Biblia Todo Logo
Bìoball air-loidhne

- Sanasan -




ପ୍ରକାଶିତ 12:2 - ପବିତ୍ର ବାଇବଲ

2 ସେହି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବେଦନାରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହୋଇଯାଇଥିଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ସେ ଗର୍ଭବତୀ ହୋଇ ପ୍ରସବବେଦନାରେ ଆର୍ତ୍ତସ୍ଵର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ ।

Faic an caibideil Dèan lethbhreac

ପବିତ୍ର ବାଇବଲ (CL) NT (BSI)

2 ସେ ଆସନ୍ନପ୍ରସବା ଥିଲେ ଓ ପ୍ରସବ ଯନ୍ତ୍ରଣାରେ ଆର୍ତ୍ତନାଦ କରୁଥିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ।

Faic an caibideil Dèan lethbhreac




ପ୍ରକାଶିତ 12:2
12 Iomraidhean Croise  

ଅନ୍ତଃସତ୍ତ୍ୱା ନାରୀ ଗର୍ଭବେଦନାରେ ବ୍ୟଥିତ ହୋଇ ଯେପରି କ୍ରନ୍ଦନ କରେ, ଆମ୍ଭେମାନେ ସେହିପରି ତୁମ୍ଭ ସହିତ ନ ଥିଲା ବେଳେ ହୋଇଅଛୁ।


ଭୟଙ୍କର ଯାତନା ପରେ ମଧ୍ୟ ସେ ତୃପ୍ତ ହେବେ। ସେ ନିଜର ଜ୍ଞାନ ବଳରେ ପରିତୃପ୍ତ ହେବେ। “ନିଜର ଧାର୍ମିକ ଦାସ ଅନେକଙ୍କୁ ଧାର୍ମିକ କରିବେ ଓ ସେ ସେମାନଙ୍କର ଅପରାଧ ବହନ କରିବେ।


“ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର। ହେ ଗର୍ଭବେଦନାରହିତ ନାରୀ! ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର। କାରଣ ସଦାପ୍ରଭୁ କୁହନ୍ତି, “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”


ଏହି ଶୁଣ, ନଗରରୁ କଳହର ରବ ଓ ମନ୍ଦିରରୁ ଏକ ସ୍ୱର ଆସୁଅଛି। ନିଜର ଶତ୍ରୁମାନଙ୍କୁ ପ୍ରତିଫଳ ଦେଉଥିବା ସଦାପ୍ରଭୁଙ୍କର ହେଉଛି ଏହି ରବ।


ବର୍ତ୍ତମାନ ତୁମ୍ଭେ କାହିଁକି ଉଚ୍ଚ ସ୍ୱରରେ ବିଳାପ କରୁଛ? ତୁମ୍ଭର ରାଜା କ’ଣ ଗ୍ଭଲିଯାଇଛନ୍ତି? ତୁମ୍ଭେ କ’ଣ ତୁମ୍ଭର ମନ୍ତ୍ରୀଙ୍କୁ ହରାଇଛ? ପ୍ରସବକାଳୀନ ରମଣୀଙ୍କ ପରି ତୁମ୍ଭେ ବେଦନା ପାଉଛ।


ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ, ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା'ର ସନ୍ତାନ ପ୍ରସବ ନ କରିଛି। ତାହାପରେ ଅବଶିଷ୍ଟ ଭାତୃଗଣ ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।


କିନ୍ତୁ ଏ ଘଟଣାଗୁଡ଼ିକ କେବଳ ପ୍ରଥମ ପ୍ରସବବେଦନା ଭଳି ହେବ।


“ଯେତେବେଳେ ଜଣେ ସ୍ତ୍ରୀଲୋକ ଗୋଟିଏ ସନ୍ତାନକୁ ଜନ୍ମ ଦିଏ, ସେ ଯନ୍ତ୍ରଣା ଭୋଗ କରେ କାରଣ ଜନ୍ମ ଦେବାର ସମୟ ଆସିଯାଇଥାଏ। କିନ୍ତୁ ତା'ର ସନ୍ତାନ ଜନ୍ମ ହେବା ପରେ ସେ କଷ୍ଟ ଭୁଲିଯାଏ। ଜଗତରେ ସନ୍ତାନଟିଏ ଜନ୍ମ ହୋଇଥିବା କାରଣରୁ ସେ ଏବେ ଖୁସୀ ଅନୁଭବ କରେ।


ମୋ’ ପ୍ରିୟ ସନ୍ତାନଗଣ! ମୁଁ ତୁମ୍ଭମାନଙ୍କ ପାଇଁ ପୁଣି ଥରେ ଜଣେ ମା’ ପରି ପ୍ରସବବେଦନା ଅନୁଭବ କରୁଛି ଓ ତୁମ୍ଭେମାନେ ଯେପର୍ଯ୍ୟନ୍ତ ପ୍ରକୃତରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ନ ହୋଇଛ, ସେପର୍ଯ୍ୟନ୍ତ ମୁଁ ଏପ୍ରକାର କଷ୍ଟ ଅନୁଭବ କରୁଥିବି।


ଶାସ୍ତ୍ର କୁହେ: “ହେ ବନ୍ଧ୍ୟା! ଆନନ୍ଦିତ ହୁଅ, ତୁମ୍ଭେ କାହାରିକୁ ଜନ୍ମ ଦେଇ ନାହଁ; ଖୁବ୍ ଜୋର୍‌‌ରେ ହର୍ଷନାଦ କର, ତୁମ୍ଭେ ପ୍ରସବବେଦନା କେବେ ହେଲେ ଅନୁଭବ କରି ନାହଁ। ଯେଉଁ ସ୍ତ୍ରୀ ପରିତ୍ୟକ୍ତା, ତା'ର ଅଗଣିତ ସନ୍ତାନ ସଧବା (ପତିଥିବା) ସ୍ତ୍ରୀଠାରୁ ବେଶୀ ହେବେ।”


ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ୟରୁ ଏକତୃତୀୟାଂଶ ତାରାକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ସେହି ସାପ, ପ୍ରସବ କରିବାକୁ ଯାଇଥିବା ସେହି ନାରୀଙ୍କ ସାମନାରେ ଠିଆ ହୋଇ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହେବା ମାତ୍ରେ ତାହାକୁ ଖାଇବା ଉଦ୍ଦେଶ୍ୟରେ ସେ ପ୍ରସ୍ତୁତ ହୋଇଗଲା।


Lean sinn:

Sanasan


Sanasan