethbhreac




ଯିରିମୀୟ 19:2
19 Iomraidhean Croise  

ପୁଣି କେହି ଯେପରି ମୋଲକ୍‍ ଉଦ୍ଦେଶ୍ୟରେ ଆପଣା ପୁତ୍ର କି ଆପଣା କନ୍ୟାକୁ ଅଗ୍ନି ମଧ୍ୟଦେଇ ଗମନ ନ କରାଇବ, ଏଥିପାଇଁ ସେ ହିନ୍ନୋମର ସନ୍ତାନଗଣ ଉପତ୍ୟକାସ୍ଥିତ ତୋଫତ୍‍ ନାମକ ସ୍ଥାନକୁ ଅଶୁଚି କଲେ।


ଆହୁରି, ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଧୂପ ଜ୍ୱଳାଇଲେ ଓ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରିଥିଲେ, ସେମାନଙ୍କର ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ସନ୍ତାନଗଣକୁ ଅଗ୍ନିରେ ଦଗ୍ଧ କଲେ।


ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।


ସେମାନଙ୍କ ପରେ ଇମ୍ମେରର ପୁତ୍ର ସାଦୋକ ଆପଣା ଗୃହ ସମ୍ମୁଖରେ ମରାମତି କଲା। ପୁଣି, ତାହା ପରେ ପୂର୍ବ-ଦ୍ୱାରପାଳ ଶଖନୀୟର ପୁତ୍ର ଶମୟୀୟ ମରାମତି କଲା।


ମାତ୍ର ସଦାପ୍ରଭୁ ମୋତେ କହିଲେ, “ମୁଁ ବାଳକ ବୋଲି କୁହ ନାହିଁ; କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ ଓ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।


ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଯିହୁଦାର ସବୁ ନଗରରେ ଓ ଯିରୂଶାଲମର ସବୁ ସଡ଼କରେ ଏହିସବୁ କଥା ପ୍ରଚାର କରି କୁହ, ‘ତୁମ୍ଭେମାନେ ଏହି ନିୟମର ବାକ୍ୟ ଶୁଣ ଓ ତାହା ପାଳନ କର।


“ତୁମ୍ଭେ ଉଠି କୁମ୍ଭକାରର ଗୃହକୁ ଯାଅ, ସେଠାରେ ଆମ୍ଭେ ତୁମ୍ଭକୁ ଆପଣା ବାକ୍ୟ ଶୁଣାଇବା।”


“ଯଥା, ସଦାପ୍ରଭୁ ଏହି କଥା କହନ୍ତି; ‘ତୁମ୍ଭେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ଠିଆ ହୁଅ ଓ ସଦାପ୍ରଭୁଙ୍କ ଗୃହରେ ପ୍ରମାଣ କରିବା ପାଇଁ ଯିହୁଦାର ନଗରସମୂହରୁ ଆଗତ ଲୋକମାନଙ୍କୁ ଯେଉଁ ସକଳ କଥା କହିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହାସବୁ ସେମାନଙ୍କୁ କୁହ; ଗୋଟିଏ କଥା ଛାଡ଼ ନାହିଁ।


ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ;’ କାରଣ ସଦାପ୍ରଭୁ କହନ୍ତି, ‘ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।’”


ପୁଣି, ଏହି ଯେଉଁ ଘୃଣାଯୋଗ୍ୟ କାର୍ଯ୍ୟ କରିବା ପାଇଁ ଆମ୍ଭେ ଆଜ୍ଞା କରି ନାହୁଁ, କିଅବା ଯାହା ଆମ୍ଭ ମନରେ ଉଦୟ ହୋଇ ନାହିଁ, ତାହା କରିବା ପାଇଁ, ଅର୍ଥାତ୍‍, ଯିହୁଦାକୁ ପାପ କରାଇବା ପାଇଁ ମୋଲକ୍‍ର ଉଦ୍ଦେଶ୍ୟରେ ଆପଣା ଆପଣା ପୁତ୍ର କନ୍ୟାଗଣଙ୍କୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ପାଇଁ ସେମାନେ ହିନ୍ନୋମ ପୁତ୍ରର ଉପତ୍ୟକାରେ ବାଲ୍‍ଦେବର ଉଚ୍ଚସ୍ଥଳୀ ନିର୍ମାଣ କରିଅଛନ୍ତି।


ତୁମ୍ଭେ ସଦାପ୍ରଭୁଙ୍କ ଗୃହର ଦ୍ୱାରରେ ଠିଆ ହୋଇ ସେଠାରେ ଏହି କଥା ପ୍ରଚାର କରି କୁହ, “ହେ ଯିହୁଦାର ଲୋକ ସମସ୍ତେ, ସଦାପ୍ରଭୁଙ୍କର ଭଜନା କରିବା ନିମନ୍ତେ ଏହିସବୁ ଦ୍ୱାରରେ ପ୍ରବେଶ କରିଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ।


“ଉଠ, ନୀନିବୀ ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର।”


ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହେ, ତାହା ଆଲୋକରେ କୁହ, ପୁଣି, ଯାହା ତୁମ୍ଭେମାନେ ଗୋପନରେ ଶୁଣ, ତାହା ଘର ଛାତ ଉପରେ ଘୋଷଣା କର ।


ମୁଁ ଈଶ୍ୱରଙ୍କ ସଙ୍କଳ୍ପ ତୁମ୍ଭମାନଙ୍କୁ ଜଣାଇବାକୁ ପଛେଇ ଯାଇ ନ ଥିଲି ।


"ଯାଅ, ମନ୍ଦିର ମଧ୍ୟରେ ଠିଆ ହୋଇ ଲୋକମାନଙ୍କୁ ଏହି ଜୀବନ ସମ୍ବନ୍ଧୀୟ ସମସ୍ତ କଥା କୁହ" ।


ସେ ସୀମା ହିନ୍ନୋମ ପୁତ୍ରର ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ଆଡ଼କୁ ଗଲା, ଏହାକୁ ଯିରୂଶାଲମ କହନ୍ତି; ଏଉତ୍ତାରେ ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ସମ୍ମୁଖରେ ରଫାୟୀମ ନାମକ ତଳଭୂମିର ଉତ୍ତର ପ୍ରାନ୍ତସ୍ଥିତ ପର୍ବତଶୃଙ୍ଗ ପର୍ଯ୍ୟନ୍ତ ଗଲା।


Lean sinn:

Sanasan


Sanasan