Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 1:3 - ଓଡିଆ ବାଇବେଲ

3 ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ୱର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟର ରାଜତ୍ଵର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମଧ୍ୟ ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ସମୟରେ, ଯୋଶୀୟର ପୁତ୍ର ଯିହୁଦାର ରାଜା ସିଦିକୀୟଙ୍କର ରାଜତ୍ଵର ଏକାଦଶ ବର୍ଷ ସମାପ୍ତି ପର୍ଯ୍ୟନ୍ତ ପଞ୍ଚମ ମାସରେ ଯିରୂଶାଲମ ନିର୍ବାସିତ ହେବା ପର୍ଯ୍ୟନ୍ତ ସେହି ବାକ୍ୟ ଉପସ୍ଥିତ ହେଲା।

Faic an caibideil Dèan lethbhreac

ପବିତ୍ର ବାଇବଲ

3 ଯେତେବେଳେ ଯୋଶିୟଙ୍କ ପୁତ୍ର ଯିହୋୟାକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଙ୍କ ପୁତ୍ର ଯିହୁଦାର ରାଜା ସିଦିକିୟଙ୍କ ରାଜତ୍ୱର ଏକାଦଶ ବର୍ଷ ପଞ୍ଚମ ମାସରେ ଓ ଯିରୁଶାଲମକୁ ନିର୍ବାସିତ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ସେହି ବାକ୍ୟ ଯିରିମିୟଙ୍କୁ ଦେଲେ।

Faic an caibideil Dèan lethbhreac




ଯିରିମୀୟ 1:3
19 Iomraidhean Croise  

ତହୁଁ ଫାରୋ-ନଖୋ ଯୋଶୀୟଙ୍କର ପୁତ୍ର ଇଲିୟାକୀମ୍‍ଙ୍କୁ ତାଙ୍କର ପିତା ଯୋଶୀୟଙ୍କର ପଦରେ ରାଜା କଲା ଓ ତାଙ୍କର ନାମ ବଦଳାଇ ଯିହୋୟାକୀମ୍‍ ରଖିଲା; ମାତ୍ର ସେ ଯିହୋୟାହସ୍‌ଙ୍କୁ ନେଇ ଗଲା; ଆଉ ସେ ମିସରରେ ଉପସ୍ଥିତ ହୋଇ ସେଠାରେ ମଲେ।


ପୁଣି ବାବିଲର ରାଜା ଯିହୋୟାଖୀନ୍‍ର ପିତୃବ୍ୟ ମତ୍ତନୀୟଙ୍କୁ ତାଙ୍କର ପଦରେ ରାଜା କଲା ଓ ତାଙ୍କ ନାମ ବଦଳାଇ ସିଦିକୀୟ ରଖିଲା।


ଯୋଶୀୟର ପୁତ୍ରଗଣ, ଯଥା, ପ୍ରଥମଜାତ ଯୋହାନନ୍‍, ଦ୍ୱିତୀୟ ଯିହୋୟାକୀମ୍‍, ତୃତୀୟ ସିଦିକୀୟ, ଚତୁର୍ଥ ଶଲ୍ଲୁମ୍‍।


ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ଯଥା,


ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଓ ତାହାର କର୍ତ୍ତୃତ୍ୱାଧୀନ ଭୂଖଣ୍ଡର ସମସ୍ତ ରାଜ୍ୟ ଆଉ ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ନଗରସମୂହର ବିରୁଦ୍ଧରେ ଯୁଦ୍ଧ କରୁଥିବା ସମୟରେ, ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା :


ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ଅଧିକାର ସମୟରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା,


“ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ, ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ, ଯୋଶୀୟଙ୍କ ରାଜତ୍ଵ ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଯିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେହି ସମସ୍ତ ବାକ୍ୟ ତହିଁରେ ଲେଖ।


ସିଦିକୀୟଙ୍କ ରାଜତ୍ଵର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା। ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,


ଦେଶର ସମଗ୍ର ଲୋକଙ୍କୁ ଓ ଯାଜକମାନଙ୍କୁ ଏହି କଥା କୁହ, “ତୁମ୍ଭେମାନେ ଏହି ସତୁରି ବର୍ଷଯାକ, ପଞ୍ଚମ ମାସରେ ଓ ସପ୍ତମ ମାସରେ ଉପବାସ ଓ ବିଳାପ କଲା ବେଳେ ତୁମ୍ଭେମାନେ କି ପ୍ରକୃତରେ ଆମ୍ଭ ଉଦ୍ଦେଶ୍ୟରେ ଉପବାସ କଲ ?


ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, “ଚତୁର୍ଥ ମାସର ଉପବାସ ଓ ପଞ୍ଚମ ମାସର ଉପବାସ ଓ ସପ୍ତମ ମାସର ଉପବାସ ଓ ଦଶମ ମାସର ଉପବାସ ଯିହୁଦା-ବଂଶ ପ୍ରତି ଆନନ୍ଦ ଓ ଆହ୍ଲାଦଜନକ ଓ ଆମୋଦଜନକ ଉତ୍ସବ ହେବ; ଏଥିପାଇଁ ତୁମ୍ଭେମାନେ ସତ୍ୟ ଓ ଶାନ୍ତି ଭଲ ପାଅ।”


Lean sinn:

Sanasan


Sanasan