Biblia Todo Logo
Bìoball air-loidhne

- Sanasan -




୧ ତୀମଥି 1:2 - ଓଡିଆ ବାଇବେଲ

2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଧର୍ମବିଶ୍ଵାସରେ ଆପଣା ଯଥାର୍ଥ ପୁତ୍ର ତୀମଥିଙ୍କ ନିକଟକୁ ପତ୍ର ଲେଖୁଅଛି; ପିତା ଈଶ୍ଵର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

2 ତାଙ୍କ ଧର୍ମପୁତ୍ର ତୀମଥିଙ୍କ ନିକଟକୁ ଲେଖିଥିବା ପତ୍ର:- ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁ ତୁମକୁ ଅନୁଗ୍ରହ, କୃପା ଓ ଶାନ୍ତି ପ୍ରଦାନ କରନ୍ତୁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।

Faic an caibideil Dèan lethbhreac

ପବିତ୍ର ବାଇବଲ

2 ଏହି ପତ୍ର ତୀମଥିଙ୍କ ପାଇଁ। ତୁମ୍ଭେ ବିଶ୍ୱାସ କରୁଥିବାରୁ ମୋର ପ୍ରକୃତ ପୁତ୍ର ଅଟ। ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ତୁମ୍ଭକୁ ଅନୁଗ୍ରହ, ଦୟା ଓ ଶାନ୍ତି ମିଳୁ।

Faic an caibideil Dèan lethbhreac




୧ ତୀମଥି 1:2
18 Iomraidhean Croise  

ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।


ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ;


ପୁଣି, ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଉତ୍ସାହ ଦେବାକୁ ଓ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ, ଖ୍ରୀଷ୍ଟଙ୍କ ସୁସମାଚାର କାର୍ଯ୍ୟରେ ଈଶ୍ୱରଙ୍କ ସହକାର୍ଯ୍ୟକାରୀ ଆମ୍ଭମାନଙ୍କ ଭାଇ ତୀମଥିଙ୍କୁ ପଠାଇଲୁ,


ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି,


ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରି ପାର;


ହେ ତୀମଥି, ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ କଥା କଥାରେ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;


ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।


ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ,


ପିତା ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ ।


ବୃଦ୍ଧ ପୁରୁଷମାନଙ୍କୁ ମିତଭୋଗୀ, ଗମ୍ଭୀର, ସୁବୁଦ୍ଧି ପୁଣି, ବିଶ୍ୱାସ, ପ୍ରେମ ଓ ସହିଷ୍ଣୁତାରେ ସବଳ ହେବାକୁ,


ମୋ ସଙ୍ଗରେ ଥିବା ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି । ବିଶ୍ଵାସ ସମ୍ବନ୍ଧରେ ଯେଉଁମାନେ ଆମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ନମସ୍କାର ଜଣାଅ । ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ ।


ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।


ପିତା ଈଶ୍ୱର ଓ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆମ୍ଭମାନଙ୍କ ସହିତ ସତ୍ୟ ଓ ପ୍ରେମରେ ରହିବ ।


ମୋହର ସନ୍ତାନମାନେ ଯେ ସତ୍ୟରେ ଆଚରଣ କରୁଅଛନ୍ତି, ଏହା ଶୁଣିବାଠାରୁ ମୋର ଆନନ୍ଦର ଆଉ ବଡ଼ ବିଷୟ ନାହିଁ ।


ତୁମ୍ଭମାନଙ୍କ ପ୍ରତି ଦୟା, ଶାନ୍ତି ଓ ପ୍ରେମ ପ୍ରଚୁରଭାବେ ବର୍ତ୍ତୁ ।


Lean sinn:

Sanasan


Sanasan