Biblia Todo Logo
Bìoball air-loidhne

- Sanasan -




୧ ଥେସଲନୀକୀୟ 1:1 - ଓଡିଆ ବାଇବେଲ

1 ପାଉଲ, ସିଲ୍ୱାନ ଓ ତୀମଥି ପିତା ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ପାଉଲ, ସିଲ୍ଵାନ ଓ ତୀମଥି, ପିତା ଈଶ୍ଵର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ତଳୀ ନିକଟକୁ ପତ୍ର ଲେଖୁଅଛନ୍ତି; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

1 ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ପାଉଲ, ସିଲ୍ୱାନ ଓ ତୀମଥି, ପିତା ଈଶ୍ବର ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରରେ ଥିବା ମଣ୍ଡଳୀ ନିକଟକୁ ପତ୍ର; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।

Faic an caibideil Dèan lethbhreac

ପବିତ୍ର ବାଇବଲ

1 ପାଉଲ, ସିଲ୍ୱାନ୍ ଓ ତୀମଥିଙ୍କଠାରୁ ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର। ଏହି ମଣ୍ଡଳୀଟି ପରମପିତା ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। ତୁମ୍ଭମାନଙ୍କ ପ୍ରତି ପରମେଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ହେଉ।

Faic an caibideil Dèan lethbhreac




୧ ଥେସଲନୀକୀୟ 1:1
30 Iomraidhean Croise  

ସେତେବେଳେ ପ୍ରେରିତ ଓ ପ୍ରାଚୀନମାନେ ସମସ୍ତ ମଣ୍ଡଳୀ ସହିତ ଆପଣାମାନଙ୍କ ମଧ୍ୟରୁ ଲୋକ, ଅର୍ଥାତ୍ ଭ୍ରାତୃବୃନ୍ଦଙ୍କ ମଧ୍ୟରେ ଅଗ୍ରଗଣ୍ୟ ବର୍ଶବ୍ବା ନାମରେ ଖ୍ୟାତ ଯିହୂଦା ଓ ଶୀଲାଙ୍କୁ ମନୋନୀତ କରି ପାଉଲ ଓ ବର୍ଣ୍ଣବ୍ବାଙ୍କ ସହିତ ଆନ୍ତିୟଖିଆକୁ ପଠାଇବାକୁ ନିଷ୍ପତ୍ତି ନେଲେ,


ଏଣୁ ଆମ୍ଭେମାନେ ଯିହୂଦା ଓ ଶୀଲାଙ୍କୁ ପଠାଇଲୁ, ଏମାନେ ମଧ୍ୟ ମୁଖରେ ଆପଣମାନଙ୍କୁ ସେହି ସମସ୍ତ କଥା ଜଣାଇଦେବେ ।


କିନ୍ତୁ ପାଉଲ ଶୀଲାଙ୍କୁ ମନୋନୀତ କରି ଭାଇମାନଙ୍କ ଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରେ ସମର୍ପିତ ହୋଇ ପ୍ରସ୍ଥାନ କଲେ,


କିନ୍ତୁ ତାହାର କର୍ତ୍ତାମାନେ ଆପଣାମାନଙ୍କ ଲାଭର ଆଶା ଚାଲିଗଲା ବୋଲି ଦେଖି ପାଉଲ ଓ ଶୀଲାଙ୍କୁ ଧରି ସେମାନଙ୍କୁ ଛକସ୍ଥାନକୁ ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣି ଘେନିଗଲେ ।


କିନ୍ତୁ ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ଶୀଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ, ଆଉ ବନ୍ଦୀମାନେ ଶୁଣୁଥିଲେ ।


ସେଥିରେ ସେ ଦୀପ ଆଣିବାକୁ କହି ଡେଇଁପଡ଼ି ଭୟରେ ଥରି ଥରି ପାଉଲ ଓ ଶୀଲାଙ୍କର ସମ୍ମୁଖରେ ପଡ଼ିଗଲେ,


ଥେସଲନୀକୀରେ ଥିବା ଯିହୂଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ । ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ ।


ଯେତେବେଳେ ଶୀଲା ଓ ତୀମଥି ମାକିଦନିଆରୁ ଆସିଲେ, ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯିହୂଦୀମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲେ ।


ପୁଣି, ଯେଉଁମାନେ ତାହାଙ୍କର ସେବା କରୁଥିଲେ, ସେମାନଙ୍କର ମଧ୍ୟରୁ ତୀମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ ।


ଆଉ, ବେରିୟାନିବାସୀ ପୁରଙ୍କ ପୁଅ ସୋପାତ୍ର, ଥେସଲନୀକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବୀର ଗାୟ, ତୀମଥି, ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାହାଙ୍କ ସଙ୍ଗରେ ଯାତ୍ରା କଲେ ।


ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।


କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ ନିକଟକୁ; ଯେଉଁମାନେ ସର୍ବତ୍ର, ସେମାନଙ୍କ ଓ ଆମ୍ଭମାନଙ୍କ ସ୍ଥାନରେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରନ୍ତି, ସେ ସମସ୍ତଙ୍କ ସହିତ ଖ୍ରୀଷ୍ଟ ଯୀଶୁଙ୍କଠାରେ ପବିତ୍ରୀକୃତ ଓ ଆହୂତ ସାଧୁ ଯେ ତୁମ୍ଭେମାନେ,


ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା ତୀମଥି, କରିନ୍ଥରେ ଥିବା ଈଶ୍ୱରଙ୍କ ମଣ୍ଡଳୀ, ପୁଣି, ସମୁଦାୟ ଆଖାୟାରେ ଥିବା ସମସ୍ତ ସାଧୁଙ୍କ ନିକଟକୁ ପତ୍ର;


କାରଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍‍, ମୋ' ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାଁନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି ।


ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀଗୁଡିକୁ;


ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି;


ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ ।


ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ;


ପାଉଲ, ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ, ଆଉ ଭ୍ରାତା


ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ;


ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।


ପ୍ରିୟ ପୁତ୍ର ତୀମଥିଙ୍କ ନିକଟକୁ; ପିତା ଈଶ୍ୱର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ ।


ଆମ୍ଭମାନଙ୍କର ଭ୍ରାତା ତୀମଥି ମୁକ୍ତ ହୋଇ ଯଦି ସେ ଶୀଘ୍ର ଆସନ୍ତି, ତେବେ ତାହାଙ୍କ ସଙ୍ଗରେ ମୁଁ ତୁମ୍ଭମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବି ।


ଈଶ୍ୱରଙ୍କ ସତ୍ୟ ଅନୁଗ୍ରହ ଯେ ଏହି ପ୍ରକାର, ଏବିଷୟରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ଦେବା ନିମନ୍ତେ ସିଲ୍ୱାନଙ୍କ ଦ୍ୱାରା ମୁଁ ସଂକ୍ଷେପରେ ପତ୍ର ଲେଖିଲି; ମୋ' ବୋଧରେ ସେ ଜଣେ ବିଶ୍ୱସ୍ତ ଭ୍ରାତା। ତୁମ୍ଭେମାନେ ଏହି ଅନୁଗ୍ରହରେ ସୁସ୍ଥିର ହୋଇଥାଅ।


ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇ ପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ସହିତ ଅଛି ।


ଯିହୂଦା, ଯୀଶୁଖ୍ରୀଷ୍ଟଙ୍କ ଜଣେ ଦାସ ଓ ଯାକୁବଙ୍କ ଭାଇ, ଯେଉଁମାନେ ଆହୂତ ଓ ପିତା ଈଶ୍ୱରଙ୍କ ପ୍ରିୟପାତ୍ର, ପୁଣି, ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସୁରକ୍ଷିତ, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି ।


Lean sinn:

Sanasan


Sanasan