Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 9:4 - ପବିତ୍ର ବାଇବଲ

4 ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳରେ ପରମେଶ୍ୱରଙ୍କର ମୁଦ୍ରା ନାହିଁ, କେବଳ ସେହି ଲୋକମାନଙ୍କର କ୍ଷତି କରିବାକୁ ସେମାନଙ୍କୁ କୁହାଗଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ପୃଥିବୀର ତୃଣ କି ହରିଦ୍ବର୍ଣ୍ଣ ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ଵରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

4 ତୃଣ, ବୃକ୍ଷ ବା କୌଣସି ଉଦ୍ଭିଦର କ୍ଷତି ନ କରି ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହରର ଚିହ୍ନ ନ ଥିଲା, କେବଳ ସେମାନଙ୍କୁ କଷ୍ଟ ଦେବା ପାଇଁ ସେହି ପଙ୍ଗପାଳମାନେ ଆଦିଷ୍ଟ ହୋଇଥିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୃଥିବୀର ଘାସ କି ସବୁଜ ରଙ୍ଗର ଶାକ କି କୌଣସି ବୃକ୍ଷର ଅନିଷ୍ଟ ନ କରି, ଯେଉଁମାନଙ୍କ କପାଳରେ ଈଶ୍ବରଙ୍କ ମୁଦ୍ରାଙ୍କ ନାହିଁ, କେବଳ ସେମାନଙ୍କ ଅନିଷ୍ଟ କରିବାକୁ ସେମାନଙ୍କୁ କୁହାଗଲା।

Faic an caibideil Dèan lethbhreac




ପ୍ରକାଶିତ 9:4
15 Iomraidhean Croise  

ଆପଣ ସବୁବେଳେ ଆୟୁବକୁ ସୁରକ୍ଷା ପ୍ରଦାନ କରନ୍ତି। ତା'ର ପରିବାରକୁ, ତା'ର ଯାହାକିଛି ନିଜର, ସବୁକୁ ଆପଣ ସୁରକ୍ଷା ଦିଅନ୍ତି। ସେ ଯେଉଁ କାର୍ଯ୍ୟ କରେ ସବୁଥିରେ ଆପଣ ତାକୁ କୃତକାର୍ଯ୍ୟ କରାନ୍ତି। ହଁ, ଆପଣ ତାକୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେଥିପାଇଁ ସବୁଥିରେ ସେ ଏତେ ଧନୀ ଯେ, ତା'ର ମେଷପଲ ଓ ଗୋପଲ ସାରାଦେଶରେ ଥିଲେ।


ତା'ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା'ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା'ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।


ଏହା ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ଏବେ ମୁଁ ଆୟୁବକୁ ତୁମ୍ଭ ଅଧିକାର ଭିତରକୁ ପ୍ରଦାନ କରୁଛି। ଗୋଟିଏ ସର୍ତ୍ତରେ, ଯେ ତୁମ୍ଭେ ତା'ର ଜୀବନକୁ ଛାଡ଼ିଦେବ।”


ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।


ସେହି ସମୟରେ ସଦାପ୍ରଭୁ ମିଶର ମଝିରେ ଯିବେ ଏବଂ ମିଶରୀୟମାନଙ୍କୁ ହତ୍ୟା କରିବେ। ସଦାପ୍ରଭୁ ଯେଉଁ ଦ୍ୱାରରେ ରକ୍ତ ଚିହ୍ନ ଦେଖିବେ ସେହି ଘରକୁ ଛାଡ଼ି ଦେବେ। ସେ ମୃତ୍ୟୁ ଦୂତକୁ ତୁମ୍ଭ ଘରେ ପଶି ତୁମ୍ଭକୁ ହତ୍ୟା କରିବାକୁ ଦେବେ ନାହିଁ।


ତା'ପରେ ସଦାପ୍ରଭୁ ତାଙ୍କୁ କହିଲେ, “ତୁମ୍ଭେ ଯିରୁଶାଲମ ନଗର ମଧ୍ୟଦେଇ ଯାଅ ଓ ସହରରେ ଘଟିଥିବା ଘୃଣ୍ୟ କୃତ କର୍ମ ପାଇଁ ଅନୁତପ୍ତ ଓ ଦୁଃଖ କରୁଥିବା ଲୋକମାନଙ୍କ ମଥାରେ ଦାଗ ଦିଅ।”


ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭବିଷ୍ୟ‌‌‌‌‌‌‌ଦ୍‌‌ବକ୍ତାମାନେ ବାହାରିବେ। ସେମାନେ ବହୁତ ବଡ଼ ବଡ଼ ଆଶ୍ଚର୍ଯ୍ୟଜନକ କାମ କରିବେ ଓ ଚମତ୍କାର ପ୍ରଦର୍ଶନ କରିବେ, ଯଦି ସମ୍ଭବ ହୁଏ, ତେବେ ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନଙ୍କୁ ମଧ୍ୟ ସେମାନେ ବୋକା ବନେଇ ଦେବାକୁ ଚେଷ୍ଟା କରିବେ।


ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି।


ତା'ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା।


ତା'ପରେ ଗ୍ଭରି ଜୀବିତ ପ୍ରାଣୀଙ୍କ ମଧ୍ୟରୁ କେହି ଜଣେ କହିଲା ପରି ମୋତେ ଗୋଟିଏ ସ୍ୱର ଶୁଭିଲା। ସେ ସ୍ୱର କହୁଥିଲା, “ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ଯବ ହେବ। କିନ୍ତୁ ତେଲ ଓ ଅଙ୍ଗୁରରସର କ୍ଷତି କର ନାହିଁ।”


ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ।


ପ୍ରଥମ ସ୍ୱର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ୱାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳାବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀୟାଂଶରେ ନିଆଁ ଲାଗି ଏକ ତୃତୀୟାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।


Lean sinn:

Sanasan


Sanasan