ପ୍ରକାଶିତ 11:3 - ପବିତ୍ର ବାଇବଲ3 ମୁଁ ମୋର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବି। ସେମାନେ 1,260 ଦିନ ପର୍ଯ୍ୟନ୍ତ ଅଖା ପିନ୍ଧି ଭବିଷ୍ୟଦ୍ବାଣୀ କହିବେ।” Faic an caibideilପବିତ୍ର ବାଇବଲ (Re-edited) - (BSI)3 ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ ପରିଧାନ କରି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ। Faic an caibideilଓଡିଆ ବାଇବେଲ3 ଆଉ ଆମ୍ଭେ ଆମ୍ଭର ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟ (ଅଖାର ବସ୍ତ୍ର) ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ । Faic an caibideilପବିତ୍ର ବାଇବଲ (CL) NT (BSI)3 ଚଟବସ୍ତ୍ର ପିନ୍ଧିଥିବା ମୋର ଦୁଇଜଣ ସାକ୍ଷୀଙ୍କୁ ମୁଁ ପଠାଇବି। ସେମାନେ ସେହି ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ଯାଏ ଈଶ୍ୱରଙ୍କ ବାର୍ତ୍ତା ଘୋଷଣା କରିବେ।” Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT3 ଆଉ ଆମ୍ଭେ ଆପଣା ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟବସ୍ତ୍ର ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ। Faic an caibideil |
“ହାୟ କୋରାଜୀନ୍! ହାୟ ବେଥ୍ସାଇଦା! ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା'ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ।
ଏହି ଦୁଇଜଣ ଭବିଷ୍ୟଦ୍ବାଣୀ କହିବା ବେଳେ ଯେପରି ବର୍ଷା ନ ହୁଏ, ସେଥିନିମନ୍ତେ ଆକାଶକୁ ରୁଦ୍ଧ କରିବା ନିମନ୍ତେ ସେମାନଙ୍କର କ୍ଷମତା ଅଛି। ଜଳକୁ ରକ୍ତରେ ପରିଣତ କରିବାର କ୍ଷମତା ସେମାନଙ୍କର ଅଛି। ପୃଥିବୀକୁ ପ୍ରତ୍ୟେକ ପ୍ରକାରର ମହାମାରୀ ଦ୍ୱାରା କଷ୍ଟ ଦେବାର କ୍ଷମତା ସେମାନଙ୍କର ଅଛି। ସେମାନେ ସେମାନଙ୍କର ନିଜ ଇଚ୍ଛା ଅନୁସାରେ ଯେତେଥର ଗ୍ଭହିଁବେ, ସେତଥର ଏହା କରି ପାରିବେ।
ତା'ପରେ ମୁଁ ଦୂତଙ୍କୁ ପ୍ରଣାମ କରିବା ପାଇଁ ତାହାଙ୍କ ପାଦତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ମୋତେ ପ୍ରଣାମ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ଖ୍ରୀଷ୍ଟ ବିଶ୍ୱାସୀ ଓ ଯୀଶୁଙ୍କର ସାକ୍ଷୀ ଭାଇମାନଙ୍କ ପରି ପରମେଶ୍ୱରଙ୍କର ଜଣେ ସେବକ ମାତ୍ର। ତେଣୁ ପରମେଶ୍ୱରଙ୍କୁ ଉପାସନା କର! କାରଣ ଯୀଶୁଙ୍କ ପାଇଁ ସାକ୍ଷ୍ୟ ହେଉଛି ଭବିଷ୍ୟଦ୍ବାଣୀର ମୂଳ ଆତ୍ମା ସ୍ୱରୂପ।’’
ତା'ପରେ ମୁଁ କେତୋଟି ସିଂହାସନ ଓ ତା'ଉପରେ ଲୋକମାନଙ୍କୁ ବସିଥିବାର ଦେଖିଲି। ସେହି ଲୋକମାନଙ୍କୁ ବିଗ୍ଭର କରିବାର ଶକ୍ତି ଦିଆଯାଇଥିଲା। ଯୀଶୁଙ୍କ ପାଇଁ ସାକ୍ଷୀ ହେବା ଓ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭର କରିବା ହେତୁ ଯେଉଁମାନଙ୍କୁ ମାରି ଦିଆଯାଇଥିଲା, ମୁଁ ସେହି ଲୋକମାନଙ୍କର ଆତ୍ମାକୁ ଦେଖିଲି। ସେହି ଲୋକମାନେ ପଶୁକୁ କିମ୍ବା ତାହାର ପ୍ରତିମାକୁ ପୂଜା କରି ନ ଥିଲେ। ସେମାନେ ତାହାଙ୍କ କପାଳରେ ବା ହାତରେ ସେହି ପଶୁର ଚିହ୍ନ ଧାରଣ କରି ନ ଥିଲେ। ସେମାନେ ପୁନର୍ବାର ଜୀବିତ ହେଲେ ଓ ଖ୍ରୀଷ୍ଟଙ୍କ ସହିତ ଏକହଜାର ବର୍ଷ ପର୍ଯ୍ୟନ୍ତ ଶାସନ କଲେ।