Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 7:4 - ପବିତ୍ର ବାଇବଲ

4 ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ସହସ୍ର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac

ଓଡିଆ ବାଇବେଲ

4 ତାପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

4 ଯେଉଁମାନଙ୍କ କପାଳରେ ଈଶ୍ୱରଙ୍କ ମୋହର ମରା ହେଲା, ସେମାନଙ୍କର ସଂଖ୍ୟା ୧,୪୪,୦୦୦ ବୋଲି ମୁଁ ଶୁଣିଲି। ସେମାନେ ନିମ୍ନଲିଖିତ ଇଶ୍ରାଏଲୀୟ ବାର ଗୋଷ୍ଠୀର ଲୋକ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତାହା ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାଏଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟରୁ ଏକ ଲକ୍ଷ ଚଉରାଳିଶ ହଜାର ଲୋକ ମୁଦ୍ରାଙ୍କିତ ହେଲେ,

Faic an caibideil Dèan lethbhreac




ପ୍ରକାଶିତ 7:4
17 Iomraidhean Croise  

ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”


ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି ଦ୍ୱାଦଶ ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ।


ଆଉ ଇସ୍ରାଏଲର ଯାବତୀୟ ପରିବାରବର୍ଗ ସେହି ଭୂମିରେ କୃଷି କରିବେ।


ଇସ୍ରାଏଲର ପରିବାରବର୍ଗର ନାମାନୁସାରେ ଉତ୍ତରରେ ତିନି ଦ୍ୱାର ହେବ। ସେଗୁଡ଼ିକ ହେଲେ ରୁବେ‌‌‌ନ୍‌‌‌ର ଦ୍ୱାର, ଯିହୁଦାର ଦ୍ୱାର ଓ ଲେବୀର ଦ୍ୱାର।


ଏକ ସ୍ୱର୍ଗୀୟବାଣୀ, ସଦାପ୍ରଭୁଙ୍କର ବାର୍ତ୍ତା, ହଦ୍ରକ ଦେଶ ଏବଂ ଏହାର ରାଜଧାନୀ ଦମ୍ମେଶକ ବିଷୟରେ। ସମସ୍ତ ଲୋକ ପରମେଶ୍ୱରଙ୍କୁ ଅନାଉଅଛନ୍ତି, “ଯେପରି ଇସ୍ରାଏଲ ଗୋଟିଏ ପରିବାରବର୍ଗ।


ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ନୂତନ ଜଗତ ସୃଷ୍ଟି ହେଲେ ମନୁଷ୍ୟପୁତ୍ର ତାହାଙ୍କର ମହାନ ସିଂହାସନ ପାଖରେ ବସିବେ ଓ ତୁମ୍ଭେମାନେ ମଧ୍ୟ ଯେଉଁମାନେ ମୋତେ ଅନୁସରଣ କରୁଛ, ସିଂହାସନ ପାଖରେ ବସିବ। ତୁମ୍ଭେମାନେ ବାରଟି ସିଂହାସନ ଉପରେ ବସିବ ଏବଂ ଇସ୍ରାଏଲର ବାରଟି ବଂଶର ଲୋକମାନଙ୍କର ବିଗ୍ଭର କରିବ।


“ପରେ ଗ୍ଭକରଟି ତାହାଙ୍କୁ କହିଲା, “ମାଲିକ ତୁମ୍ଭେ ଯାହା କହିଲ, ମୁଁ ତ କଲି। ତଥାପି ଆଉ ଅଧିକ ଲୋକଙ୍କ ପାଇଁ ଜାଗା ବଳିଛି।’


ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।


ଯେଉଁ ପ୍ରତିଜ୍ଞାକୁ ଇସ୍ରାଏଲର ବାରଟି ଗୋଷ୍ଠୀ ମଧ୍ୟ ଗ୍ରହଣ କରିବାକୁ ଆଶା କରନ୍ତି, ଓ ଏହାରି ଉପରେ ନିର୍ଭର କରି ଦିନରାତି ପରମେଶ୍ୱରଙ୍କୁ ପୂଜା କରନ୍ତି, ମୁଁ ମଧ୍ୟ ସେହି ପ୍ରତିଜ୍ଞା ଗ୍ରହଣ କରିବା ପାଇଁ ଆଶା କରିଛି। ହେ ରାଜା! ସେହି ପ୍ରତିଜ୍ଞା ଉପରେ ମୋର ଆଶା ଓ ବିଶ୍ୱାସ ଥିବାରୁ ଯିହୂଦୀମାନେ ମୋ’ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି।


ଏବଂ ଇସ୍ରାଏଲ ବିଷୟରେ ଯିଶାଇୟ ଘୋଷଣା କରି କୁହନ୍ତି: “ସମୁଦ୍ରର ବାଲିକଣିକା ପରି ଇସ୍ରାଏଲର ଲୋକମାନଙ୍କ ସଂଖ୍ୟା ଅସଂଖ୍ୟ। କିନ୍ତୁ ସେମାନଙ୍କ ଭିତରୁ ଖୁବ୍ ଅଳ୍ପ ଲୋକ ରକ୍ଷା ପାଇ ପାରିବେ।


ମୁଁ ପରମେଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ସେବକ ଯାକୁବ, ସାରା ପୃଥିବୀରେ ବ୍ୟାପି ହୋଇ ରହିଥିବା ପ୍ରଭୁଙ୍କ ଲୋକମାନଙ୍କୁ ନମସ୍କାର ଜଣାଏ।


ତା'ପରେ ମୁଁ ମୋ’ ସମ୍ମୁଖରେ ମେଷଶାବକଙ୍କୁ ଦେଖିଲି। ସେ ସିୟୋନ ପର୍ବତ ଉପରେ ଠିଆ ହୋଇଥିଲେ। ତାହାଙ୍କ ସହିତ 144,000 ଲୋକ ଥିଲେ। ସେମାନଙ୍କ କପାଳରେ ମେଷଶାବକ ଓ ତାହାଙ୍କ ପରମପିତାଙ୍କ ନାମ ଲେଖାଥିଲା।


ଏହି ଲୋକମାନେ ସିଂହାସନ ସମ୍ମୁଖରେ ଗ୍ଭରି ଜଣ ଜୀବନ୍ତ ପଶୁଙ୍କ ସମ୍ମୁଖରେ ଓ ପ୍ରାଚୀନମାନଙ୍କ ସମ୍ମୁଖରେ ଗୋଟିଏ ନୂତନ ଗୀତ ଗାଇଲେ। ପୃଥିବୀରୁ କ୍ରୟ କରାଯାଇଥିବା କେବଳ 144,000 ଜଣ ଲୋକମାନଙ୍କ ଛଡ଼ା କେହିହେଲେ ଏହି ଗୀତ ଶିଖି ପାରିଲେ ନାହିଁ।


ଯିହୂଦା ପରିବାରବର୍ଗରୁ 12,000 ରୁବେନ ପରିବାରବର୍ଗରୁ 12,000 ଗାଦ୍ ପରିବାରବର୍ଗରୁ 12,000


ଅଶ୍ୱାରୋହୀ ସୈନ୍ୟ କୋଡ଼ିଏ କୋଟି ବୋଲି ମୁଁ ଶୁଣିବାକୁ ପାଇଲି।


Lean sinn:

Sanasan


Sanasan