Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 15:5 - ଓଡିଆ ବାଇବେଲ

5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ ?”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ କତିକି ଆସିବ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ ତୁମ୍ଭ ନିକଟକୁ ଆସିବ?

Faic an caibideil Dèan lethbhreac

ପବିତ୍ର ବାଇବଲ

5 “କାରଣ ହେ ଯିରୁଶାଲମ, କିଏ ତୁମ୍ଭକୁ ଦୟା କରିବ? କିଏ ତୁମଲାଗି କାନ୍ଦିବ? ତୁମ୍ଭର କୁଶଳତା ବିଷୟ ପଗ୍ଭରିବା ପାଇଁ କିଏ ତୁମ୍ଭ ପାଖକୁ ଆସିବ?”

Faic an caibideil Dèan lethbhreac




ଯିରିମୀୟ 15:5
15 Iomraidhean Croise  

ହେ ମୋହର ମିତ୍ରମାନେ, ମୋ’ ପ୍ରତି ଦୟା କର, ମୋ’ ପ୍ରତି ଦୟା କର; କାରଣ ପରମେଶ୍ୱରଙ୍କ ହସ୍ତ ମୋତେ ସ୍ପର୍ଶ କରିଅଛି।


ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି; ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ।


ସେତେବେଳେ ମୋଶା ଆପଣା ଶ୍ୱଶୁର ସହିତ ସାକ୍ଷାତ କରିବାକୁ ବାହାରକୁ ଯାଇ ତାଙ୍କୁ ପ୍ରଣାମ ଓ ଚୁମ୍ବନ କଲେ; ପୁଣି, ପରସ୍ପର ମଙ୍ଗଳବାର୍ତ୍ତା ପଚାରିଲା ଉତ୍ତାରେ ସେମାନେ ତମ୍ବୁରେ ପ୍ରବେଶ କଲେ।


ଏହି ଦୁଇ ବିଷୟ ତୁମ୍ଭ ପ୍ରତି ଘଟିଅଛି; ତୁମ୍ଭ ପାଇଁ କିଏ ବିଳାପ କରିବ ? ଶୂନ୍ୟତା ଓ ବିନାଶ, ପୁଣି ଦୁର୍ଭିକ୍ଷ ଓ ଖଡ୍ଗ; ଆମ୍ଭେ କିପରି ତୁମ୍ଭକୁ ସାନ୍ତ୍ୱନା କରିବା ?


ପୁଣି, ଆମ୍ଭେ ସେମାନଙ୍କର ଏକ ଜଣକୁ ଅନ୍ୟ ଜଣର ଉପରେ, ହଁ, ପିତୃଗଣକୁ ଓ ପୁତ୍ରଗଣକୁ ଏକ ସଙ୍ଗେ କଚାଡ଼ି ପକାଇବା, ଏହା ସଦାପ୍ରଭୁ କହନ୍ତି; ‘ଆମ୍ଭେ ସେମାନଙ୍କ ପ୍ରତି କୃପା କିଅବା ଦୟା ଅଥବା କରୁଣା ନ କରି ସେମାନଙ୍କୁ ନଷ୍ଟ କରିବା।’”


କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଶୋକ ଗୃହରେ ପ୍ରବେଶ କର ନାହିଁ, କିଅବା ସେମାନଙ୍କ ପାଇଁ ବିଳାପ ଅଥବା କ୍ରନ୍ଦନ କରିବା ପାଇଁ ଯାଅ ନାହିଁ;” କାରଣ ସଦାପ୍ରଭୁ କହନ୍ତି “ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଶାନ୍ତି ଓ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ହରଣ କରିଅଛୁ।


ଆଉ, ସଦାପ୍ରଭୁ କହନ୍ତି, ‘ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍‍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍‍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ୍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା, ଦୟା କି କରୁଣା କରିବ ନାହିଁ।’


ସିୟୋନ ଆପଣା ହସ୍ତ ପ୍ରସାରୁଅଛି; ତାହାକୁ ସାନ୍ତ୍ୱନା କରିବାକୁ କେହି ନାହାନ୍ତି; ଯାକୁବର ଚତୁର୍ଦ୍ଦିଗବର୍ତ୍ତୀ ଲୋକମାନେ ତାହାର ବିପକ୍ଷ ହେବେ ବୋଲି ସଦାପ୍ରଭୁ ତାହା ବିଷୟରେ ଏହି ଆଜ୍ଞା କରିଅଛନ୍ତି; ଯିରୂଶାଲମ ସେମାନଙ୍କ ମଧ୍ୟରେ ଅଶୁଚି ବସ୍ତୁ ତୁଲ୍ୟ ଅଛି।


ପୁଣି, ଯେଉଁମାନେ ତୁମ୍ଭ ପ୍ରତି ଅନାଇବେ, ସେମାନେ ସମସ୍ତେ ତୁମ୍ଭ ନିକଟରୁ ପଳାଇବେ, ଆଉ କହିବେ, ନୀନିବୀ ଧ୍ଵଂସ ହୋଇଅଛି; ତାହା ବିଷୟରେ କିଏ ବିଳାପ କରିବ ? ଆମ୍ଭେ ତୁମ୍ଭ ପାଇଁ ସାନ୍ତ୍ୱନାକାରୀଗଣ କେଉଁଠାରେ ଖୋଜିବା ?


ତହୁଁ ସେମାନେ ସେଆଡ଼େ ଯାଇ ମୀଖାର ଗୃହରେ ସେହି ଲେବୀୟ ଯୁବାର ଗୃହକୁ ଆସି ତାହାର ମଙ୍ଗଳବାର୍ତ୍ତା ପଚାରିଲେ।


ପୁଣି, ସେମାନେ ତୁମ୍ଭର ମଙ୍ଗଳ ବାର୍ତ୍ତା ପଚାରି ତୁମ୍ଭକୁ ଦୁଇଗୋଟି ରୁଟି ଦେବେ; ତୁମ୍ଭେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ।


ପୁଣି, ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ି ଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା।


ତହିଁରେ ଦାଉଦ ଦଶ ଜଣ ଯୁବାଙ୍କୁ ପଠାଇଲେ ଓ ଦାଉଦ ସେହି ଯୁବାମାନଙ୍କୁ କହିଲେ, ତୁମ୍ଭେମାନେ କର୍ମିଲକୁ ଉଠି ନାବଲ କତିକି ଯାଅ ଓ ମୋହର ନାମରେ ତାହାକୁ ନମସ୍କାର ଜଣାଅ।


Lean sinn:

Sanasan


Sanasan