Biblia Todo Logo
Bìoball air-loidhne

- Sanasan -




୨ ତୀମଥି 4:14 - ଓଡିଆ ବାଇବେଲ

14 କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ;

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

14 କଂସାରି ଆଲେକ୍ଜାଣ୍ତର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ;

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

14 କଂସାରି ଅଲେକ୍ଜାଣ୍ଡେର ମୋର ବହୁତ ଅନିଷ୍ଟ କରିଛି - ପ୍ରଭୁଙ୍କଠାରୁ ସେ ନିଜ କର୍ମ ଅନୁସାରେ ଫଳ ପାଇବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କଂସାରି ଆଲେକ୍‌ଜାଣ୍ଡର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;

Faic an caibideil Dèan lethbhreac

ପବିତ୍ର ବାଇବଲ

14 କ’ଣ ଆଲେକ୍‌ଜାଣ୍ଡାର ମୋର ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ଯ୍ୟଗୁଡ଼ିକ ଲାଗି ଦଣ୍ଡ ଦେବେ।

Faic an caibideil Dèan lethbhreac




୨ ତୀମଥି 4:14
18 Iomraidhean Croise  

ଏଣୁ ମୁଁ ରାଜାଭିଷିକ୍ତ ହେଲେ ହେଁ ଆଜି ଦୁର୍ବଳ ହେଲି; ଏହି ପୁରୁଷମାନେ, ଅର୍ଥାତ୍‍, ସରୁୟାର ପୁତ୍ରମାନେ ଆମ୍ଭ ପ୍ରତି ନିଷ୍ଠୁର; ସଦାପ୍ରଭୁ ଏହି କୁକ୍ରିୟାକାରୀକୁ ତାହାର କୁକର୍ମ ଅନୁସାରେ ପ୍ରତିଫଳ ଦିଅନ୍ତୁ।”


ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୁଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଅ; ସେମାନଙ୍କ ହସ୍ତର କର୍ମାନୁରୂପ ଫଳ ସେମାନଙ୍କୁ ଦିଅ; ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ।


ଆହୁରି, ହେ ପ୍ରଭୁ; ତୁମ୍ଭଠାରେ ଦୟା ଥାଏ; କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ।


ହେ ସଦାପ୍ରଭୁ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ୱାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘ ସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି, ଏହା ଜ୍ଞାତ ହୁଅ।


ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କ ହସ୍ତକୃତ କର୍ମାନୁସାରେ ସେମାନଙ୍କୁ ପ୍ରତିଫଳ ଦେବ।


ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ୱରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖା ଅଛି, "ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା' ।


ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;


କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ,


ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‍ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ୱର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି ।


ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା ।


କେହି ଯେବେ ଭାଇକୁ ପାପ କରୁଥିବା ଦେଖେ, ଆଉ ସେହି ପାପ ମୃତ୍ୟୁଜନକ ହୋଇ ନ ଥାଏ, ତେବେ ସେ ପ୍ରାର୍ଥନା କରୁ, ଆଉ ଈଶ୍ୱର ଯେଉଁପରି ମୃତ୍ୟୁଜନକ ପାପ ନ କରିଥିବା ଲୋକମାନଙ୍କୁ ଜୀବନ ଦାନ କରନ୍ତି, ସେହିପରି ତାହାକୁ ମଧ୍ୟ ଜୀବନ ଦାନ କରିବେ। ମୃତ୍ୟୁଜନକ ପାପ ଅଛି; ସେଥିପାଇଁ ସେ ପ୍ରାର୍ଥନା କରୁ ବୋଲି ମୁଁ କହୁ ନାହିଁ ।


ହେ ସ୍ଵର୍ଗ, ହେ ସାଧୁବୃନ୍ଦ, ହେ ପ୍ରେରିତବର୍ଗ, ହେ ଭାବବାଦୀ ସମସ୍ତେ, ତୁମ୍ଭେମାନେ ତାହାର ପତନରେ ଆନନ୍ଦ କର, ଈଶ୍ୱର ତୁମ୍ଭମାନଙ୍କ ସକାଶେ ତାହାଠାରୁ ପ୍ରତିଶୋଧ ନେଇଛନ୍ତି ।


ସେ ଯେପରି କରିଅଛି, ସେହିପରି ତାହାକୁ ପ୍ରତିଫଳ ଦିଅ, ତାହାର କର୍ମାନୁସାରେ ତାହାକୁ ଦ୍ୱିଗୁଣ ପ୍ରତିଫଳ ଦିଅ, ଆଉ ସେ ଯେଉଁ ପାତ୍ରରେ ମଦ୍ୟ ମିଶ୍ରିତ କରିଅଛି, ସେଥିରେ ତାହା ପାଇଁ ଦ୍ୱିଗୁଣ ମଦ୍ୟ ମିଶ୍ରିତ କର ।


ସେମାନେ ଉଚ୍ଚସ୍ୱରରେ ଡାକ ପକାଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମ୍ଭେ ବିଚାର ନ କରି ପୃଥିବୀନିବାସୀମାନଙ୍କଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ ?


ସଦାପ୍ରଭୁ ମୋହର ଓ ଆପଣଙ୍କ ମଧ୍ୟରେ ବିଚାର କରନ୍ତୁ ଓ ସଦାପ୍ରଭୁ ଆପଣଙ୍କଠାରୁ ମୋହର ପରିଶୋଧ ନେଉନ୍ତୁ; ମାତ୍ର ମୋହର ହସ୍ତ ଆପଣଙ୍କ ପ୍ରତିକୂଳ ହେବ ନାହିଁ।


Lean sinn:

Sanasan


Sanasan