Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 12:5 - ଓଡିଆ ବାଇବେଲ

5 ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ ?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 ଯେବେ ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳା; କରିଅଛନ୍ତି, ତେବେ ତୁମ୍ଭେ ଅଶ୍ଵଗଣ ସଙ୍ଗରେ କିପରି ପଣ କରି ପାରିବ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ-ସ୍ଥାନରେ ତୁମ୍ଭେ କଅଣ କରିବ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “ଯଦି ତୁମ୍ଭେ ପଦାତିକଗଣର ସଙ୍ଗେ ଦୌଡ଼ିଲେ ସେମାନେ ତୁମ୍ଭକୁ କ୍ଳାନ୍ତ କରିଅଛନ୍ତି, ଯଦି ତୁମ୍ଭେ ଅଶ୍ୱଗଣ ସଙ୍ଗରେ କିପରି ପଣ କରି ପାରିବ? ପୁଣି, ଯଦ୍ୟପି ଶାନ୍ତିର ଦେଶରେ ନିର୍ଭୟ ହୁଅ, ତଥାପି ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କଅଣ କରିବ?

Faic an caibideil Dèan lethbhreac

ପବିତ୍ର ବାଇବଲ

5 “ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛରେ ଦୌଡ଼ି କ୍ଳାନ୍ତ ହୋଇପଡ଼ିଛ, ତେବେ ଅଶ୍ୱମାନଙ୍କ ସହିତ କିପରି ଋଣ କରି ପାରିବ? ତୁମ୍ଭେ ଯଦି ଶାନ୍ତି ଦେଶରେ ବିବ୍ରତ ହେଉଛ, ତେବେ ଯର୍ଦ୍ଦନର ଦର୍ପ ସ୍ଥାନରେ ତୁମ୍ଭେ କ’ଣ କରିବ?

Faic an caibideil Dèan lethbhreac




ଯିରିମୀୟ 12:5
14 Iomraidhean Croise  

ଏମାନେ ପ୍ରଥମ ମାସରେ ଯର୍ଦ୍ଦନର ଜଳ ସମସ୍ତ ତୀର ଉପରେ ଉଚ୍ଛୁଳିବା ସମୟରେ ନଦୀ ପାର ହୋଇ ଯାଇଥିଲେ; ଆଉ ସେମାନେ ଉପତ୍ୟକା ସମୂହର ପୂର୍ବ ଓ ପଶ୍ଚିମ ଦିଗ ନିବାସୀମାନଙ୍କୁ ତଡ଼ି ଦେଇଥିଲେ।


ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, ତୁମ୍ଭର ଢେଉ ଓ ତରଙ୍ଗସବୁ ମୋ’ ଉପରେ ଯାଇଅଛି।


ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।


ହେ ମୋହର ପୁତ୍ର, ସଦାପ୍ରଭୁଙ୍କ ଅନୁଶାସନ ତୁଚ୍ଛ କର ନାହିଁ ଓ ତାହାଙ୍କ ଶାସନରେ କ୍ଳାନ୍ତ ହୁଅ ନାହିଁ।


ଏହେତୁ ଅନାଥୋତ୍‍ ଲୋକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ସେମାନେ ତୁମ୍ଭର ପ୍ରାଣ ଅନ୍ୱେଷଣ କରି କହନ୍ତି, ତୁମ୍ଭେ ଯେପରି ଆମ୍ଭମାନଙ୍କ ହସ୍ତରେ ହତ ନ ହୁଅ, ଏଥିପାଇଁ ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର ନାହିଁ;


ଆଉ, ଯିରିମୀୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାପିତ ସକଳ କଥା କହିବାର ସମାପ୍ତ କଲା ଉତ୍ତାରେ, ଯାଜକ, ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ତାଙ୍କୁ ଧରି କହିଲେ, “ତୁମ୍ଭେ ନିଶ୍ଚୟ ମରିବ।


ପୁଣି ରାଜା, ବାରୂକ ଲେଖକଙ୍କୁ ଓ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଯିରହମେଲକୁ ଓ ଅସ୍ରୀୟେଲ୍‍ର ପୁତ୍ର ସରାୟକୁ ଓ ଅବ୍‍ଦୀୟେଲର ପୁତ୍ର ଶେଲିମୀୟକୁ ଆଜ୍ଞା କଲେ; ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ।


ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍ ତାହା ନିକଟରୁ ତାହାକୁ ଦୂର କରିଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହା ଉପରେ ଆମ୍ଭେ ତାହାକୁ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ କିଏ ସମୟ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହୋଇପାରେ, ଏପରି ପାଳକ କିଏ ଅଛି ?


ଦେଖ, ସେ ଦୃଢ଼ ନିବାସ ସ୍ଥାନ ବିରୁଦ୍ଧରେ ସିଂହ ପରି ଯର୍ଦ୍ଦନର ଦର୍ପ ସ୍ଥାନରୁ ଉଠି ଆସିବ; ମାତ୍ର ଆମ୍ଭେ ହଠାତ୍‍ ତାହା ନିକଟରୁ ସେମାନଙ୍କୁ ଦୂର କରି ଦେବା; ଆଉ, ମନୋନୀତ ଯେଉଁ ଲୋକ, ତାହାକୁ ଆମ୍ଭେ ତାହା ଉପରେ ନିଯୁକ୍ତ କରିବା; କାରଣ ଆମ୍ଭ ପରି କିଏ ଅଛି ? ଆମ୍ଭ ପାଇଁ ସମୟ କିଏ ନିରୂପଣ କରିବ ଓ ଆମ୍ଭ ସମ୍ମୁଖରେ ଯେ ଠିଆ ହେବ, ଏପରି ପାଳକ କିଏ ଅଛି ?


ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ- ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର,


ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ;


Lean sinn:

Sanasan


Sanasan