Biblia Todo Logo
Bìoball air-loidhne

- Sanasan -




ରତର ବିବରଣ 2:7 - ପବିତ୍ର ବାଇବଲ

7 ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ଆଉ ସେ ମୋତେ କହିଲା, ମୁଁ ବିନତି କରୁଅଛି, ଶସ୍ୟଚ୍ଛେଦକମାନଙ୍କ ପଶ୍ଚାତ୍ ପଶ୍ଚାତ୍ ବିଡ଼ାର ମଧ୍ୟେ ମଧ୍ୟେ ରାଁ କରିବାକୁ ମୋତେ ଦିଅ; ଏଣୁ ସେ ଆସି ପ୍ରାତଃକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ କାଳ ସେ ଗୃହରେ ବସି ରହିଥିଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ଆଉ ସେ ମୋତେ କହିଲା, ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ; ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଆଉ ସେ ମୋତେ କହିଲା, ‘ମୁଁ ବିନତି କରୁଅଛି, ଶସ୍ୟକଟାଳିମାନଙ୍କର ପଛେ ପଛେ ବିଡ଼ାର ମଧ୍ୟେ ମଧ୍ୟେ ବଳକା ଶସ୍ୟ ସଂଗ୍ରହ କରିବାକୁ ମୋତେ ଦିଅ;’ ଏଣୁ ସେ ଆସି ସକାଳରୁ ଏପର୍ଯ୍ୟନ୍ତ ଏଠାରେ ରହିଅଛି; କେବଳ ଅଳ୍ପ ସମୟ ସେ ଗୃହରେ ବସି ରହିଥିଲା।”

Faic an caibideil Dèan lethbhreac




ରତର ବିବରଣ 2:7
14 Iomraidhean Croise  

ଅଳସୁଆ ଯାହା ଇଚ୍ଛା କରେ, ତାହା ପାଏ ନାହିଁ। ମାତ୍ର କର୍ମଶୀଳ ଲୋକ ବା ପରିଶ୍ରମୀ ଲୋକ ତା'ର ଇଚ୍ଛାନୁସାରେ ଫଳ ଭୋଗ କରେ।


ସଦାପ୍ରଭୁଙ୍କର ସମ୍ମାନ ଜ୍ଞାନପ୍ରଦ ଉପଦେଶ ଅଟେ। ଏବଂ ନମ୍ରତା ସମ୍ଭ୍ରମର ସମ୍ମୁଖରେ ଥାଏ।


ଦରିଦ୍ର ଲୋକ ବିନୟ କରେ। ମାତ୍ର ଧନବାନ କଠିନ ଉତ୍ତର ଦିଏ।


ଯଦି ଜଣେ ଲୋକ ତା'ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ।


ତୁମ୍ଭେ କୌଣସି କାର୍ଯ୍ୟ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସେଠାରେ କିଛି କାର୍ଯ୍ୟ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।


“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।


ପରମେଶ୍ୱରଙ୍କ କାମ କରିବାରେ ଉତ୍ସାହ ପ୍ରକାଶ କର। ତାଙ୍କ ସେବା କାର୍ଯ୍ୟରେ ଆଳସ୍ୟ କର ନାହିଁ। ପରମେଶ୍ୱରଙ୍କୁ ସେବା କଲାବେଳେ ଆତ୍ମିକ ଭାବରେ ଉଦ୍‌‌ଯୋଗ ହୁଅ।


ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।


ପରସ୍ପର ପ୍ରତି ବାଧ୍ୟ ହେବା ପାଇଁ ଇଚ୍ଛୁକ ହୁଅ। ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସମ୍ମାନ କରୁଥିବାରୁ ଏହା କର।


ଦିନେ ଋତ (ମୋୟାବ ଦେଶୀୟ) ନୟମୀକୁ କହିଲେ, “ମୁଁ କ୍ଷେତକୁ ଯିବା ପାଇଁ ଗ୍ଭହେଁ। କେହି ମୋତେ ଅନୁଗ୍ରହ ଦେଖାଇ ପାରନ୍ତି। ଯଦି ଯେକେହି ତା’ ପଛରେ କିଛି ଶସ୍ୟ ଛାଡ଼ି ଯାଏ ମୁଁ ତାକୁ ସାଉଁଟି ଆଣିବି।” ନୟମୀ କହିଲେ, “ଯାଅ ମୋର କନ୍ୟା।”


ଏହା ପରେ ମୋୟାବ ଦେଶୀୟ ଋତ କହିଲା, “ବୋୟାଜ ଫେରି ଆସିବାକୁ ଏବଂ ତାଙ୍କର ଶ୍ରମିକମାନଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପଗ୍ଭରିଲେ, ଯେପର୍ଯ୍ୟନ୍ତ ଅମଳ ଶେଷ ହୋଇ ନାହିଁ।”


ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ।


ଏହା ପରେ ବୋୟାଜ ଋତକୁ କହିଲେ, “ଆଗୋ ମୋର କନ୍ୟା, ମୋର କଥା ଶୁଣ। ମୋ’ କ୍ଷେତରୁ ତୁମ୍ଭେ ନିଜ ପାଇଁ ଶସ୍ୟ ସଂଗ୍ରହ କର। ତୁମ୍ଭର ଅନ୍ୟ କାହାର କ୍ଷେତକୁ ଯିବା ଦରକାର ନାହିଁ। ମାତ୍ର ମୋର ଦାସୀଗଣଙ୍କ ପଛରେ ଯାଅ।


Lean sinn:

Sanasan


Sanasan