Biblia Todo Logo
Bìoball air-loidhne

- Sanasan -




ରତର ବିବରଣ 2:6 - ପବିତ୍ର ବାଇବଲ

6 ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ତହିଁରେ ଶସ୍ୟଚ୍ଛେଦକମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।

Faic an caibideil Dèan lethbhreac

ଓଡିଆ ବାଇବେଲ

6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହିଁରେ ଶସ୍ୟକଟାଳିମାନଙ୍କ ଉପରେ ନିଯୁକ୍ତ ଯୁବା ଉତ୍ତର ଦେଇ କହିଲା, “ଯେଉଁ ମୋୟାବ ଦେଶୀୟା ଯୁବତୀ ନୟମୀ ସହିତ ମୋୟାବ ଦେଶରୁ ଆସିଅଛି, ସେ ଏହି।

Faic an caibideil Dèan lethbhreac




ରତର ବିବରଣ 2:6
10 Iomraidhean Croise  

କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।”


ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।


ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ।


“ସନ୍ଧ୍ୟା ହେବାରୁ ଦ୍ରାକ୍ଷାବଗିଗ୍ଭର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡାକି କହିଲେ, ‘ଶ୍ରମିକମାନଙ୍କୁ ଡାକ। ମୁଁ ଯେଉଁମାନଙ୍କୁ ଶେଷରେ କାମରେ ଲଗାଇଲି ସେହି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦେବା ଆରମ୍ଭ କର। ସର୍ବ ଶେଷରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।’


“କିଏ ବିଶ୍ୱାସ ଯୋଗ୍ୟ ଓ ବିଜ୍ଞ ଗ୍ଭକର? ଯିଏ ଅନ୍ୟ ଗ୍ଭକରମାନଙ୍କୁ ଠିକ୍ ସମୟରେ ସେମାନଙ୍କର ଖାଦ୍ୟ ଦେବ, ମାଲିକ ସେହିଭଳି ଗ୍ଭକରକୁ ବିଶ୍ୱାସ କରିଥା’ନ୍ତି। କିଏ ସେ ଗ୍ଭକର, ସେହି କାମ କରିବା ପାଇଁ, ସେ କେଉଁ ଗ୍ଭକରକୁ ବିଶ୍ୱାସ କରିବେ?


କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ।


ନୟମୀ ଏବଂ ଋତ ବୈ‌ଥ୍‌ଲେହମକୁ ଗଲେ। ସେମାନେ ଯେତେବେଳେ ବୈ‌ଥ୍‌ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”


ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା'ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈ‌ଥ୍‌ଲେହମକୁ ଫେରି ଆସିଲେ।


ଏହା ପରେ ବୋୟାଜ ତା'ର ଦାସକୁ ପଗ୍ଭରିଲା, ଯିଏ କି ଶ୍ରମିକମାନଙ୍କର ଖବର ବୁଝୁଥିଲା, “ସେ କାହାର ଝିଅ?”


ସେ ପ୍ରତ୍ୟୁଷ୍ୟରେ ଆସି ଶ୍ରମିକମାନେ ପଛରେ ଛାଡ଼ି ଯାଉଥିବା ଶସ୍ୟଗୁଡ଼ିକ ସାଉଁଟିବା ପାଇଁ ଅନୁମତି ନେଲା। ଏ ପର୍ଯ୍ୟନ୍ତ ସେ ଲଗାତର ଭାବରେ କାର୍ଯ୍ୟ କରୁଅଛି, କେବଳ ଅଳ୍ପ ସମୟ ସେ ଗୃହରେ ବିଶ୍ରାମ ନେଉଥିଲା।”


Lean sinn:

Sanasan


Sanasan