ତା'ପରେ ଯୋହନ ସାକ୍ଷ୍ୟ ଦେଇ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠାଇଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେ ସେହି ବ୍ୟକ୍ତି ଯିଏ ଲୋକମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି।