Biblia Todo Logo
Bìoball air-loidhne

- Sanasan -




ଯିଖରୀୟ 3:3 - ପବିତ୍ର ବାଇବଲ

3 ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏହି ସମୟରେ ଯିହୋଶୂୟ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ।

Faic an caibideil Dèan lethbhreac




ଯିଖରୀୟ 3:3
12 Iomraidhean Croise  

ତେଣୁ ଶ‌‌‌‌ଲ୍‌‌‌‌‌‌‌ଟୀୟେଲର ପୁତ୍ର ସରୁବ୍ବାବିଲ ଓ ଯୋଷାଦକର ପୁତ୍ର ଯେଶୂୟ ଉଠି ଯିରୁଶାଲମରେ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଲାଗିଲେ। ଆଉ ପରମେଶ୍ୱରଙ୍କ ଭବିଷ୍ୟ‌ଦ୍‌ବକ୍ତାମାନେ ସେମାନଙ୍କ ସଙ୍ଗେ ରହି ସାହାଯ୍ୟ କଲେ।


“ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଧର୍ମମୟ ଅଟ, ଯେଉଁଥିପାଇଁ ଆମ୍ଭେମାନେ ଆଜି ପର୍ଯ୍ୟନ୍ତ ରକ୍ଷା ପାଇଅଛୁ। ଆମ୍ଭେମାନେ ତୁମ୍ଭ ସାକ୍ଷାତରେ ନିଜ ଦୋଷରେ ଦୋଷୀ ହୋଇଅଛୁ। କାରଣ ସେଥିପାଇଁ କେହି ତୁମ୍ଭ ଛାମୁରେ ଠିଆ ହୋଇପାରେ ନାହିଁ।”


ସଦାପ୍ରଭୁ ସିୟୋନର ନାରୀମାନଙ୍କର ମଇଳାକୁ ଧୌତ କରିବେ। ସେ ଯିରୁଶାଲମର ସମସ୍ତ ରକ୍ତକୁ ଧୋଇ ଦେବେ। ପରମେଶ୍ୱର ତାଙ୍କର ନ୍ୟାୟ ଆତ୍ମାକୁ ପ୍ରୟୋଗ କରିବେ। ଆଉ ମଧ୍ୟ ସେ ତାଙ୍କର ଜ୍ୱଳନ୍ତ ଆତ୍ମାକୁ ବ୍ୟବହାର କରିବେ।


ଯେଉଁମାନେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେହିମାନଙ୍କୁ ଆଘାତ କରିଛ। ମାତ୍ର ଅତୀତ କାଳରେ ଆମ୍ଭେ ପାପ କଲୁ ଏବଂ ତୁମ୍ଭେ ରାଗିଲ। ଅତୀତ କାଳରେ ଆମ୍ଭେମାନେ ଦୋଷ କଲୁ।


ଆମ୍ଭେମାନେ ସମସ୍ତେ ପାପରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭେମାନେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାୟୁ ତୁଲ୍ୟ ଆମ୍ଭମାନଙ୍କୁ ଉଡ଼ାଇ ନିଏ।


ହେ ମୋର ପରମେଶ୍ୱର, କର୍ଣ୍ଣ ଡେରି ଶୁଣ। ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଦୁରବସ୍ଥା ଦେଖ। ତୁମ୍ଭ ନାମରେ ଖ୍ୟାତି ଏହି ନଗର ଅବସ୍ଥା ଦେଖ। ଆମ୍ଭେମାନେ ଆମ୍ଭମାନଙ୍କର ଧାର୍ମିକତା ଯୋଗୁଁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭକୁ ନିବେଦନ କରୁଅଛୁ।


ମନେକର, ଜଣେ ଲୋକ ଖୁବ୍ ଦାମିକା ସୁନ୍ଦର ଲୁଗାପଟା ଓ ସୁନା ମୁଦି ପିନ୍ଧି ତୁମ୍ଭର ସଭାକୁ ଆସେ ଓ ଅନ୍ୟ ଗରିବ ଲୋକ ଜଣେ ମଇଳା ପୁରୁଣା ଲୁଗା ପିନ୍ଧି ସେତିକିବେଳେ ଆସେ।


ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସେହି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦେଖାଇବା ବେଳେ ସାବଧାନରେ ରୁହ। ପାପରେ କଳଙ୍କିତ ହୋଇଥିବା ସେମାନଙ୍କର ଲୁଗାପଟାକୁ ମଧ୍ୟ ଘୃଣା କର।


କନ୍ୟାକୁ ପିନ୍ଧିବା ପାଇଁ ସୂକ୍ଷ୍ମ, ଶୁଭ୍ର ଓ ପରିଷ୍କାର ବସ୍ତ୍ର ଦିଆଯାଇଛି।” (ସୂକ୍ଷ୍ମ ବସ୍ତ୍ରର ଅର୍ଥ ହେଉଛି, ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କର ଉତ୍ତମ କାର୍ଯ୍ୟ, ଯାହାସବୁ ସେମାନେ କରିଥିଲେ।)


Lean sinn:

Sanasan


Sanasan