Biblia Todo Logo
Bìoball air-loidhne

- Sanasan -




ରତର ବିବରଣ 1:8 - ପବିତ୍ର ବାଇବଲ

8 ଏହା ପରେ ନୟମୀ ତା'ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ଏଥିରେ ନୟମୀ ଆପଣା ଦୁଇ ପୁତ୍ରବଧୂଙ୍କୁ କହିଲା, ତୁମ୍ଭେମାନେ ଆପଣା ଆପଣା ମାତାର ଗୃହକୁ ଫେରି ଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ତଦ୍ରୂପ ଦୟା କରନ୍ତୁ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରି ଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏଥିରେ ନୟମୀ ନିଜ ଦୁଇ ପୁତ୍ରବଧୂଙ୍କୁ କହିଲା, “ତୁମ୍ଭେମାନେ ନିଜ ନିଜର ମାତାର ଗୃହକୁ ଫେରିଯାଅ; ପୁଣି ମୃତମାନଙ୍କ ପ୍ରତି ଓ ଆମ୍ଭ ପ୍ରତି ତୁମ୍ଭେମାନେ ଯେରୂପ ଦୟା କରିଅଛ, ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ସେହିପରି ଦୟା କରନ୍ତୁ।

Faic an caibideil Dèan lethbhreac




ରତର ବିବରଣ 1:8
14 Iomraidhean Croise  

ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରକାଶ କରନ୍ତୁ। କାରଣ ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କୁ ସେହି ଦୟା ପ୍ରଦର୍ଶନ କରିବି।


ହେ ପତ୍ନୀମାନେ! ତୁମ୍ଭେମାନେ ଯେପରି ପ୍ରଭୁଙ୍କ ପ୍ରତି ବଶୀଭୂତା ହୋଇଛ, ସେହିପରି ନିଜ ସ୍ୱାମୀମାନଙ୍କର ବଶୀଭୂତା ହୁଅ।


ପତ୍ନୀଗଣ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ୍ ଅଟେ।


ମନେରଖ! ତୁମ୍ଭେମାନେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦେଇଛନ୍ତି, ତାହା ତୁମ୍ଭମାନଙ୍କୁ ଦେବେ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟଙ୍କ ସେବା କରୁଛ।


ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା।


ତେଣୁ ସେ ତା'ର ପୁତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା।


ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା'ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ।


ତେଣୁ ନୟମୀ ତାଙ୍କର ପୁତ୍ରବଧୂକୁ କହିଲା, “ସେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ଯିଏ କି ମୃତ ଓ ଜୀବିତ ଓ ମୃତମାନଙ୍କଠାରୁ ତାଙ୍କର କରୁଣା ଦୂରେଇ ନାହାନ୍ତି।” ଏହା ପରେ ନୟମୀ ତାକୁ କହିଲା, “ସେ ହେଉଛନ୍ତି ଆମ୍ଭର ନିକଟ ସମ୍ପର୍କୀୟ ଏବଂ ଆମ୍ଭମାନଙ୍କର ରକ୍ଷାକର୍ତ୍ତା ମଧ୍ୟରୁ ଜଣେ ଅଟନ୍ତି।”


ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ।


Lean sinn:

Sanasan


Sanasan