ପ୍ରକାଶିତ 4:1 - ପବିତ୍ର ବାଇବଲ1 ଏହା ପରେ ମୁଁ ଦେଖିଲି, ମୋ’ ସମ୍ମୁଖରେ ସ୍ୱର୍ଗର ଗୋଟିଏ ଦ୍ୱାର ଖୋଲା ହୋଇଅଛି। ମୁଁ ଯେଉଁ ସ୍ୱର ପୂର୍ବରୁ ଶୁଣିଥିଲି, ସେହି ସ୍ୱର ପୁଣି ଶୁଣିଲି। ଏହି ସ୍ୱର ତୂରୀନାଦର ଶବ୍ଦ ପରି ମନେହେଲା। ସେହି ସ୍ୱର କହିଲା, “ଏଠାରୁ ଉପରକୁ ଉଠି ଆସ ଏବଂ ଭବିଷ୍ୟତରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦେଖାଇବି।” Faic an caibideilପବିତ୍ର ବାଇବଲ (Re-edited) - (BSI)1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ଵର୍ଗରେ ଗୋଟିଏ ଦ୍ଵାର ଉନ୍ମୁକ୍ତ; ପୁଣି ତୂରୀଶଦ୍ଦ ସଦୃଶ ମୋʼ ସହିତ କହୁଥିବା ଯେଉଁ ସ୍ଵର ମୁଁ ପୂର୍ବରେ ଶୁଣିଥିଲି, ତାହା କହିଲା, ଏଠାକୁ ଉଠିଆସ ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ। Faic an caibideilଓଡିଆ ବାଇବେଲ1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶଦ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହି ସବୁ ଆମ୍ଭେ ତୁମ୍ଭକୁ ଦେଖାଇବୁ । Faic an caibideilପବିତ୍ର ବାଇବଲ (CL) NT (BSI)1 ଏହି ସମୟରେ ମୁଁ ଆଉ ଗୋଟିଏ ଦୃଶ୍ୟ ଦେଖିଲି। ସ୍ୱର୍ଗରେ ଗୋଟିଏ ଦ୍ୱାର ଖୋଲି ଯାଇଥିଲା ଏବଂ ତୂରୀ ଧ୍ୱନି ପରି ଏକ କଣ୍ଠସ୍ୱରରୁ ମୋତେ ନିର୍ଦ୍ଦେଶ ମିଳିଲା; “ଏଠାକୁ ଉଠି ଆସ। ଏହାପରେ ଯାହାସବୁ ଘଟିବାକୁ ଯାଉଛି, ତାହା ମୁଁ ତୁମକୁ ଦେଖାଇବି।” Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।” Faic an caibideil |
ମୁଁ ବୂଷିର ପୁତ୍ର ଯାଜକ ଯିହିଜିକଲ। କବାର ନଦୀ କୂଳରେ ମୁଁ ନିର୍ବାସିତ ଥିଲା ବେଳେ ଆକାଶ ଖୋଲିଗଲା ଏବଂ ତିରିଶତମ ବର୍ଷର ଚତୁର୍ଥ ମାସର ପଞ୍ଚମ ଦିନରେ ବାବିଲରେ ମୁଁ ପରମେଶ୍ୱରଙ୍କ ଦର୍ଶନ ପାଇଲି। ରାଜା ଯିହୋୟାଖୀନ୍ର ନିର୍ବାସିତ ହେବାର ପଞ୍ଚମ ବର୍ଷର ମାସର ପଞ୍ଚମ ଦିନରେ ଯାଜକ ଯିହିଜିକଲ ନିକଟକୁ ସଦାପ୍ରଭୁଙ୍କର ବାକ୍ୟ ଆସିଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କର ଶକ୍ତି ତାଙ୍କ ଉପରକୁ ଆସିଲା।